ETV Bharat / business

ଫୋକସରେ ତ୍ରିପୁରା, 1300 କୋଟିର ବିକାଶମୂଳକ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ - 1300 କୋଟି ପ୍ୟାକେଜ

ତ୍ରିପୁରାର ଆଦିବାସୀ ଅଞ୍ଚଳର ବିକାଶ ପାଇଁ 1300 କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ...

ଫୋକସରେ ତ୍ରିପୁରା, 1300 କୋଟିର ବିକାଶମୂଳକ ପ୍ୟାକଜ ଘୋଷଣା କଲେ ଅର୍ଥମନ୍ତ୍ରୀ

author img

By

Published : Aug 28, 2021, 9:18 PM IST

Updated : Aug 28, 2021, 10:32 PM IST

ଅଗରତାଲା: ତ୍ରିପୁରାର ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ ଅର୍ଥମନ୍ତ୍ରୀ । ତ୍ରିପୁରାର ସମସ୍ତ ଆଦିବାସୀ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏକ ବିକାଶମୂଳକ ପ୍ୟାକେଜ ଘୋଷଣା କରିଛନ୍ତି । 1300 କୋଟି ଟଙ୍କାର ଏହି ପ୍ୟାକେଜ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ସହାୟକ ହେବ । ଆସନ୍ତା 10 ଦିନ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିବ ବୋଲି କହିଛନ୍ତି ସୀତାରମଣ । ଏହାସହିତ ସେ ରାଜ୍ୟ ପାଇଁ ଏକ ହଜାର କୋଟିରୁ ଅଧିକ ବୋନସ ଘୋଷଣା କରିଛନ୍ତି ।

ତ୍ରିପୁରା ଠାରୁ 25 କିଲୋମିଟର ଦୂରରେ ଥିବା ମୋହନପୁରରେ ପ୍ରାୟ 11ଟି ପ୍ରକଳ୍ପର ଉଦଘାଟନ କରିବା ପରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୀତାରମଣ କହିଛନ୍ତି, ବିଶ୍ବ ବ୍ୟାଙ୍କର ଆର୍ଥିକ ଅନୁଦାନ ସହିତ 1300 କୋଟି ଟଙ୍କାର ଏହି ପ୍ରକଳ୍ପ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବ ।

ତ୍ରିପୁରା ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ରାଜ୍ୟର ପ୍ରାୟ 50 ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତିର ସମ୍ପ୍ରଦାୟର ଅଟନ୍ତି । ତେଣୁ ଏହି ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତ ସୁଯୋଗ ସୃଷ୍ଟି କରିବା ଦିଗରେ ସରକାର ମିଳିତ ପ୍ରୟାସ କରିବା ଆବଶ୍ୟକ । ରାଜ୍ୟର ସୁଦୂର ଗ୍ରାମଗୁଡିକରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାଟିଏ ନାହିଁ । ଏହି ସଂଯୋଗୀକରଣ ଅଭାବରୁ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି । ତେଣୁ ଏହି ପ୍ରକଳ୍ପ ଆଦିବାସୀ ଅଞ୍ଚଳର ଭିତ୍ତିଭୂମି ସୁଦୃଢ କରିବା ଦିଗରେ ସହାୟକ ହେବ । ବିଶ୍ବ ବ୍ୟାଙ୍କ ଏବଂ କେନ୍ଦ୍ର ସରକାର ଏହି ମହତ୍ତ୍ବକାଂକ୍ଷୀ ପରିଯୋଜନା ପାଇଁ ପାଣ୍ଠି ଯୋଗାଇବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 28, 2021, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.