ETV Bharat / business

ବିଶ୍ବ ମାନ୍ଦାବସ୍ଥା ଅନୁମାନ, ଭାରତର ଜିଡିପି 1.9% ରହିପାରେ

author img

By

Published : Apr 14, 2020, 10:08 PM IST

କୋରୋନା ଭାଇରସ ସଂକ୍ରମଣ ସମଗ୍ର ବିଶ୍ବରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଠପ କରିଦେଇଛି । ।1991 ଉଦାରୀକରଣ ପରେ ଏହା ଭାରତ ସବୁଠୁ ଖରାପ ଜିଡିପି ରେକର୍ଡ ରହିବ ବୋଲି ଆଶଙ୍କା ରହିଛି । ଅଧିକ ପଢନ୍ତୁ..

forecasts global recession due to COVID-19
ବିଶ୍ବ ମାନ୍ଦାବସ୍ଥା ଅନୁମାନ, ଭାରତର ଜିଡିପି 1.9% ରହିପାରେ

ୱାସିଂଟନ: 2020ରେ ଭାରତର ଜିଡିପି 1.9 ପ୍ରତିଶତ ବୃଦ୍ଧି ନେଇ ଆକଳନ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ । କାରଣ 1930 ଦଶକରେ ମହାମାନ୍ଦାବସ୍ଥା ପରେ ଏବେ ବିଶ୍ବ ଅର୍ଥନୀତି ସବୁଠାରୁ ଖରାପ ଅବନତିର ସମ୍ମୁଖୀନ ହୋଇଛି ।

କୋରୋନା ଭାଇରସ ସଂକ୍ରମଣ ସମଗ୍ର ବିଶ୍ବରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଠପ କରିଦେଇଛି । ଏଥିସହ ବିଭିନ୍ନ ସେକ୍ଟର ଏବେ ପ୍ରବଳ କ୍ଷତି ସହୁଛନ୍ତି । ଏସବୁ ଅନୁମାନ କଲେ 1991 ଉଦାରୀକରଣ ପରେ ଏହା ଭାରତର ସବୁଠୁ ଖରାପ ଜିଡିପି ରେକର୍ଡ ରହିବ ବୋଲି ଆଶଙ୍କା ରହିଛି । ହେଲେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବିଶ୍ବ ଅର୍ଥବ୍ୟବସ୍ଥା ରିପୋର୍ଟର ନୂଆ ଭର୍ସନରେ ଭାରତକୁ ଦୁନିଆର ସବୁଠୁ ଦ୍ରୁତ ବିକଶିତ ଅର୍ଥବ୍ୟବସ୍ଥା ରୂପେ ପରିଚିତ କରାଇଛି ।

2020ରେ ସକରାତ୍ମକ ଅଭିବୃଦ୍ଧି ରେକର୍ଡ କରିବା କ୍ଷେତ୍ରରେ କେବଳ ଦୁଇଟି ପ୍ରମୁଖ ଦେଶ ରହିଛି । ଗୋଟିଏ ଭାରତ, ଦ୍ୱିତୀୟଟି ହେଉଛି ଚୀନ । ଚୀନ ପାଇଁ ଆଇଏମଏଫ ଅଭିବୃଦ୍ଧି ହାର 1.2 ପ୍ରତିଶତ ଅନୁମାନ ରଖିଛି ।

ଆଇଏମଏଫ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି ଯେ, ‘‘ଆମେ 2020ରେ ବିଶ୍ବ ଅଭିବୃଦ୍ଧିକୁ 3 ପ୍ରତିଶତକୁ ହ୍ରାସ କରିଛୁ । 2020 ଜାନୁୟାରୀ ଠାରୁ ଏହା 6.3 ପ୍ରତିଶତ ହ୍ରାସ ହୋଇଛି । ଯାହା ଖୁବ କମ ସମୟ ମଧ୍ୟରେ ଏକ ପ୍ରମୁଖ ସଂଶୋଧନ ଅଟେ । କୋଭିଡ -19 ମହାମାରୀ ସବୁ କ୍ଷେତ୍ରରେ ବିକାଶକୁ ଗୁରୁତର ଭାବରେ ପ୍ରଭାବିତ କରିବ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.