ETV Bharat / business

କୋରୋନା ମାଡ: ଜି-20 ଦେଶ ମଧ୍ୟରେ ସର୍ବାଧିକ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥା

ଆର୍ଥିକ ମନ୍ଥରତା ଦେଇ ଗତି କରୁଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ବଡ ଝଟକା ଦେଇଛି ପ୍ରଥମ ତ୍ରୟମାସର ଜିଡିପି । ଚିନ୍ତାର ବିଷୟ କି ଜି 20 ଦେଶ ମଧ୍ୟରେ ସବୁଠୁ ଅଧିକ ଜିଡିପି ହ୍ରାସର ସାମ୍ନା କରିଛି ଭାରତ । ଅଧିକ ପଢନ୍ତୁ..

କୋରୋନା ମାଡ,  ଜି-20 ଦେଶ ମଧ୍ୟରେ ସର୍ବାଧିକ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥା

author img

By

Published : Sep 3, 2020, 5:48 PM IST

ହାଇଦ୍ରାବାଦ: ଅଗ୍ରଣୀ ବିଶ୍ବ ଅର୍ଥବ୍ୟବସ୍ଥା ମଧ୍ୟରେ ସବୁଠୁ ଅଧିକ କୋରୋନାରେ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥବ୍ୟବସ୍ଥା । 2020 ଜୁନରେ ସମାପ୍ତ ତ୍ରୟମାସର ମୋଟ ଘରୋଇ ଉତ୍ପାଦ (ଜିଡିପି )ରେ ସବୁଠୁ ଅଧିକ ଖରାପ ସ୍ଥିତି ଦେଖିଛି ଭାରତ । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ)ର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ମୂଳ ଭାରତୀୟ ଗୀତା ଗୋପୀନାଥ ଏ ନେଇ କହିଛନ୍ତି ।

ଆଇଏମଏଫ ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପିନାଥଙ୍କ ଟ୍ବିଟ

ଟ୍ବିଟରରେ ଏକ ପରିସଂଖ୍ୟାନକୁ ସେୟାର କରି ଗୋପିନାଥ ଦର୍ଶାଇଛନ୍ତି କି, ଗତ ତ୍ରୟମାସ (Q1) ତୁଳନାରେ ଭାରତର ଜିଡିପିରେ ଏପ୍ରିଲ-ଜୁନ ଅବଧି ( କ୍ୟାଲେଣ୍ଡର ବର୍ଷ 2020 ର ପ୍ରଥମ ତ୍ରୟମାସ ) ମଧ୍ୟରେ -25.6% ବୃଦ୍ଧି ରେକର୍ଡ କରାଯାଇଛି । ଯାହାକି ଜି-20 ଦେଶରେ ସବୁଠୁ କମ ।

ୟୁକେର ଅର୍ଥନୀତି ଦ୍ୱିତୀୟ ସର୍ବାଧିକ ଥିଲା । ଏହାର ଜିଡିପି Q2ରେ-20.4% ବୃଦ୍ଧି ହୋଇଛି । ଆମେରିକାର ଅର୍ଥନୀତି -9.1% ଅଭିବୃଦ୍ଧି ରେକର୍ଡ କରିଥିବାବେଳେ ୟୁରୋପୀୟ ୟୁନିଅନ (EU) ସମାନ ସମୟ ମଧ୍ୟରେ -11.7% ବୃଦ୍ଧି ହୋଇଛି । ଅପରପକ୍ଷେ, ଚୀନ ହେଉଛି ଏକମାତ୍ର ଏଭଳି ଅର୍ଥନୀତି, ଯାହା Q1 ତୁଳନାରେ Q2ରେ 12.3 ପ୍ରତିଶତ ବୃଦ୍ଧି ରେକର୍ଡ କରିଛି ।

ଗୋପୀନାଥ ତାଙ୍କ ଟ୍ୟୁଟରେ କହିଛନ୍ତି ଯେ Q1ରେ ପତନ ପରେ ଚୀନ Q2ରେ ଦୃଢ ପୁନରୁଦ୍ଧାର ହାସଲ କରିଛି।

ଗୋପୀନାଥ ପୁନର୍ବାର ଆଶଙ୍କା ବ୍ୟକ୍ତ କରି କହିଛନ୍ତି କି, ଦେଶଗୁଡିକ 2020 ପାଇଁ ପ୍ରମୁଖ ଅର୍ଥନୈତିକ ସଂକୋଚନକୁ ସାମ୍ନା ପାଇଁ ପ୍ରସ୍ତୁତ ହେବା ଉଚିତ ।

ଚଳିତ ସପ୍ତାହର ଆରମ୍ଭରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ବାରା ପ୍ରକାଶିତ ରିପୋର୍ଟରେ, ଭାରତର ପ୍ରଥମ ତ୍ରୟମାସର ଜିଡିପି ଗତ ବର୍ଷ ତୁଳନାରେ -23.9% ବୃଦ୍ଧି ହୋଇଛି । ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଲକଡାଉନରେ କଟିଥିବାରୁ ସଙ୍କୁଚନର ଆଶଙ୍କା ପୂର୍ବରୁ ହିଁ ରହିଥିଲା । ଜୁନ ପରେ ଅନଲକ ପର୍ଯ୍ୟାୟ ଆରମ୍ଭ ହୋଇଛି । ତଥାପି ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କିଛି ସହର ଓ ରାଜ୍ୟ ଲକଡାଉନ ରହିଛି ।

ଜିଡିପି ତଥ୍ୟକୁ ନେଇ ପୂର୍ବ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି କି, ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏବେ ବି କିଛି ଆର୍ଥିକ ସଙ୍କଟ ବାକି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.