ETV Bharat / business

କ୍ୟସଠୁ ଆଗୁଆ ଫାସଟ୍ୟାଗ , 6 ଦିନରେ 44 କୋଟି ଆଦାୟ

author img

By

Published : Dec 26, 2019, 10:11 PM IST

ନଗଦ ତୁଳନାରେ ବଢୁଛି ଅନଲାଇନ ପେମମେଣ୍ଟ । ଡିସେମ୍ବର 25ରେ ଟୋଲଗେଟରେ ଫାସଟ୍ୟାଗ ପେମେଣ୍ଟ ବାଧ୍ୟତାମୂଳକ ହେବା ପରେ ମିଳୁଛି ଭଲ ରେସପନ୍ସ । ଅଧିକ ପଢନ୍ତୁ..

fastag toll collection reached 66 percent
କ୍ୟସଠୁ ଆଗୁଆ ଫାଷ୍ଟ୍ୟାଗ , 6 ଦିନରେ 44 କୋଟି ଆଦାୟ

ନୂଆଦିଲ୍ଲୀ: ନଗଦ ଅପେକ୍ଷା ଅନଲାଇନରେ ଅଧିକ ଆଦାୟ ହେଉଛି ଶୁଳ୍କ । ଟୋଲ ପ୍ଲାଜାରେ ଫାସଟ୍ୟାଗ୍ ପେମେଣ୍ଟ ବ୍ୟବସ୍ଥା ଲାଗୁର ମାତ୍ର 6 ଦିନ ପରେ 44 କୋଟି ଟଙ୍କା ସଂଗ୍ରହ କରାଯାଇଛି । ଯେତେବେଳେ କି କ୍ୟାସ କଲେକ୍ସନ 30 ପ୍ରତିଶତ ହ୍ରାସ ପାଇଛି । ଗୁରୁବାର ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (NHAI) ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଟୋଲପ୍ଲାଜାରେ ଘଣ୍ଟା ଘଣ୍ଟା ଲାଇନରୁ ମୁକ୍ତି ଓ ଗମନାଗମନକୁ ସୁଗମ ଓ ସହଜ କରିବା ପାଇଁ ଡିସେମ୍ବର 15ରୁ ଲାଗୁ ହୋଇଛି ଫାସଟ୍ୟାଗ ପେମେଣ୍ଟ ସିଷ୍ଟମ । ତେବେ ଏ ନେଇ ଭଲ ରେସପନ୍ସ ମିଳିଛି । ନଭେମ୍ବର 17ରୁ 23 ମଧ୍ୟରେ NHAIକୁ ଫାସଟ୍ୟାଗରୁ 26.4 କୋଟି ଟଙ୍କା ମିଳିଥିଲା ବେଳେ ଡିସେମ୍ବର 15ରୁ21 ଭିତରେ ଏହା ହାରାହାରି 66 ପ୍ରତିଶତ ବଢି ମୋଟ 44 କୋଟି ଆଦାୟ ହୋଇଛି । ତେବେ ପୂର୍ବରୁ ଦୈନିକ ନଗଦ ଆକାରରେ ଟୋଲ ବାବଦକୁ 51 କୋଟି ଆସୁଥିବା । ଯାହା ଏବେ କମି 35.5 କୋଟିରେ ପହଞ୍ଚିଛି ।

ରାଜପଥ ବିଭାଗର ରିପୋର୍ଟ ମୁତାବକ, ଏବେ ସୁଦ୍ଧା 1.04 କୋଟି ଫାସଟ୍ୟାଗ୍ ବିକ୍ରି ହୋଇଛି । ଏଥିସହ ପ୍ରତିଦିନ ଲକ୍ଷେ ନୂଆ ଫାସଟ୍ୟାଗ୍ ବିକ୍ରି ହେଉଛି । ନୂଆ ନିୟମ ଲାଗୁ ପରଠୁ ଫାଷ୍ଟ୍ୟାଗ ବ୍ୟବହାର ଅଧିକ ପରିମାଣରେ ବଢିଛି । 16 ଡିସେମ୍ବରରୁ ଦୈନିକ19.50 ଲକ୍ଷ ଫାଷ୍ଟ୍ୟାଗ ବ୍ୟବହାର ହୋଇଥାଏ । ଯାହାକି ଡିସେମ୍ବର 24ରେ ବଢି 24.78 ଲକ୍ଷରେ ପହଞ୍ଚିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.