ETV Bharat / business

କୋରୋନା ମାଡ: 1 ପ୍ରତିଶତ ଖସିବ ବିଶ୍ବ ଅର୍ଥବ୍ୟବସ୍ଥା - କୋରୋନା ପ୍ରଭାବ

ଯଦି ପର୍ଯ୍ୟାପ୍ତ ପ୍ୟାକେଜର ବନ୍ଦୋବସ୍ତ କରିବା ବିନା ଆର୍ଥିକ କାର୍ଯ୍ୟକଳାପରେ ପ୍ରତିବନ୍ଧକ ବଢାଯିବ , ତେବେ 2020ରେ ବୈଶ୍ବିକ ଅର୍ଥବ୍ୟବସ୍ଥା ହ୍ରାସ ପାଇବ । ଅଧିକ ପଢନ୍ତୁ...

global economy
କୋରୋନା ମାଡ: 1 ପ୍ରତିଶତ ଖସିବ ବିଶ୍ବ ଅର୍ଥବ୍ୟବସ୍ଥା
author img

By

Published : Apr 2, 2020, 11:06 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ କବଜାରେ ବିଶ୍ବ ଅର୍ଥବ୍ୟବସ୍ଥା । ଏହି ମହାମାରୀ ପ୍ରକୋପରେ 2020ରେ ବୈଶ୍ବିକ ଅର୍ଥବ୍ୟବସ୍ଥା ପାଖାପାଖୀ 1 ପ୍ରତିଶତ ହ୍ରାସ ହୋଇପାରେ ବୋଲି ମିଳିତ ଜାତିସଂଘ ଆଶଙ୍କା କରିଛି । ଯେତେବେଳେ କି ପୂର୍ବରୁ ଏଥିରେ 2.5 ପ୍ରତିଶତ ବୃଦ୍ଧି ଅନୁମାନ ରହିଥିଲା ।

ଏଥିସହ ୟୁଏନ ଚେତାବନୀ ଦେଇଛି ଯେ, ଯଦି ପର୍ଯ୍ୟାପ୍ତ ପ୍ୟାକେଜର ବନ୍ଦୋବସ୍ତ କରିବା ବିନା ଆର୍ଥିକ କାର୍ଯ୍ୟକଳାପରେ ପ୍ରତିବନ୍ଧକ ବଢାଯିବ, ତେବେ ଏହି ହ୍ରାସ ଆହୁରି ଅଧିକ ହୋଇପାରେ ।

ମିଳିତ ଜାତିସଂଘର ଆର୍ଥିକ ଓ ସାମାଜିକ ମାମଲାର ବିଭାଗ(ଡିଇଏସଏ) ଏକ ବିଶ୍ଲେଷଣରେ କୁହାଯାଇଛି ଯେ, କୋଭିଡ-19 ମହାମାରୀ ବୈଶ୍ବିକ ଯୋଗାଣ ଶୃଙ୍ଖଳା ଓ ଅନ୍ତରାଷ୍ଟ୍ରୀୟ ବ୍ୟାପରକୁ ବାଧିତ କରୁଛି । ଗତ ମାସରେ ପାଖାପାଖି 100 ଦେଶର ରାଷ୍ଟ୍ରୀୟ ସୀମାକୁ ବନ୍ଦ କରିବା ଯୋଗୁଁ ଯାତାୟତ ଓ ପର୍ଯ୍ୟଟନ ଠପ ହୋଇଯାଇଛି ।

ଫଳରେ ଏହି ଦେଶଗୁଡିକର ଲକ୍ଷାଧିକ ଶ୍ରମିକ ନିଜ ରୋଜଗାର ହରାଇଛନ୍ତି । ଆଉ ସରକାର ନିଜ ଅର୍ଥବ୍ୟବସ୍ଥାକୁ ମାନ୍ଦାବସ୍ଥାରୁ ମୁକୁଳାଇବା ପାଇଁ ବଡ ପ୍ରୋତ୍ସାହନ ପ୍ୟାକେଜ ଉପେ ବିଚାର କରୁନ୍ତି । ସବୁଠୁ ଖରାପ ସ୍ଥିତିରେ ବୈଶ୍ବିକ ଅର୍ଥବ୍ୟବସ୍ଥା 2020ରେ 0.9 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ଡିଇଏଏ କହିଛି ।

ପ୍ରକାଶ ଯେ, ବିଶ୍ବ ଅର୍ଥବ୍ୟବସ୍ଥା 2009ରେ 1.7 ପ୍ରତିଶତ ଖସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.