ETV Bharat / business

ଚଳିତ ଆର୍ଥିକ ବର୍ଷ ଭାରତ ଜିଡିପି ନେଗେଟିଭ ରହିପାରେ: ଆରବିଆଇ - gdp growth may remain negative in 2020-21

ଏଥିଯୋଗୁଁ 2020-21 ଆର୍ଥିକ ବର୍ଷରେ ଭାରତ ମୋଟ ଘରୋଇ ଉତ୍ପାଦ(ଜିଡିପି) ନକରାତ୍ମକ ରହିବ । ଶୁକ୍ରବାର ଆରବିଆଇ ଏ ନେଇ ଆଶଙ୍କା ପ୍ରକାଶ କରିଛି । ଅଧିକ ପଢନ୍ତୁ..

gdp growth
ଚଳିତ ଆର୍ଥିକ ବର୍ଷ ଭାରତ ଜିଡିପି ନେଗେଟିଭ ରହିପାରେ : ଆରବିଆଇ
author img

By

Published : May 22, 2020, 1:35 PM IST

ମୁମ୍ବାଇ: କୋରୋନା ଭାଇରସ ମହାମାରୀରେ ପ୍ରଭାବିତ ଆର୍ଥିକ ଗତିବିଧି । ଏଥିଯୋଗୁଁ 2020-21 ଆର୍ଥିକ ବର୍ଷରେ ଭାରତ ମୋଟ ଘରୋଇ ଉତ୍ପାଦ(ଜିଡିପି) ନକରାତ୍ମକ ରହିବ । ଶୁକ୍ରବାର ଆରବିଆଇ ଏନେଇ ଆଶଙ୍କା ପ୍ରକାଶ କରିଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ବିଶ୍ବ ଅର୍ଥବ୍ୟବସ୍ଥା ମାନ୍ଦା ଆଡକୁ ପ୍ରବେଶ କରୁଛି । ଏଥିସହ ମୁଦ୍ରାସ୍ପୀତି ଅନୁମାନ ଅତ୍ୟନ୍ତ ଅନିଶ୍ଚିତ ।

2 ମାସ ଲକଡାଉନ ଘରୋଇ ଅର୍ଥବ୍ୟବସ୍ଥାକୁ ଗୁରୁତର କରି ରଖିଛି । ଏଥିସହ ଦେଶର ଟପ୍‌ 6 ରାଜ୍ୟ କୋରୋନା ମହାମାରୀରେ ଅଧିକ ପ୍ରଭାବିତ ହୋଇଛି । ଆଉ ଏହି 6ଟି ରାଜ୍ୟ ଦେଶର ଅର୍ଥବ୍ୟବସ୍ଥାରେ ପ୍ରାୟ 60 ପ୍ରତିଶତ ଯୋଗାଦାନ ରଖନ୍ତି । ହେଲେ ଏବେ ଏସବୁ ରାଜ୍ୟର ଅଧିକାଂଶ ଅଞ୍ଚଳ ରେଡ ଓ ଅରେଞ୍ଜ ମଧ୍ୟରେ ରହିଛି ବୋଲି ଶକ୍ତିକାନ୍ତ ନିଜ ବିବୃତ୍ତିରେ କହିଛନ୍ତି ।

ସେହିପରି ଟଙ୍କା ପାଖରେ ନଥିବା ଚାହିଦାରେ ହ୍ରାସ ଦେଖାଦେଇଛି । ବିଦ୍ୟୁତ ଓ ପେଟ୍ରୋଲିୟମ ଉତ୍ପାଦ ଚାହିଦା କମିଛି । ଅଧିକ ଝଟକା ଘରୋଇ ଉପଭୋଗ କ୍ଷେତ୍ରକୁ ମିଳିଛି । ଯାହାର ଘରୋଇ ଚାହିଦାରେ 60 ପ୍ରତିଶତ ଭାଗୀଦାରୀ ରହିଛି ।

ଚାହିଦା ଓ ଯୋଗାଣରେ ବ୍ୟବଧାନ ଯୋଗୁଁ ଚଳିତ ବର୍ଷର ପ୍ରଥମ 6 ମାସରେ ଆର୍ଥିକ କାର୍ଯ୍ୟକଳାପ ପ୍ରଭାବିତ ହେବ । ତେବେ ଦ୍ବିତୀୟ ଛଅମାସରେ ସୁଧାର ଆସିବା ଆଶା ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି ।

ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.