ୱାଶିଂଟନ: ନିବିଡ ହେଉଛି ଭାରତ ଓ ଆମେରିକା ବାଣିଜ୍ୟିକ ସମ୍ପର୍କ । ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇ ଦେଶ ଭିତରେ ଦ୍ବିପାକ୍ଷୀକ ପ୍ରତିରକ୍ଷା କାରବାର 18 ଅରବ ଡଲାର ପହଞ୍ଚିବା ସମ୍ଭାବନା ରହିଛି ବୋଲି ପେଣ୍ଟାଗନ (ଆମେରିକା ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ) କହିଛି ।
ଆସନ୍ତା ସପ୍ତାହ ନୂଆଦିଲ୍ଲୀରେ ଡେଫେନ୍ସ ଟେକ୍ନୋଲୋଜି ଆଣ୍ଡ ଟ୍ରେଡ ଇନିସିଏଟିବ(DTTI) ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ପେଣ୍ଟାଗନର ଏଭଳି ବୟାନ ଭାରତ ଅର୍ଥନୀତିକୁ ବୁଷ୍ଟର ଦେଇଛି ।
ଆମେରିକା ଡିଫେନ୍ସ ଅଣ୍ଡର ସେକ୍ରେଟେରୀ ଏୱେମ ଏମ ଲର୍ଡ କହିଛନ୍ତି ଯେ, ଆମେରିକା ଭାରତ ସହ ରକ୍ଷା ସମ୍ବନ୍ଧ ଓ ସହଯୋଗ ବଢାଇବା ନେଇ କାମ କରୁଛି । 2008 ମସିହାରେ ଏହି କାରବାର ଶୂନ୍ୟରୁ ଆରମ୍ଭ ହୋଇଥିଲା ବେଳେ 11 ବର୍ଷରେ 18 ଅରବ ଡଲାରରେ ପହଞ୍ଚିବାକୁ ଯାଉଛି ।