ETV Bharat / business

ଆର୍ଥିକ ପୁନଃରୁଦ୍ଧାର ପାଇଁ ଆବଶ୍ୟକ ମଜବୁତ ପ୍ରଣାଳୀଗତ ସୁଧାର - ଭାରତର ଆର୍ଥିକ ମାନ୍ଦାବସ୍ଥା

ଆର୍ଥିକ ମାନ୍ଦାବସ୍ଥା ଭାରତର ପ୍ରଗତି ଦିଗରେ ବିଶାଳ ସମସ୍ୟା ଭାବେ ଛିଡା ହୋଇରହିଛି। ଆମେରିକା ଓ ଚୀନ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଯୁଦ୍ଧ ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ପାଇଁ ଅନ୍ୟ ଏକ ମୁଖ୍ୟ କାରଣ। ଏହାକୁ ରୋକିବା ପାଇଁ ଭାରତକୁ ପ୍ରଣାଳୀଗତ ସୁଧାର ଆପଣାଇବାକୁ ପଡିବ।

ଆର୍ଥିକ ପୂନରୁଦ୍ଧାର
ଫାଇଲ ଫଟୋ
author img

By

Published : Dec 17, 2019, 6:07 PM IST

ହାଇଦ୍ରାବାଦ: ଭାରତର ଜିଡିପି ଦର ବର୍ତ୍ତମାନ ନିମ୍ନସ୍ତରରେ ପହଞ୍ଚିଛି। 8ଟି ଔଦ୍ୟୋଗିକ ୟୁନିଟ ସହ ଭିତ୍ତିଭୂମିର ପ୍ରଗତିରେ ଏବେ ମନ୍ଦାବସ୍ଥା ଆସିଛି। ଏହା ବ୍ୟତୀତ ଅନ୍ତରାଷ୍ଟ୍ରୀୟ ଭୟକୁ ବି ଏହି ମନ୍ଦାବସ୍ଥା ଆମନ୍ତ୍ରିତ କରୁଛି। ଆମେରିକା ଓ ଚୀନ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଯୁଦ୍ଧ ଭାରତୀୟ ଅର୍ଥବ୍ୟବସ୍ଥାକୁ ନିମ୍ନଗାମୀ କରୁଛି। ଯଦି ଏଭଳି ସ୍ଥିତିରେ ତୁରନ୍ତ ସୁଧାର ନ ଆସେ, ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ମାନ୍ଦାବସ୍ଥା ଆସିଯିବ ବୋଲି ଅନ୍ତରାଷ୍ଟ୍ରୀୟ ରେଟିଂ ଏଜେନ୍ସି ଚେତାବନୀ ଦେଇଛି। ଚଳିତ ଆର୍ଥିକ ବର୍ଷରେ ଜୁଲାଇ ମଝିରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗତ 6 ମାସରେ ଘରୋଇ ଉତ୍ପାଦର ବିକାଶ ଦର ଖସି 4.5 ପ୍ରତିଶତରେ ପହଞ୍ଚିଛି। 2018-19ରେ ଏହି ଦର 7.1 ପ୍ରତିଶତ ଥିଲା । 8ଟି ପ୍ରମୁଖ କ୍ଷେତ୍ରରେ ଉତ୍ପାଦ ଅକ୍ଟୋବର ମାସରେ 5.8 ପ୍ରତିଶତ କମ ଥିଲା। ଔଦ୍ୟୋଗିକ ଉତ୍ପାଦନ, ଖାଉଟି ଆବଶ୍ୟକତା, ନିଜସ୍ବ ନିବେଶ ଓ ରପ୍ପାନୀ ଆଦି ଜିଡିପି ବୃଦ୍ଧିରେ ବାଧା ଉପୁଜାଇଛି।

ଭାରତର ଜିଡିପିକୁ ତଳସ୍ତରକୁ ଆଣିବାରେ ଆମେରିକା ଓ ଚୀନର ବାଣିଜ୍ୟିକ ଯୁଦ୍ଧର ମୁଖ୍ୟ ଭୂମିକା ରହିଛି। ଏପରି ସ୍ଥିତିରେ ସରକାରୀ ରାଜସ୍ବ ଅତ୍ୟନ୍ତ ନିରାଶଜନକ ରହିଛି । 2019-20ରେ ଜିଏସଟି ଓ ସରକାରଙ୍କ ପ୍ରତ୍ୟେକ୍ଷ କର ସଂଗ୍ରହରେ କ୍ଷତି 2.7 ଲକ୍ଷ ଟଙ୍କା ରହିବା ନେଇ ଅନୁମାନ କରାଯାଉଛି। ଅର୍ଥବ୍ୟବସ୍ଥାକୁ ପୁନର୍ଜିବୀତ କରିବାର ପ୍ରୟାସରେ ସରକାର ବିଭିନ୍ନ ଯୋଜନାରେ ଖର୍ଚ୍ଚକୁ ବଢାଇ ଦେଇଛନ୍ତି। ଏହାର ପରିମାଣ ସ୍ବରୂପ ଆର୍ଥିକ କ୍ଷତି ବଢିଯାଇଛି। 2018-19ରେ ଜିଡିପି ଦର ପାଖାପାଖି 6 ପ୍ରତିଶତ ରହିବା ବୋଲି ଯୁକ୍ତରାଷ୍ଟ୍ରରେ ହୋଇଥିବା ସମ୍ମିଳନୀ ଭବିଷ୍ୟବାଣୀ କରିଛି। ବିଶ୍ବବ୍ୟାଙ୍କ ମଧ୍ୟ ଜିଡିପିକୁ ନିଜର ପୂର୍ବାନୁମାନ 7.5 ପ୍ରତିଶତରୁ ଖସି 6 ପ୍ରତିଶତରେ ପହଞ୍ଚିଛି। ଇଣ୍ଟରନ୍ୟାସନାଲ କ୍ରେଡିଟ ରେଟିଂ ଏଜେନ୍ସି ଏହାକୁ 5.8 ପ୍ରତିଶତର ସର୍ବକାଳୀନ ନିମ୍ନସ୍ତରକୁ ଖସାଇ ଦେଇଛି। ଘରୋଇ ଉତ୍ପାଦ ଓ ସେବାର ଚାହିଦାର ଆବଶ୍ୟକତା ମାନ୍ଦାବସ୍ଥାର କାରଣ ରୂପେ ଛିଡା ହୋଇଛି। ଔଦ୍ୟୋଗିକ ଉତ୍ପାଦନରେ ହ୍ରାସ, ବେରୋଜଗାରୀ, ଅଟୋମୋବାଇଲ ସମେତ ଅନ୍ୟକ୍ଷେତ୍ରରେ ବିକ୍ରିରେ ମାନ୍ଦାବସ୍ଥା ଓ ଆମେରିକା-ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଭାରତକୁ ଅନ୍ତରାଷ୍ଟ୍ରୀୟ ବଜାରରେ ପଛରେ ପକାଇ ଦେଇଛି।

ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ବିଗତ 3ରୁ 4 ମାସ ମଧ୍ୟରେ କେନ୍ଦ୍ର ସରକାର କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ 32ଟି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଭାରତକୁ 2024-25 ସୁଦ୍ଧା 5 ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପହଞ୍ଚାଇବା ପାଇଁ ମହତ୍ବପୂର୍ଣ୍ଣ ପଦକ୍ଷେପ ଉଠାଇବା ଆରମ୍ଭ କରିଦେଇ ସାରିଲେଣି । ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମ ଥର ପାଇଁ 2019ରେ ନିଜର ରେପୋରେଟ ଦର 5 ଗୁଣା ହ୍ରାସ କରିଛି। ସୀମାନ୍ତ ସ୍ଥାୟୀ ସୁବିଧା ବ୍ୟାଙ୍କ ଦରକୁ 5.40 ପ୍ରତିଶତ କରିଦେଇଛି। ଆବଶ୍ୟକ ସ୍ଥଳେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କକୁ ଆର୍ଥିକ ରୂଣ ଦେଇଥାଏ। ରେପୋ ରେଟ କମ କରିବା ଯୋଗୁଁ ବାଣିଜ୍ୟିକ ବ୍ୟାଙ୍କ କମ ଋଣ ନେଇ କମ୍ପାନୀକୁ ଋଣ ଦେଇପାରିବ। ଏହି ଋଣ ଦ୍ବାରା ନିବେଶ ଓ ରୋଜଗାରର ସୁଯୋଗ ବଢିବ।

ରିଜର୍ଭ ବ୍ୟାଙ୍କ ଋଣ କମ କରିଥିବା ବେଳେ ବ୍ୟାଙ୍କ ଉପଭୋକ୍ତାଙ୍କ ଏହାର ଲାଭ ଦେଉନାହାଁନ୍ତି। ଏଥର କମ ସୁଧରେ ଖୁଚୁରା ଋଣ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏଥିରୁ ଘର, ଅଟୋ ଓ ଅନ୍ୟ ଖୁଚୁରା ଋଣ ଉପରେ ମାସିକ ଇଏମଆଇ କମ ହେବା ସହ ଆବଶ୍ୟକତା ବୃଦ୍ଧି ପାଇବ। ଏପରି ସ୍ଥତିରେ ରୋଜଗାର ସୁଯୋଗକୁ ବୃଦ୍ଧି କରିବା ନେଇ ଅନୁମାନ କରାଯାଉଛି। ଭାରତୀୟ ବାଣିଜ୍ୟିକ ବଜାରରେ ଅଟୋମୋବାଇଲ ଉଦ୍ୟୋଗର 49 ପ୍ରତିଶତ ଭାଗିଦାରୀ ରହିଛି। ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ 3.7 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ରୋଜଗାର ଯୋଗାଇଥାଏ। ମୋଟରଯାନ କ୍ଷେତ୍ରରେ ଇସ୍ପାତ, ଆଲୁମିନିୟମ ଓ ଟାୟାର ଉଦ୍ୟୋଗର ପ୍ରତ୍ୟେକ୍ଷ ସମ୍ପର୍କ ରହିଛି। ଯଦି ଯାନ ବାହାନର ଆବଶ୍ୟକତା କମ ହୁଏ, ଉପରୋକ୍ତ ଔଦ୍ୟୋଗିତ କ୍ଷେତ୍ରକୁ କ୍ଷତି ପହଞ୍ଚିବ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ପାଖାପାଖି 18.42 ପ୍ରତିଶତ ମନ୍ଦାବସ୍ଥା ରହିଛି। ସମସ୍ତ ପ୍ରକାର ଯାନବାହନର ବିକ୍ରି 12.35 ପ୍ରତିଶତ କମିଛି। ଏହାଯୋଗୁଁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଚାକିରୀ ହରାଇବାର ଭୟ ରହିଛି। ଏନେଇ ଯାନବାହନର କ୍ରୟ ଉପରେ ସରକାର ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଗତ ଅଗଷ୍ଟ 30 ତାରିଖରେ ସରକାର ସାର୍ବଜନିକ କ୍ଷେତ୍ରରେ ବିଭିନ୍ନ ବ୍ୟାଙ୍କର ମିଶ୍ରଣ କରିଛନ୍ତି। ଏହା ଫଳରେ ରାଜକୋଷରେ ବୃଦ୍ଧି ହେବା ସହ ଋଣ ମିଳିବ। ସାର୍ବଜନିକ କ୍ଷେତ୍ରରେ ସରକାର ବିଭିନ୍ନ ବ୍ୟାଙ୍କକୁ 70 ହଜାର କୋଟି ଟଙ୍କା ଉପଲବ୍ଧ କରାଇବେ। ଫଳରେ ସହଜରେ ଜନତାଙ୍କୁ ଋଣ ପ୍ରଦାନ କରିହେବ।

ଅନ୍ୟପକ୍ଷେ କର କ୍ଷେତ୍ରରେ 22 ପ୍ରତିଶତ କର୍ପୋରେଟ ଚ୍ୟାକ୍ସ ଦର ବିଶିଷ୍ଟ ସ୍ବେଦେଶୀ କମ୍ପାନୀକୁ ଅତିକମରେ 25.17 ପ୍ରତିଶତ ଓ ନୂତନ ଉଦ୍ୟୋଗକୁ 17.1 କର ଦେବାକୁ ପଡିବ। ଜିଏସଟି ପରେ କର୍ପୋରେଟ କ୍ଷେତ୍ର ହେଉଛି ସବୁଠୁ ମହତ୍ବପୂର୍ଣ୍ଣ ସୁଧାର। ଯଦି କର୍ପୋରେଟ ଟ୍ୟାକ୍ସ କମ ଅଛି, ତାହେଲେ ଅନ୍ତରାଷ୍ଟ୍ରୀୟ ବଜାରରେ ଆମର ଉତ୍ପାଦନ ବିଦେଶି ବସ୍ତୁ ସହ ମୁକାବିଲା କରିପାରିବ। ଦକ୍ଷିଣ କୋରିଆ ଓ ଇଣ୍ଡୋନେସିଆରେ କର୍ପୋରେଟ ଟ୍ୟାକ୍ସ 25 ପ୍ରତିଶତ ଥିବା ବେଳେ ସିଙ୍ଗାପୁର ଓ ହଂକଂରେ ଏହା 17 ପ୍ରତିଶତ ରହିଛି। ଭାରତ ସରକାର ମଧ୍ୟ କର୍ପୋରେଟ ଟ୍ୟାକ୍ସକୁ ଅନ୍ତରାଷ୍ଟ୍ରୀୟ ହାରାହାରି ସ୍ତର ପାଖକୁ ଆଣି ବିଦେଶୀ ନିବେଶକୁ ଆପଣାଇ ‘ମେକ ଇନ ଇଣ୍ଡିଆ’ ରଥକୁ ଆଗକୁ ବଢାଇବା ଲକ୍ଷରେ ରହିଛନ୍ତି।

ଏସବୁ ସତ୍ତ୍ବେ ଅନ୍ତରାଷ୍ଟ୍ରୀୟ କ୍ରେଡିଟ ରେଟିଂ କମ୍ପାନୀ ଭାରତର ରେଟିଂକୁ ସ୍ଥିରରୁ ନକାରାତ୍ମକ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛି । ଏହି ଏଜେନ୍ସି ଅନେକ ଭାରତୀୟ କମ୍ପାନୀକୁ କମ ରେଟିଂ ପ୍ରଦାନ କରିଛି । ଯଦି ଦେଶ ଓ କମ୍ପାନୀ ପାଖରେ ଭଲ ରେଟିଂ ଥାଏ ତେବେ ଅନ୍ତରାଷ୍ଟ୍ରୀୟ ଋଣ ମଧ୍ୟ ସହଜରେ ମିଳିଥାଏ। ଯଦି ସ୍ଥିତିରେ ସୁଧାର ନ ଆସେ ତେବେ ଭାରତ ମାନ୍ଦାବସ୍ଥା ଓ ଋଣରେ ବୁଡିଯାଇ ପାରେ ବୋଲି ଭବିଷ୍ୟବାଣୀ କରାଯାଇଛି। ଏହି ବିନାଶକୁ ରୋକିବା ପାଇଁ ଭାରତକୁ ପ୍ରଣାଳୀଗତ ସୁଧାରକୁ ଆପଣାଇବାକୁ ପଡିବ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.