ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଜାପାନ ଅର୍ଥନୀତିକୁ ଟପିବ ଭାରତ । ଜାପାନକୁ ପଛରେ ପକାଇ ଭାରତୀୟ ଅର୍ଥନୀତି ଏସିଆର ଦ୍ବିତୀୟ ସର୍ବବୃହତ୍ ଅର୍ଥନୀତି ହେବ । ଏଥିସହ ଭାରତର ମୋଟ ଘରୋଇ ଉତ୍ପାଦ(GDP) ଜର୍ମାନୀ ଏବଂ ବ୍ରିଟେନକୁ ଅତିକ୍ରମ କରି ବିଶ୍ବର ତୃତୀୟ ର୍ୟାଙ୍କରେ ସ୍ଥାନ ପାଇବ ବୋଲି ଆଶା କରାଯାଇଛି । ଶୁକ୍ରବାର ଆଇଏଚଏସ୍(IHS Markit) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି ।
ରିପୋର୍ଟ ଅନୁଯାୟୀ, ଆମେରିକା, ଚୀନ, ଜାପାନ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରେ ବର୍ତ୍ତମାନ ଭାରତ ବିଶ୍ବର ଷଷ୍ଠ ବୃହତ୍ତମ ଅର୍ଥନୀତି ଅଟେ । ୨୦୨୧ ରୁ ୨୦୩୦ ମଧ୍ୟରେ ଭାରତର ନାମମାତ୍ର ଜିଡିପି(nominal GDP) ୨.୭ ଟ୍ରିଲିୟନରୁ ୮.୪ ଟ୍ରିଲିୟନକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ଦ୍ରୁତ ଅଭିବୃଦ୍ଧି ସହ ୨୦୩୦ ସୁଦ୍ଧା ଦେଶର ଜିଡିପି(GDP) ଜାପାନ ଜିଡିପିକୁ ଅତିକ୍ରମ କରିବ( Indian GDP exceeding Japanese GDP by 2030) ଏବଂ ଏସିଆର ଦ୍ବିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏଥିସହ ଏହି ସମୟ ମଧ୍ୟରେ ଭାରତର ଅର୍ଥନୀତି ଫ୍ରାନ୍ସ, ଜର୍ମାନୀ ଏବଂ ୟୁକେ ଭଳି ସର୍ବବୃହତ୍ ୟୁରୋପୀୟ ଅର୍ଥନୀତି ଆକାର ସହ ସମାନ ହେବ ।
ଆସନ୍ତା ଦଶନ୍ଧି ମଧ୍ୟରେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ହୋଇପାରେ ବୋଲି ରିପୋର୍ଟରେ ପୂର୍ବାନୁମାନ କରାଯାଉଛି ।