ETV Bharat / business

ଜୁଲାଇରେ ଆଦାୟ ହେଲା 1.16 ଲକ୍ଷ କୋଟି GST - ଏକ ଲକ୍ଷ କୋଟି ପାର୍ ଜିଏସଟି ଆଦାୟ

ଜୁଲାଇରେ ଏକ ଲକ୍ଷ କୋଟି ପାର୍ କଲା ଜିଏସଟି ସଂଗ୍ରହ । ଗତ ବର୍ଷ ଜୁଲାଇ ମାସ ଅପେକ୍ଷା ଚଳିତ ମାସ ଜୁଲାଇରେ ମୋଟ ଜିଏସଟି ସଂଗ୍ରହ ୩୩ ପ୍ରତିଶତ ବୃଦ୍ଧି ସହ ୧.୧୬ କୋଟି ରହିଛି । ଯେଉଁଥିରୁ ଅର୍ଥ ବ୍ୟବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଥିବା ଅର୍ଥ ମନ୍ତ୍ରଣାଳୟ କହିଛି । ଅଧିକ ପଢନ୍ତୁ...

GST revenue at over Rs 1.16 lakh cr in July
ଜୁଲାଇରେ 1.16 ଲକ୍ଷ କୋଟି ଜିଏସଟି ଆଦାୟ
author img

By

Published : Aug 1, 2021, 5:50 PM IST

ନୂଆଦିଲ୍ଲୀ: ଜୁଲାଇରେ ଏକ ଲକ୍ଷ କୋଟି ପାର୍ କଲା ଜିଏସଟି ରାଜସ୍ବ । ଦ୍ରବ୍ୟ ଓ ସେବା କର(ଜିଏସଟି) ସଂଗ୍ରହ ଜୁଲାଇରେ ୩୩ ପ୍ରତିଶତ ବୃଦ୍ଧି ସହ ୧.୧୬ କୋଟିରେ ପହଞ୍ଚିଛି । ରବିବାର ଆର୍ଥିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଜୁଲାଇ ଜିଏସଟି ରାଜସ୍ବ ସଂଗ୍ରହରୁ ଜଣାପଡୁଛି କି ମହାମାରୀ ଯୋଗୁଁ ବିଗିଡିଥିବା ଅର୍ଥବ୍ୟବସ୍ଥାର ପୁନଃରୁଦ୍ଧାର ତୀବ୍ର ଗତିରେ ହେଉଛି । ଗତ ବର୍ଷ ଅର୍ଥାତ୍ ୨୦୨୦ ଜୁଲାଇରେ ଜିଏସଟି ସଂଗ୍ରହ ୮୭ ହଜାର ୪୨୨ କୋଟି ଟଙ୍କା ଥିଲା । ଏହାର ପୂର୍ବ ମାସ ବା ଜୁନରେ ମୋଟ ୯୨ ହଡାର ୮୪୯ କୋଟି ଜିଏସଟି ରାଜସ୍ବ ସଂଗ୍ରହ ହୋଇଥିଲା ।

ଜୁଲାଇରେ ଜିଏସଟି ରାଜସ୍ବ ୧, ୧୬, ୩୯୩ କୋଟି :

ପରିସଂଖ୍ୟାନ ଅନୁଯାୟୀ, ଚଳିତ ବର୍ଷ ଜୁଲାଇରେ ମୋଟ ଜିଏସଟି ରାଜସ୍ବ ସଂଗ୍ରହ ୧ ଲକ୍ଷ ୧୬ ହଜାର ୩୯୩ କୋଟି ଟଙ୍କା ରହିଛି । ମୋଟ ଜିଏସଟି ସଂଗ୍ରହରେ କେନ୍ଦ୍ରୀୟ ଜିଏସଟିର ପରିମାଣ ୨୨ ହଜାର ୧୯୭ କୋଟି, ରାଜ୍ୟ ଜିଏସଟି ୨୮ ହଜାର ୫୪୧ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି 57 ହଜାର ୮୬୪ କୋଟି ଏବଂ ସେସ୍ ୭ ହଜାର ୭୯୦ କୋଟି ଟଙ୍କା ରହିଛି ।

ଏଥିରେ ୩୧ ଜୁଲାଇ ଯାଏଁ ସଂଗୃହୀତ ଜିଏସଟି ରିଟର୍ଣ୍ଣ ବ୍ୟତୀତ ଏହି ସମାନ ଅବଧିରେ IGST ତଥା ଆମଦାନୀରୁ ଆଦାୟ ସେସ୍ ମଧ୍ୟ ଅନ୍ତର୍ଭୁକ୍ତ ।

ଗତ ବର୍ଷ ସମାନ ମାସ ତୁଳନାରେ ୩୬ ପ୍ରତିଶତ ଅଧିକ ଜିଏସଟି ରାଜସ୍ବ:

ସମୀକ୍ଷାଧୀନ ମାସରେ ଜିଏସଟି ରାଜସ୍ବ ଗତ ବର୍ଷ ଜୁଲାଇ ମାସ ଅପେକ୍ଷା ୩୩ ପ୍ରତିଶତ ଅଧିକ । ଏଥିସହ ଘରୋଇ ନେଣଦେଣ ସଂଗ୍ରହରେ ମଧ୍ୟ ୩୨ ପ୍ରତିଶତ ବୃଦ୍ଧି ହୋଇଛି । ଆର୍ଥିକ ମନ୍ତ୍ରଣାଳୟ କହିଛି କି ଲଗାତାର ଆଠ ମାସ ଧରି ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଉପରେ ରହିଛି । ମାତ୍ର ୨୦୨୧ ଜୁନରେ ଏଥିରେ କିଛିଟା ହ୍ରାସ ଘଟିଥିଲା । ଏହାର କାରଣ ଜୁନ ମାସର ଜିଏସଟି ସଂଗ୍ରହ ମେ ମାସ କାରବାର ସହ ସଂଶ୍ଲଷ୍ଟ ଥିଲା । ଗତ ଜୁନ ମାସରେ ମୋଟ ୯୨ ହଜାର ୮୪୯ କୋଟି ଜିଏସଟି ଆଦାୟ କରାଯାଇଥିଲା ।

୨୦୨୧ ମେ ମାସରେ କୋଭିଡ ଯୋଗୁଁ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପୂର୍ଣ୍ଣ ଓ ଆଂଶିକ ଲକଡାଉନ ଲାଗୁ କରାଯାଇଥିଲା । ଯାହାର ପ୍ରଭାବ ଜୁନ ମାସରେ ପ୍ରତିଫଳିତ ହୋଇଥିଲା । ମନ୍ତ୍ରଣାଳୟ କହିଛି କି, କୋଭିଡ-୧୯ କଟକଣାରେ କୋହଳ ସହିତ ଜୁଲାଇରେ ଜିଏସଟି ଆଦାୟ ପୁଣି ଥରେ ଏକ ଲକ୍ଷ କୋଟି ପାର୍ କରିଛି । ଯେଉଁଥିରୁ ଜଣାଯାଉଛି କି, ଅର୍ଥବ୍ୟବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି ।

@ PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.