ହାଇଦ୍ରାବାଦ: ଜୁନ ୧୫ ରେ ଲଦାଖ ଗଲୱାନ ଘାଟି ରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷର ପ୍ରତିବାଦ ଆଜି ସମଗ୍ର ଭାରତରେ ଦେଖା ଯାଉଛି। ଚୀନ ଆପ ଏବଂ ଉତ୍ପାଦ ବର୍ଜନର ନାରା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ତେବେ ଚୀନ ପ୍ରସ୍ତୁତ ସାମଗ୍ରୀ ବହିସ୍କାର ଭାରତୀୟ ଅର୍ଥବ୍ୟବସ୍ଥାକୁ କେତେ ପ୍ରଭାବିତ କରିବ ସେ ନେଇ ଜୋର ଧରିଛି ଆଲୋଚନା ଏବଂ ସମାଲୋଚନା ।
ଏହି ପରିପ୍ରେକ୍ଷୀରେ ଚୀନ ର ଦୈନିକ ଖବର କାଗଜ, ଗ୍ଲୋବାଲ ଟାଇମ୍ସ ଏକ ବିଶ୍ଳେଷଣ ପ୍ରକାଶ କରିଛି ଏବଂ ଏହା ଦର୍ଶାଇଛି ଯେ ଭାରତ ଅର୍ଥନୀତି ପାଇଁ ଚୀନ ସାମଗ୍ରୀ ର ଉପାଦେୟତା କେତେ ରହିଛି।
ପ୍ରତ୍ୟେକ ମଧ୍ୟମ ବର୍ଗ ପରିବାର ରେ ଚୀନ ପ୍ରସ୍ତୁତ ସାମଗ୍ରୀ:
ଛୋଟ ଖେଳଣା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ ସାମଗ୍ରୀ, ଟେଲିଫୋନ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରତ୍ୟେକ ଭାରତୀୟ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି , ଯାହା କୌଣସି ଭାରତୀୟ ଅଗ୍ରାହ୍ୟ କରି ପାରିବେ ନାହିଁ।
ଏହି ସମ୍ଭନ୍ଧରେ ଚୀନ ର ବ୍ୟବସାୟୀ ମାନେ ଯୁକ୍ତି ବାଢନ୍ତି ଯେ, କ୍ଷୁଦ୍ର ମେଡ ଇନ ଚାଇନା ପଦାର୍ଥ ର ପ୍ରଚଳନ ଭାରତୀୟ ବଜାର ରେ ବନ୍ଦ ହେଉଛି । ଫଳରେ ଏହାର କୁ ପ୍ରଭାବ ଭାରତୀୟ ବଜାର ରେ ହିଁ ପଡିବ।
ଏଥିସହ ସେମାନେ ଯୁକ୍ତି ବାଢିଛନ୍ତି କି, ଯେ କୌଣସି ମଧ୍ୟବର୍ଗ ପରିବାର ର ବ୍ୟକ୍ତି, ଅନେକ ସମୟ ପର୍ଯ୍ୟନ୍ତ ମେଡ ଇନ ଚାଇନା ପଦାର୍ଥର ବ୍ୟବହାର ବନ୍ଦ କରି ପାରିବେ ନାହିଁ। ଚୀନ ଅର୍ଥନୀତିଜ୍ଞ ମାନେ ଏହା ମଧ୍ୟ କୁହନ୍ତି ଯେ କ୍ଷୁଦ୍ର ଚାଇନା ପଦାର୍ଥ ଉତ୍ପାଦନ ର ସହର ' ୟିଉ ' ରେ ଏତେ ସଂଖ୍ୟକ ଭାରତୀୟ ଆମଦାନୀ ବ୍ୟବସାୟୀ ଅଛନ୍ତି ଯେ ଏହା ଏକ ଭାରତୀୟ ଏକ୍ସପର୍ଟ ଟାଉନ ଗଠନ ର ପ୍ରକ୍ରିୟାରେ ଥିଲା।
ସେହିପରି ଭାରତର 90 ପ୍ରତିଶତରୁ ଅଧିକ ହାର୍ଡୱେର ଚାଇନାରୁ ଆସେ ବୋଲି ଭାରତୀୟ ବ୍ୟବସାୟୀ କହିଛନ୍ତି । ବିଶେଷଜ୍ଞ ଙ୍କ ମତ ରେ ଚୀନ ପଦାର୍ଥର ଆମଦାନୀ ବନ୍ଦ ଫଳରେ ଭାରତୀୟ ମଧ୍ୟବିତ୍ତଙ୍କ ବଜାରର ଚାହିଦା ଭାରି ପଡିବ। ଯେଉଁମାନେ ସ୍ମାର୍ଟ ଫୋନ କିଣିବାକୁ କିମ୍ବା ର ଏହାର ପ୍ରଚଳନ ଭାରତୀୟ ବଜାର ରେ ନ କରିବାକୁ ପ୍ରତିଶ୍ରୁତିବଦ୍ଧ , ସେମାନଙ୍କ ପାଇଁ ହୁଏତ ଏସବୁ କଷ୍ଟକର ହୋଇ ପଡିବ। ଫଳରେ ଉପଭୋକ୍ତା ମାନେ ସେମାନଙ୍କର କ୍ରୟକୁ ବିଳମ୍ବ କରିବାକୁ ବାଛିବେ ଏବଂ COVID-19 ମହାମାରୀ ସମୟ ରେ ଉପଭୋକ୍ତା ଅଭିବୃଦ୍ଧିର ଆବଶ୍ୟକତା ଥିବା ଭାରତୀୟ ଅର୍ଥନୀତି ପାଇଁ ଏହା ଏକ ଖରାପ ଖବର। ଏହି ପରିସ୍ଥିତି ରେ 2024 ସୁଦ୍ଧା 5 ଟ୍ରିଲିୟନ ଡଲାରର ଅର୍ଥନୀତି ଗଠନ ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ମଧ୍ୟ କିଛି ଅବଧି ପାଇଁ ସ୍ଥଗିତ ରହିପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି।
ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଭାରତର ଏହି ନିଷ୍ପତ୍ତି ଯୋଗୁଁ ବିଭିନ୍ନ ମୁକ୍ତ ବାଣିଜ୍ୟ କାରବାର, ଯେପରିକି 'ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ' ରେ ମଧ୍ୟ ଭାରତ ନିଜର ସ୍ଥାନ ହରାଇ ପାରେ ବୋଲି ଆଶଙ୍କା କରାଯାଇଛି। ବର୍ତ୍ତମାନ ପରିସ୍ଥିତି ରେ ଭାରତର ପଦାର୍ଥ ରପ୍ତାନୀ ପ୍ରତିଯୋଗୀ । ଯେପରିକି ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ, ଚାଇନା ସହିତ ବ୍ୟବସାୟ କରି ତାଙ୍କ ଅର୍ଥନୈତିକ ଅଭିବୃଦ୍ଧି କରିବାରେ ସକ୍ଷମ ହେବେ।
ଚୀନ ପ୍ରସ୍ତୁତ ପଦାର୍ଥ ଏବଂ ଉପାଦାନ ଉପରେ ନିର୍ଭର ଭାରତୀୟ ଅର୍ଥବ୍ୟବସ୍ଥା:
ଅନେକ ଶିଳ୍ପୋଦ୍ୟୋଗୀ ମଧ୍ୟ ମତ ପ୍ରକାଶ କରିଛନ୍ତି ଯେ, ସ୍ମାର୍ଟ ଫୋନ, ସୌର ଶକ୍ତି ଉପକରଣ ଏବଂ ଅଟୋମୋବାଇଲ ଭଳି ଉତ୍ପାଦର ପ୍ରମୁଖ ଉପାଦାନ ପାଇଁ ଭାରତ ଚୀନ ଉପରେ ଅଧିକ ନିର୍ଭରଶୀଳ । ଭାରତରେ ବିକ୍ରି ହେଉଥିବା ସ୍ମାର୍ଟ ଫୋନ ପାଇଁ କ୍ୟାମେରା ମଡ୍ୟୁଲ୍, ମଦରବୋର୍ଡ ଏବଂ ସ୍କ୍ରିନ ପରି ମୂଳ
ଉପାଦାନଗୁଡ଼ିକ ଚାଇନାର ଯୋଗାଣକାରୀଙ୍କ ଉପରେ ନିର୍ଭର କରେ । ଏହି ପରିପ୍ରେକ୍ଷୀରେ ଭାରତରେ କାର୍ଯ୍ୟ କରୁଥିବା ଏକ ପ୍ରତିଷ୍ଠିତ ଚାଇନିଜ ବ୍ରାଣ୍ଡ କହିଛି ଯେ, ଏହା ଭାରତରେ ବିକ୍ରି ହେଉଥିବା ସ୍ମାର୍ଟ ଫୋନ ପାଇଁ ସ୍ଥାନୀୟ ଉଦ୍ୟୋଗୀ ମାନଙ୍କ ଠାରୁ ପ୍ରାୟ 65 ପ୍ରତିଶତ ଉପାଦାନ କ୍ରୟ କରିଥାଏ, କିନ୍ତୁ ଏହା ମୁଖ୍ୟତଃ ପ୍ୟାକେଜିଂ ଭଳି କମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଚାଇନା ଉପରେ ନିର୍ଭରଶୀଳ ଅଟେ। ଏହି ପ୍ରସଙ୍ଗ କୁ ମଧ୍ୟ ଚାଇନାର ନିର୍ମାତାମାନେ ମାନିଛନ୍ତି।
ଏକ ପ୍ରମୁଖ ଭାରତୀୟ ଗଣମାଧ୍ୟମ, ଇକୋନୋମିକ ଟାଇମ୍ସ ନିକଟରେ ରିପୋର୍ଟ କରିଛି ଯେ ଚାଇନାର ସ୍ମାର୍ଟ ଫୋନ ବ୍ରାଣ୍ଡର ବଜାର ଅଂଶ ଭାରତରେ ପ୍ରାୟ 72 ପ୍ରତିଶତ ରହିଛି, ଯାହା ପ୍ରତ୍ୟେକ ମୂଲ୍ୟ ବିଭାଗରେ ପ୍ରାଧାନ୍ୟ ଦେଇଥାଏ।
ରିପୋର୍ଟ ଅନୁଯାୟୀ ଚାଇନାର ସୌର ଶକ୍ତି ଉତ୍ପାଦର ଅଂଶଧନ, ସ୍ଥାନୀୟ ବଜାରର 90 ପ୍ରତିଶତ ରହିଛି । ସେଥିରୁ ଅଟୋ ଉପାଦାନଗୁଡିକ ପ୍ରାୟ 26 ପ୍ରତିଶତ ଏବଂଟେଲିକମ ଉପକରଣଗୁଡିକ ପାଖାପାଖି 25 ପ୍ରତିଶତ ଅଟେ। ଭାରତର ଅଟୋ ଇଣ୍ଡଷ୍ଟ୍ରିଜର ଅନ୍ୟାନ୍ୟ ଉପାଦାନ ମଧ୍ୟର, ଇଲେକ୍ଟ୍ରୋନିକ ଉପକରଣ, ପ୍ରେସର ସେନ୍ସର ଏବଂ ଇନ୍ଧନ ଇଞ୍ଜେକ୍ଟର ପାଇଁ ଭାରତ, ଚୀନ ଉପରେ ଅଧିକ ନିର୍ଭରଶୀଳ । ଚାଇନା ପାସେଞ୍ଜର କାର ଆସୋସିଏସନ (ସିପିସିଏ) ର ତଥ୍ୟ ଦର୍ଶାଉଛି ଯେ ଚୀନ ଏପ୍ରିଲରେ ଭାରତକୁ 2,957 ଟି କାର ରପ୍ତାନି କରିଛି। ଚୀନର ଅଟୋ ରପ୍ତାନି ଦେଶ ମଧ୍ୟରେ ଭାରତ 7 ନମ୍ବର ସ୍ଥାନରେ ରହିଛି।
ଅର୍ଥନୈତିକ ତଥ୍ୟ ରୁ ଜଣା ପଡିଛି ଯେ, କେବଳ 2018 ଆର୍ଥିକ ବର୍ଷରେ ଚୀନ ଭାରତର 57 ବିଲିୟନ ଡଲାର ମଧ୍ୟରୁ ଅଟୋ ଉପାଦାନ ଶିଳ୍ପକୁ 4.3 ବିଲିୟନ ଡଲାର ମୂଲ୍ୟର ଅଂଶ ରପ୍ତାନି କରିଛି।
ଭାରତୀୟ ଔଷଧ ଏବଂ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ :
Active Pharmaceutical Ingredient (API) ମତରେ, ଭାରତ ଯଦି ଔଷଧ ଏବଂ ଫାର୍ମାସ୍ୟୁଟିକାଲ ଉପାଦାନ ଚୀନ ଠାରୁ ଆମଦାନୀ ନ କରେ ତେବେ ଭାରତ କୁ କୌଣସି ଅନ୍ୟ କୌଣସି ବିକଳ୍ପ ଡ୍ରଗ ଇଣ୍ଡଷ୍ଟ୍ରି ଖୋଜି ନେବାକୁ ପଡିବ। ଚୀନ ଗଣମାଧ୍ୟମ
ଅନୁଯାୟୀ ଭାରତ ସରକାର ଏହାର ପ୍ରଡକ୍ଟ ଲିଙ୍କେଡ ଇନସେଣ୍ଟିଭ Production Linked Incentive (PLI) ଯୋଜନା ପାଇଁ ଚୂଡାନ୍ତ ନିର୍ଦ୍ଦେଶାବଳୀ ଘୋଷଣା କରିବ ଏବଂ ଆସନ୍ତା ଆଠ ବର୍ଷ ମଧ୍ୟରେ ଏହି ଯୋଜନାରେ 6,940 ମିଲିୟନ କୋଟିରୁ ଅଧିକ ($ 913,272) ଆର୍ଥିକ ପ୍ରଭାବ ରହିବ ବୋଲି କୁହାଯାଉଛି।
ଚାଇନାର API ଉଦ୍ୟୋଗ, ଔଷଧ ଯୋଗାଣ ଶୃଙ୍ଖଳରେ ଏକ ଅଗ୍ରଣୀ ସଂସ୍ଥା। ବିଶେଷ ଭାବରେ ଭାରତ ପରି ପ୍ରମୁଖ ଆମଦାନୀକାରୀଙ୍କ ପାଇଁ ଏହା ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଭାରତ ପ୍ରତିବର୍ଷ ଚାଇନାରୁ ହାରାହାରି 68 ପ୍ରତିଶତ ଡ୍ରଗ ଆମଦାନୀ କରୁଛି।
ଚାଇନା ଚାମ୍ବର ଅଫ କମର୍ସର ମେଡିସିନ ଓ ହେଲଥ ପ୍ରଡକ୍ଟ ଆମଦାନୀ ଓ ରପ୍ତାନୀ ଅନୁଯାୟୀ, 2019 ରେ ମୋଟ 5.65 ବିଲିୟନ ଡଲାର ମୂଲ୍ୟର ଫାର୍ମାସ୍ୟୁଟିକାଲ ପଦାର୍ଥ ମାନ ଭାରତକୁ ରପ୍ତାନୀ କରାଯାଇଥିଲା, ଯାହା ଚୀନର ମୋଟ API ରପ୍ତାନୀର ପ୍ରାୟ 17 ପ୍ରତିଶତ ଅଟେ।
ଫାର୍ମାସ୍ୟୁଟିକାଲ କମ୍ପାନୀର ଜଣେ ମ୍ୟାନେଜରଙ୍କ ମତରେ, ଯଦି ଭାରତ ସରକାର ଚୀନ ଉପରେ, ସୀମା ଶୁଳ୍କ ଲାଗୁ କରନ୍ତି, ତେବେ ଏହା ସମ୍ଭବତଃ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ପାଇଁ ଅନ୍ୟ ବିକଳ୍ପ
ଖୋଜିବାକୁ ବାଧ୍ୟ କରିବ । ଯେହେତୁ, ଅନ୍ୟ ଦେଶମାନଙ୍କ ଔଷଧ ର ଚାହିଦା API ଭଳି ନାହିଁ ଏଣୁ ମୂଲ୍ୟ ଏବଂ କ୍ଷମତା ଦୃଷ୍ଟିରୁ ଭାରତ ଔଷଧ ଆମଦାନୀ କରିବାକୁ ମନା ନ କରି ପାରେ ।