ETV Bharat / business

ଚୀନ ଛାଡି ଆଗ୍ରାରେ ଉତ୍ପାଦନ ଆରମ୍ଭ କଲା ଜର୍ମାନ ଫୁଟ ୱେୟାର କମ୍ପାନୀ - Von Wellx

ଜର୍ମାନ ଫୁଟୱେୟାର ବ୍ରାଣ୍ଡ ଭନ ୱେଲକ୍ସ(Von Wellx)ର ପ୍ରଡକ୍ସନ ୟୁନିଟ ଚୀନରୁ ଭାରତକୁ ସ୍ଥାନାନ୍ତର କରିଛି । ଉତ୍ତର ପ୍ରଦେଶର ଆଗ୍ରା ଠାରେ ଏହାର 2ଟି ପ୍ରଡକ୍ସନ ୟୁନିଟରେ ଉତ୍ପାଦନ ଆରମ୍ଭ କରାଯାଇଛି । ଏଥିରେ ବର୍ତ୍ତମାନ 2 ହଜାର ନିଯୁକ୍ତି ଦିଆଯାଇଥିବା ବେଳେ ଆଗକୁ 10 ହଜାର ନିଯୁକ୍ତି ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ..

ଚୀନ ଛାଡି ଆଗ୍ରାରେ ଉତ୍ପାଦନ ଆରମ୍ଭ କଲା ଜର୍ମାନ ଫୁଟ ୱେୟାର କମ୍ପାନୀ

author img

By

Published : Nov 4, 2020, 4:44 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ଚୀନ ଛାଡି ଭାରତ ମୁହାଁ ଶତାଧିକ କମ୍ପାନୀ । ଏପରି ସ୍ଥିତିରେ ଚୀନ ବାହାରକୁ ଆସୁଥିବା କମ୍ପାନୀକୁ ଆକର୍ଷିତ କରିବାରେ ଭାରତ ସଫଳ ହୋଇଛନ୍ତି । ଏହି କ୍ରମରେ ଜର୍ମାନ ଫୁଟୱେୟାର ବ୍ରାଣ୍ଡ ଭନ୍ ୱେଲକ୍ସ(Von Wellx) ଆଗ୍ରାର 2 ଟି ୟୁନିଟରେ ଉତ୍ପାଦନ ଆରମ୍ଭ କରିଛି ।

ଏହି ଉତ୍ପାଦନ ଆରମ୍ଭ ନେଇ ଜର୍ମାନ ଫୁଟୱେୟାର କମ୍ପାନୀ ଇଣ୍ଡିଆ ପାର୍ଟନର ଆଇଟ୍ରିକ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ୍ ସହିତ ସହଭାଗିତା କରିଛି ।

କାସା ଏଭର୍ଜ୍ ଜିମ୍ଭି (Casa Everz Gmbh) ମାଲିକାନାରେ ଥିବା ଭନ୍ ୱେଲକ୍ସ ଚଳିତ ବର୍ଷ ମେ ମାସରେ କୋଭିଡ -19 ମହାମାରୀ ଆରମ୍ଭ ହେବା ପରେ ଏହାର ଜୋତା ଉତ୍ପାଦନକୁ ଚାଇନାରୁ ସ୍ଥାନାନ୍ତର କରିବାକୁ ଘୋଷଣା କରିଥିଲା ।

ଏହି ସମୟରେ ମଉକାର ସୁଯୋଗ ନେଇ ଆଦିତ୍ୟନାଥ ସରକାର ଏକ ପଦକ୍ଷେପ ନେଇ ଏହି ଜୋତା କମ୍ପାନୀକୁ ଆଗ୍ରାରେ ପରିଚାଳନା ସ୍ଥାନାନ୍ତରିତ ନେଇ ଆମନ୍ତ୍ରଣ କରିଥିଲା ।

ଉତ୍ତରପ୍ରଦେଶରେ 3ଟି ପର୍ଯ୍ୟାୟରେ ଭଲ ୱେଲକ୍ସ 300 କୋଟି ଟଙ୍କା ନିବେଶ କରିବ । ଯାହା ଦ୍ବାରା 10,000 ନିଯୁକ୍ତି ସୃଷ୍ଟି ହୋଇପାରିବ । ତେବେ କମ୍ପାନୀ ଏହି ମ୍ୟାନୁଫେକ୍ଚରିଂ ୟୁନିଟରେ ବାର୍ଷିକ 5 ମିଲିୟନ ଜୋତା ହଳ ଉତ୍ପାଦନ ନେଇ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ସମୟରେ ଏଥିରେ 2000 ଲୋକଙ୍କୁ ରୋଜଗାର ମିଳିଥିବା ବେଳେ ଏହାର ଉତ୍ପାଦନ କ୍ଷମତା ବାର୍ଷିକ 2.5 ମିଲିୟନ ପେୟାର ରହିଛି ।

ଭନ୍ ୱେଲକ୍ସ ଏକ ନାମୀଦାମୀ ଫୁଟୱେୟାର ବ୍ରାଣ୍ଡ ଭାବରେ ପରିଚିତ । ଯାହାର ପ୍ରଡକ୍ଟ ପାଦ, ଆଣ୍ଠୁ ଏବଂ ବ୍ୟାକ ପେନକୁ ଆରାମ ପ୍ରଦାନ କରିଥାଏ । ଏହା ମାଂସପେଶୀକୁ ଆଘାତରୁ ରକ୍ଷା କରିଥାଏ ଏବଂ ସେମାନଙ୍କୁ ସଠିକ୍ ସ୍ଥିତିରେ ରଖେ ।ଏହା ବିଶ୍ବ 80ଟି ଦେଶରେ ବିକ୍ରି ହୁଏ ଏବଂ ଏହାର ପ୍ରାୟ 10କୋଟି ୟୁଜର୍ସ ରହିଛନ୍ତି । ଏହି ବ୍ରାଣ୍ଡ 2019 ରେ ଲଞ୍ଚ କରାଯାଇଥିଲା ଏବଂ ସାରା ବିଶ୍ବରେ 500 ରିଟେଲ ଷ୍ଟୋର୍ ଅଛି | ଏହା ବ୍ୟତୀତ ଅନଲାଇନ୍ ବିକ୍ରୟ ମଧ୍ୟ ହୁଏ ଏହାର ଫୁଟ ୱେୟାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.