ନୂଆଦିଲ୍ଲୀ: ଆୟକର ବିଭାଗ ବ୍ୟାଙ୍କ ଏବଂ ଡାକଘରକୁ ଏକ ନୂଆ ସୁବିଧା ଯୋଗାଇଛି । ଯାହା ମାଧ୍ୟମରେ ଆୟକର ରିଟର୍ଣ୍ଣ ଦାଖଲ କରୁନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ 20 ଲକ୍ଷ ଟଙ୍କାରୁ ଅଧିକ ଓ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ 1 କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ ଉପରେ ଟିଡିଏସ ହାର ଚେକ କରାଯାଇପାରିବ ।
ଏହି ସୁବିଧା ବିଷୟରେ ସବିଶେଷ ତଥ୍ୟ ଦେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) କହିଛି ଯେ ବର୍ତ୍ତମାନ ବ୍ୟାଙ୍କ କିମ୍ବା ଡାକଘର ଟିଡିଏସ ହାର ଜାଣିବା ପାଇଁ କେବଳ ସେହି ବ୍ୟକ୍ତିର ପାନ ଭରିବା ବା ଏଣ୍ଟର କରିବାକୁ ହେବ , ଯିଏ ନଗଦ ଟଙ୍କା ଉଠାଉଛନ୍ତି ।
ବିବୃତ୍ତିରେ କୁହାଯାଇଛି କି , ଏବେ ସୁଦ୍ଧା ଏହି ସୁବିଧା ଅଧିନରେ 53,000ରୁ ଅଧିକ ଯାଞ୍ଚ ବା ଭେରିଫିକେସନ ଅନୁରୋଧକୁ ପୂରା କରାଯାଇଛି ।
ନଗଦ ନେଣଦେଣକୁ ହ୍ରାସ କରିବା ପାଇଁ ସରକାର , ବ୍ୟାଙ୍କ ଓ ଡାକଘରରୁ 1 କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ ଉପରେ 2 ପ୍ରତିଶତ ହାରରେ ଟିଡିଏସ ଲାଗୁ କରିବାକୁ ବ୍ୟବସ୍ଥା କରିଛନ୍ତି । ହେଲେ ବି ଏଥିରେ କିଛି ବ୍ୟତିକ୍ରମ ରହିଛି ।
ଯଦି ଆପଣ ଗତ 3 ବର୍ଷରେ ଆୟକର ଭରୁନାହାନ୍ତି, ତେବ ବ୍ୟାଙ୍କ ଆପଣଙ୍କୁ 20 ଲକ୍ଷରୁ 1 କୋଟି ଟଙ୍କାର ରାଶି ଉଠାଣ ଉପରେ 2 ପ୍ରତିଶତ ଟିଡିଏସ ଚାର୍ଜ କରିବ । ଯଦି 1 କୋଟିରୁ ଅଧିକ ଉଠାଣ କରନ୍ତି ତେବେ 5 ପ୍ରତିଶତ ଯାଏଁ ଟିଡିଏସ ଲାଗିବ । ଆଉ ଯେଉଁମାନେ 3 ବର୍ଷ ଯାଏଁ ଆୟକର ଭରୁଛନ୍ତି , ସେମାନଙ୍କ ଉପରେ 1 କୋଟି ଟଙ୍କାର ନଗଦ ଉଠାଣ ପରେ ବି କୌଣସି ଚିଡିଏସ ଲାଗୁ ହେବ ନାହିଁ ।
ଆୟକର ବିଭାଗର ୱେବସାଇଟରେ 'Quick Links ତଳେ 'Verification of applicability u/s 194N' ନାଁ ରହିଛି । ଟିଡିଏସ ରେଟର ଅପ୍ଲିକେବିଲିଟି ଚେକ କରିବା ପାଇଁ ବ୍ୟାଙ୍କ କିମ୍ବା ଡାକଘର ପକ୍ଷରୁ ୟୁଜରଙ୍କ ପାନ କିମ୍ବା ମୋବାଇଲ ନମ୍ବର ଦେବାକୁ ପଡିବ ।