ETV Bharat / business

କମିବନି ସୁଧହାର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା - କ୍ଷୁଦ୍ର ସଞ୍ଚୟ ସୁଧ ହ୍ରାସ

କ୍ଷୁଦ୍ର ସଞ୍ଚୟ ଯୋଜନାରେ ପୁରୁଣା ହାର ହ୍ରାସ କରିବା ଆଦେଶକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ କରି ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

କ୍ଷୁଦ୍ର ସଞ୍ଚୟ ସୁଧ ହ୍ରାସ, ନିର୍ମଳା ସୀଥାରମଣଙ୍କ ସୂଚନା

author img

By

Published : Apr 1, 2021, 12:57 PM IST

ନୂଆଦିଲ୍ଲୀ: କ୍ଷୁଦ୍ର ସଞ୍ଚୟ ଯୋଜନାରେ ପୁରୁଣା ହାର ହ୍ରାସ କରିବା ଆଦେଶକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ କରି ସୂଚନା ଦେଇଛନ୍ତି। କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧହାର 2020-21 ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି। ଶେଷ ତ୍ରୈମାସିକ ବା ମାର୍ଚ୍ଚ 2021 ପର୍ଯ୍ୟନ୍ତ ଯାହା ସୁଧ ହାର ରହିଥିଲା ସେହି ଦରରେ ହି ସୁଧ ମିଳିବ।

କ୍ଷୁଦ୍ର ସଞ୍ଚୟ ସୁଧ ହ୍ରାସ, ନିର୍ମଳା ସୀଥାରମଣଙ୍କ ସୂଚନା
କ୍ଷୁଦ୍ର ସଞ୍ଚୟ ସୁଧ ହ୍ରାସ, ନିର୍ମଳା ସୀଥାରମଣଙ୍କ ସୂଚନା

ଗତ ବୁଧବାର ଲୋକ ଭବିଶ୍ୟ ନିଧି, ଜାତୀୟ ସଞ୍ଚୟ ପ୍ରମାଣ ପତ୍ର ଓ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ 1.1 ପ୍ରତିଶତ ସୁଧହାର କମାଇ ଦେଇଥିଲେ। ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଥିବା 2021-22ର ପ୍ରଥମ ତ୍ରୈମାସିକ ପାଇଁ ସୁଧହାର କମାଇ ଦିଆଯାଇଥିଲା। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଲୋକ ଭବିଶ୍ୟ ନିଧି ଉପରେ ସୁଧହାର 0.7ରୁ 6.4 ପ୍ରତିଶତକୁ କମାଇ ଦିଆଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ 2021-22 ବର୍ଷର ପ୍ରଥମ ତ୍ରୈମାସିକ ହିଁ ଏହି ସଂଶୋଧନ କରାଯାଇଥିଲା।

ପଞ୍ଚ ବର୍ଷୀୟ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ସୁଧହାର 0.9 ପ୍ରତିଶତରୁ ହ୍ରାସ କରି 6.5 ପ୍ରତିଶତ କରାଯାଇଛି। ଏହି ଯୋଜନାରେ ପ୍ରତି ତ୍ରୈମାସିକର ନିୟମ ଅନୁଯାୟୀ ସୁଧହାର ଦିଆଯାଏ। ସେହିଭଳି ପ୍ରଥମ ଥର ପାଇଁ ସଞ୍ଚୟ ଖାତା ଉପରେ 0.5 ପ୍ରତିଶତ ହ୍ରାସ ପାଇ 3.5 ପ୍ରତିଶତ କରି ଦିଆଯାଇଛି। ପୂର୍ବରୁ ସଞ୍ଚୟ ଖାତା ଉପରେ 4 ପ୍ରତିଶତ ସୁଧ ମିଳି ପାରୁଥିଲା। ଏକବର୍ଷର ମିୟାଦି ଜମା ଉପରେ ମଧ୍ୟ 1.1 ପ୍ରତିଶତ ସୁଧହାର ହ୍ରାସ କରାଯାଇଥିଲା।

ସେହିଭଳି ଦୁଇ ବର୍ଷର ମିୟାଦି ଜମା ଉପରେ 0.5 ପ୍ରତିଶତ ହ୍ରାସ ହୋଇ 5 ପ୍ରତିଶତ ଦର ହୋଇଛି। ତିନି ବର୍ଷର ମିୟାଦି ଦର ଉପରେ 0.4 ପ୍ରତିଶତ ହ୍ରାସ କରି ଦିଆଯାଇଛି। 5 ବର୍ଷ ମିୟାଦି ଜମା ଉପରେ 0.9 ପ୍ରତିଶତ ସୁଧହାର ହ୍ରାସ କରାଯାଇ 5.8 ପ୍ରତିଶତ କରାଯାଇଛି। ବାଳିକାଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ 2021-22 ପ୍ରଥମ ତ୍ରୈମାସିକ ପାଇଁ 0.7 ପ୍ରତିଶତ କମାଇ 6.2 ପ୍ରତିଶତ କରି ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.