ETV Bharat / business

ଭାରତକୁ ଆଇଏମଫ ଅର୍ଥନୀତିଜ୍ଞଙ୍କ ଚେତାବନୀ, ‘ରାଜକୋଷୀୟ ଘାଟାକୁ ନିୟନ୍ତ୍ରଣରେ ରଖ’

author img

By

Published : Oct 16, 2019, 5:52 PM IST

ଭାରତ ରାଜକୋଷୀୟ ଘାଟାକୁ ନିୟନ୍ତ୍ରଣରେ ରଖିବା ଜରୁରୀ ବୋଲି କହିଛନ୍ତି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମଏଫ ) ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ।

ଗୀତା ଗୋପିନାଥ

ୱାଶିଂଟନ: ଭାରତ ରାଜକୋଷୀୟ ଘାଟାକୁ ନିୟନ୍ତ୍ରଣରେ ରଖିବା ଜରୁରୀ । ଏଥିସହ ଦେଶର ଆର୍ଥିକ ସଂସ୍ଥା ଯେପରି କ୍ଷତିଗ୍ରସ୍ଥ ନ ହେବ ସେ ପ୍ରତି ଦୃଷ୍ଟି ଦେବା ଦରାକାର । ନଚେତ ଏହାର ପ୍ରଭାବ ଭାରତ ଅଭିବୃଦ୍ଧି ଦର ଉପରେ ପଡିବ ବୋଲି ଚେତାବନୀ ଦେଇଛନ୍ତି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମଏଫ ) ମୁଖ୍ୟ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ।

ଚଳିତ ଆର୍ଥିକ ବର୍ଷ ଭାରତର ଅଭିବୃଦ୍ଧି ଦର 6.1 ପ୍ରତିଶତ ରହିବ ବୋଲି ଆଇଏମଫ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ଏପ୍ରିଲରେ ପ୍ରକାଶ ପାଇଥିବା ଆଇଏମଫର ରିପୋର୍ଟ ତୁଳନାରେ ଯଦିଓ ଏହା ହ୍ରାସ ପାଇଥିଲା ହେଲେ ଆସନ୍ତା ବର୍ଷ ଏଥିରେ ସୁଧାର ଆସିବା ସହ ଜିଡିପି 7 ପ୍ରତିଶତ ରହିବ ବୋଲି ଆଶା ରହିଛି ।

ଭାରତରେ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାରେ ମାନ୍ଦାବସ୍ଥା, ବ୍ୟକ୍ତିଗତ ଓ କ୍ଷୁଦ୍ର କାରବାରୀଙ୍କୁ ଋଣ ଦେବା କ୍ଷମତା ହ୍ରାସ ଆଦି ଯୋଗୁଁ ଦେଶର ବିକାଶ ବାଧାପ୍ରାପ୍ତ ହେଉଛି । ଯାହାକି ଆଗାମୀ ସମୟରେ ଜିଡିପି ଉପରେ ପଡିବ ବୋଲି ଆଇଏମଏଫ ଓ ବିଶ୍ବବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଗୋପିନାଥ ଗଣମାଧ୍ୟମକୁ ଜଣାଇଛନ୍ତି ।

ତେବେ ଏଭଳି ସମସ୍ତାକୁ ସମାଧାନ ପାଇଁ ସରକାରଙ୍କୁ ଉଚିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଏଭଳି ଆର୍ଥିକ ଚ୍ୟାଲେଞ୍ଜକୁ ଦୂର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ସବୁ ନୂଆ ନିୟମ ଲାଗୁ କରୁଛନ୍ତି ତାହା ଯଥାଯୁକ୍ତ କହିବା ସହ ଆଗକୁ ଏଥିପାଇଁ ଆହୁରୀ ବହୁତ ଉପାୟ ଦରକାର ବୋଲି ଗୋପୀନାଥ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.