ETV Bharat / business

ଆର୍ଥିକ ପ୍ୟାକେଜ ଘୋଷଣା: ରାଜକୋଷୀୟ ଘାଟା 7.9 ପ୍ରତିଶତକୁ ବଢିବ !

author img

By

Published : May 14, 2020, 11:57 PM IST

ଅର୍ଥନୀତିକୁ ବଳ ଓ କାରବାରକୁ ଚଳଚଞ୍ଚଳ ପାଇଁ ସରକାର ଘୋଷଣା କରିଥିବା 20 ଲକ୍ଷ କୋଟିର ପ୍ୟାକେଜ ଦ୍ବାରା ରାଜକୋଷରେ ନିୟଣ୍ଟ ବଢିବ । ଫଳରେ ଚଳିତ ଆର୍ଥିକ ବର୍ଷ ରାଜକୋଷୀୟ ଘାଚା 7.9 ପ୍ରତିଶତକୁ ବୃଦ୍ଧି ନେଇ ଏସବିଆଇ ତାର ରିପୋର୍ଟରେ ପ୍ରକାଶ କରିଛି । ଅଧିକ ପଢ଼ନ୍ତୁ...

fiscal deficit projected to grow to 7.9 percent in fy 2020 21 report
ଆର୍ଥିକ ପ୍ୟାକେଜ ଘୋଷଣା : ରାଜକୋଷୀୟ ଘାଟା 7.9 ପ୍ରତିଶତକୁ ବଢିବ !

ମୁମ୍ବାଇ: କୋରୋନା ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ସରକାର 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିଯୋଗୁଁ ଚଳିତ ଆର୍ଥିକ ବର୍ଷ (2020-21) ରାଜକୋଷୀୟ ଘାଟା (fiscal deficit) ବୃଦ୍ଧି ପାଇ 7.9 ପ୍ରତିଶତ ରହିପାରେ । ଗୁରୁବାର ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଗବେଷଣା ରିପୋର୍ଟରେ ଏ ନେଇ ଅନୁମାନ କରାଯାଇଛି ।

ରିପୋର୍ଟ ମୁତାବକ, ଏହା ପୂର୍ବ ଆର୍ଥିକ ବର୍ଷରେ ଜିଡିପି ତୁଳନାରେ 3.5 ପ୍ରତିଶତ ରାଜକୋଷୀୟ ଘାଟା ଅନୁମାନ ଦର୍ଶାଯାଇଥିଲା । ସରକାର ଲକଡାଉନରେ ପ୍ରଭାବିତ ବିଭିନ୍ନ ସେକ୍ଟରକୁ ରିଲିଫ ଦେବା ପାଇଁ ମୋଟ 20 ଲକ୍ଷ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି । ଯାହାକି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର 10 ପ୍ରତିଶତ ।

ରିପୋର୍ଟରେ କୁହାଯାଇଛି ଯେ CSO ଜିଡିପିର ପୂର୍ବ ଆକଳନ ଉପରେ ଆଧାରିତ ମୂଳ ରାଜକୋଷୀୟ ଘାଟା ପ୍ରାୟ 7.1 ପ୍ରତିଶତ ।

ରିପୋର୍ଟରେ ଦର୍ଶାଯାଇଛି ଯେ ସମୁଦାୟ ରାଜକୋଷୀୟ ପ୍ରଭାବ ପ୍ରାୟ 1.14 ଲକ୍ଷ କୋଟି ବା ଜିଡିପିର 0.6 ପ୍ରତିଶତ । ସରକାର ପାଖାପାଖି 4.2 ଲକ୍ଷ କୋଟି ଟଙ୍କା (ଜିଡିପିର 2.1 ପ୍ରତିଶତ)ର ଅତିରିକ୍ତ ଋଣ ନେଇ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.