ETV Bharat / business

ପଡୋଶୀଙ୍କୁ ସରକାରଙ୍କ ତାଗିଦ, ବିନା ଅନୁମତିରେ ଭାରତରେ କରିହେବେନି ନିବେଶ

author img

By

Published : Apr 19, 2020, 12:33 AM IST

DPIIT କହିଛି ଯେ, "ଭାରତ ସହିତ ଜମି ସୀମା ବାଣ୍ଟୁଥିବା ଦେଶଗୁଡିକ ବର୍ତ୍ତମାନ କେବଳ ସରକାରଙ୍କ ଅନୁମୋଦନ ପରେ ଏଠାରେ ବିନିଯୋଗ କରିପାରିବେ । ଅଧିକ ପଢ଼ନ୍ତୁ...

invest only after govt approval
ପଡୋଶୀଙ୍କୁ ସରକାରଙ୍କ ତାଗିଦ, ବିନା ଅନୁମତିରେ ଭାରତରେ କରିହେବେନି ନିବେଶ

ନୂଆଦିଲ୍ଲୀ: ପଡୋଶୀ ଦେଶର କୌଣସି କମ୍ପାନୀ କିମ୍ବା ବ୍ୟକ୍ତି ଭାରତର କୌଣସି ସେକ୍ଟରରେ ନିବେଶ କରିବା ପାଇଁ ସରକାରଙ୍କ ମଞ୍ଜୁରୀ ନେବାକୁ ପଡିବ । ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଏକ ବିବୃତ୍ତିରେ ଏହା ଦର୍ଶାଯାଇଛି ।

DPIIT କହିଛି ଯେ, "ଭାରତ ସହିତ ଜମି ସୀମା ବାଣ୍ଟୁଥିବା ଦେଶଗୁଡିକ ବର୍ତ୍ତମାନ କେବଳ ସରକାରଙ୍କ ଅନୁମୋଦନ ପରେ ଏଠାରେ ବିନିଯୋଗ କରିପାରିବେ। ଏପରିକି ଭାରତରେ ନିବେଶ କରୁଥିବା ନିବେଶକ ଯଦି ଏହି ଦେଶ କିମ୍ବା ଏହି ଦେଶର ନାଗରିକ ହୋଇଥିବେ, ତେବେ ବି ଏଭଳି ବିନିଯୋଗ ପାଇଁ ସରକାରୀ ଗ୍ରୀନ ସିଗନାଲ ଆବଶ୍ୟକ।"

ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଚୀନ ଭଳି ଦେଶରୁ ଆସୁଥିବା ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ପ୍ରଭାବିତ ହେବ । କୋରୋନା ମହାମାରୀ ସଂକ୍ରମଣ ସଙ୍କଟ ଜାରି ରହିଛି । ଏଭଳି ସ୍ଥିତିର ସୁଯୋଗ ନେଇ ଭାରତୀୟ ଘରୋଇ କମ୍ପାନୀ କ୍ରୟ ଉଦ୍ୟମକୁ ବନ୍ଦ କରିବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ସରକାର ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡିଆଇ) ନୀତି ସମୀକ୍ଷା କରିଛନ୍ତି । ପାକିସ୍ତାନ ଓ ବାଙ୍ଗାଲାଦେଶ ନିବେଶକଙ୍କ ଉପରେ ଏହି ସର୍ତ୍ତ ଲାଗି ରହିଛି ।

ପ୍ରକାଶ ଯେ, ପାକିସ୍ତାନ, ଚୀନ୍, ନେପାଳ, ଭୁଟାନ, ବାଙ୍ଗଲାଦେଶ ଏବଂ ମିଆଁମାର ଭାରତ ସୀମା ସହ ଲାଗି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.