ETV Bharat / business

ଜାନୁଆରୀରୁ ATM ଟ୍ରାଞ୍ଜାକ୍ସନ ହେବ ମହଙ୍ଗା - ଏଟିଏମ ଉଠାଣ

ଆରବର୍ଷରୁ ଏଟିଏମ କାରବାର ପାଇଁ ଗ୍ରାହକଙ୍କୁ ଅଧିକ ଗଣିବାକୁ ହେବ । ଅଧିକ ପଢନ୍ତୁ..

ଜାନୁଆରୀରୁ  ATM  ଟ୍ରାଞ୍ଜକ୍ସନ  ହେବ ମହଙ୍ଗା
ଜାନୁଆରୀରୁ ATM ଟ୍ରାଞ୍ଜକ୍ସନ ହେବ ମହଙ୍ଗା
author img

By

Published : Jun 12, 2021, 10:22 PM IST

ନୂଆଦିଲ୍ଲୀ: 2022 ଜାନୁଆରୀ ପହିଲାରୁ ମହଙ୍ଗା ହେବ ATM ରୁ ଟଙ୍କା ଉଠାଣ । ଆରବର୍ଷରୁ ଏଟିଏମରୁ ଟଙ୍କା ନେଣଦେଣ ପାଇଁ ଗ୍ରାହକଙ୍କୁ ଅଧିକ ଗଣିବାକୁ ହେବ ।

କାରଣ ଏବେ ବ୍ୟାଙ୍କଗୁଡିକ କ୍ୟାସ ଓ ନନକ୍ୟାସ ଏଟିଏମ କାରବାର ଉପରେ ମାଗଣା ଟ୍ରାଞ୍ଜାକ୍ସନ ସୀମା ଉପରେ ଲାଗୁ ଦେୟକୁ ବଢାଇବେ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଅନୁମତି ଦେଇଛି । ନୂଆ ନିୟମ ଲାଗୁ ଫଳରେ 2022ରୁ ଗ୍ରାହକ ମାସିକ ମାଗଣା ଟ୍ରାଞ୍ଜକ୍ସନ ପରେ ପୁଣି ଯଦି ଏଟିଏମ ବ୍ୟବହର କରୁଛନ୍ତି କେବେ ଅଧିକ ଫି ଗଣିବେ ।

ତେବେ ଗ୍ରାହକ ପୂର୍ବଭଳି ନିଜ ଏଟିଏମରୁ ଆର୍ଥିକ ଓ ଅଣ-ଆର୍ଥିକ ଟ୍ରାଞ୍ଜାକ୍ସନ ଉପରେ ପ୍ରତି ମାସରେ 5 ଥର ମାଗଣା ଟଙ୍କା ଉଠାଇପାରିବେ । ମେଟ୍ରୋ ସେଣ୍ଟରରେ ଅନ୍ୟ ବ୍ୟାଙ୍କ ଏଟିଏମ କ୍ଷେତ୍ରରେ ମାଗଣା ଟ୍ରାଞ୍ଜକ୍ସନ 3 ଥର ରହିଥିବା ବେଳେ ଅଣ ମେଟ୍ରୋ ସେଣ୍ଟରରେ ଏହା 5 ଥର ଅଛି ।

ତେବେ ମାଗଣା ସୀମା ପରେ ଏଟିଏମରୁ ଟ୍ରାଞ୍ଜକ୍ସନ କଲେ ପ୍ରତ୍ୟେକ ପିଛା 21 ଟଙ୍କା (ଏଥିରେ 18 ପ୍ରତିଶତ ଜିଏସଟି ଅର୍ଥାତ 24.78 ଟଙ୍କା) ଗଣିବାକୁ ହେବ । ବର୍ତ୍ତମାନ ଏହା 20 ଟଙ୍କା ରହିଛି । ବଢୁଥିବା ଇଣ୍ଟରଚେଞ୍ଜ ଫି ପାଇଁ ବ୍ୟାଙ୍କକୁ ରିଲିଫ ଦେବାକୁ ଆରବିଆଇ ଏଟିଏମ ଦେୟ ବୃଦ୍ଧି ନେଇ ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.