ଧର୍ମଶାଳା: 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ଦେଶର ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲାର ଭୂମିକା ଗୁରୁତ୍ବପୂର୍ଣ୍ଣ । 5 ବର୍ଷରେ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ସମସ୍ତଙ୍କ ଯୋଗଦାନ ଦରକାର । ଗୁରୁବାର ରାଇଜିଙ୍ଗ ହିମାଚଳ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆହ୍ବାନ ଦେଇଛନ୍ତି ।
ହିମାଚଳ ପ୍ରଦେଶରେ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ 2ଦିବସୀୟ କାର୍ଯ୍ୟକ୍ରମର ଉଦଘାଟନ ହୋଇଛି ।
ରାଇଜିଂ ହିମାଚଳ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ମିଟରେ ମୋଦି କହିଛନ୍ତି, 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ଦେଶର ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲାରେ ବଡ କ୍ଷମତା ରହିଛି ।
ସେ ପୁଣି କହିଛନ୍ତି ପ୍ରତି ରାଜ୍ୟ ଏବେ ନିବେଶକୁ ଆକର୍ଷିତ କରିବା ପାଇଁ ଜଣେ ଅନ୍ୟ ସହ ପ୍ରତିଦ୍ବନ୍ଦ୍ବୀ କରୁଛନ୍ତି ।
ପିଏମ ନିଜ 30 ମିନଟ ଭାଷଣରେ ହିମାଞ୍ଚଳରେ ପର୍ଯ୍ୟଟନ, ଫାର୍ମା ଓ ଅନ୍ୟ କ୍ଷେତ୍ରରେ ନିବେଶର ବହୁତ ବଡ ସମ୍ଭାବନା ରହିଛି ବୋଲି କହିଥିଲେ ।