ETV Bharat / business

ଦ୍ବିତୀୟ ତ୍ରୟମାସରେ ବିଶ୍ବ ବ୍ୟାପର 18.5% ସଙ୍କୁଚିତ ସମ୍ଭାବନା

କୋରୋନା ସଙ୍କଟ ପ୍ରଭାବରେ ଅର୍ଥନୀତି ଗୁରୁତର । ସ୍ଥିତି ଆଗକୁ ଆହୁରୀ ଖରାପ ହୋଇପାରେ । ଏ ବର୍ଷ ଦ୍ବିତୀୟ ତ୍ରୟମାସରେ ବିଶ୍ବ ବ୍ୟାପର 18.5 ପ୍ରତିଶତ ହ୍ରାସ ଆଶଙ୍କା କରିଛି WTO । ଅଧିକ ପଢନ୍ତୁ...

author img

By

Published : Jun 23, 2020, 8:44 PM IST

ଦ୍ବିତୀୟ ତ୍ରୟମାସରେ ବିଶ୍ବ ବ୍ୟାପର 18.5% ସଙ୍କୁଚିତ ସମ୍ଭାବନା
ଦ୍ବିତୀୟ ତ୍ରୟମାସରେ ବିଶ୍ବ ବ୍ୟାପର 18.5% ସଙ୍କୁଚିତ ସମ୍ଭାବନା

ନୂଆଦିଲ୍ଲୀ: ଏ ବର୍ଷର ଦ୍ବିତୀୟ ତ୍ରୟମାସରେ ବୈଶ୍ବିକ ବ୍ୟାପର 18.5 ପ୍ରତିଶତ ହ୍ରାସ ହୋଇପାରେ । ବିଶ୍ବ ବାଣିଜ୍ୟ ସଙ୍ଗଠନ(WTO) ଏନେଇ ଅନୁମାନ କରିଛି । କୋରୋନା ସଙ୍କଟ ଯୋଗୁଁ ସ୍ଥିତି ଆହୁରୀ ଗୁରୁତର ହୋଇପାରେ ବୋଲି ଆଶଙ୍କା କରି WTO ।

WTO ଏକ ବିବୃତ୍ତିରେ କହିଛି କି, ଦ୍ବିତୀୟ ତ୍ରୟମାସର ପ୍ରାରମ୍ଭିକ ଅନୁମାନରୁ ଜଣାପଡୁଛି କି କୋରୋନା ଭାଇରସ ଓ ଲକଡାଉନ ବିଶ୍ବ ଜନସଂଖ୍ୟାର ବଡ ଅଂଶକୁ ଗଭୀର ଭାବେ ପ୍ରଭାବିତ କରିଛି । ଏହା ସୂଚାଉଛି କି ବିଶ୍ବ କାରବାର ବାର୍ଷିକ ଆଧାରରେ ପାଖାପାଖୀ 18.5 ପ୍ରତିଶତ ହ୍ରାସ ହେବ । WTO କହିଛି କି ପ୍ରଥମ ତ୍ରୟମାସରେ ବିଶ୍ବ ବସ୍ତୁ ବ୍ୟାପର ପ୍ରାୟ 3 ପ୍ରତିଶତ ହ୍ରାସ ପାଇଥିଲା ।

WTO ଆହୁରୀ ମଧ୍ୟ ଦର୍ଶାଇଛି କି, ଏବେ ଆମେ ବ୍ୟାପରରେ ଯେଉଁ ହ୍ରାସ ଦେଖୁଛୁ, ତାହା ଐତିହାସିକ ରୂପରେ ବହୁତ ଅଧିକ । ବାସ୍ତବରେ ସର୍ବନିମ୍ନ ହ୍ରାସ ରେକର୍ଡ ହେବ ।

ପ୍ରକାଶ ଯେ, ଏହା ପୂର୍ବରୁ WTO କହିଥିଲା କି କୋରୋନା ଭାଇରସ ମହାମାରୀ କାରଣରୁ ବିଶ୍ବ ଭୀଷଣ ମାନ୍ଦାବସ୍ଥା କବଳରେ ଆସିପାରେ । 2020 ରେ ବିଶ୍ବ ବ୍ୟାପାର ଏକ-ତୃତୀୟଶଂ ହ୍ରାସ ଆଶଙ୍କା ରହିଛି ।

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ବିଶ୍ବର ପ୍ରମୁଖ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ଲକଡାଉନ ଯୋଗୁଁ ଅର୍ଥନୀତି ଗଭୀର ଗୁରୁତର । ଆର୍ଥିକ ଗତିବିଧି ଠପ ଯୋଗୁଁ କାରବାର ସ୍ଥାଣୁ । ରପ୍ତାନୀ , ଆମଦାନୀ , ଉତ୍ପାଦନ , ଯୋଗାଣ ସହ ଚାହିଦା ପ୍ରବଳ ହ୍ରାସ ପାଇଛି । ଯେଉଁଥିପାଇଁ ବିଶ୍ବର ଅର୍ଥବ୍ୟବସ୍ଥା ସଙ୍କୁଚିତ ନେଇ WTO ଅନୁମାନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.