ETV Bharat / business

ମେ ମାସରେ 23.4 ପ୍ରତିଶତ କମିଲା କୋର ସେକ୍ଟର ଉତ୍ପାଦନ

author img

By

Published : Jun 30, 2020, 7:31 PM IST

ଲକଡାଉନ ସହ ମାନ୍ଦାବସ୍ଥାରେ ପ୍ରବେଶ କରିଛି ଶିଳ୍ପ । କଟକଣା ମଧ୍ୟରେ 8 ପ୍ରମୁଖ ଉଦ୍ୟୋଗର ଉତ୍ପାଦନ ଏପ୍ରିଲରେ 23.4 ପ୍ରତିଶତ ହ୍ରାସ ପାଇଛି । ଅଧିକ ପଢନ୍ତୁ..

ମେ ମାସରେ 23.4 ପ୍ରତିଶତ କମିଲା କୋର ସେକ୍ଟର ଉତ୍ପାଦନ
ମେ ମାସରେ 23.4 ପ୍ରତିଶତ କମିଲା କୋର ସେକ୍ଟର ଉତ୍ପାଦନ

ନୂଆଦିଲ୍ଲୀ: କୋଭିଡ ମହାମାରୀ ଓ ଲକଡାଉନ କଟକଣା ମଧ୍ୟରେ ସଙ୍କଟରେ ଶିଳ୍ପ । ମେ ମାସରେ 8 ପ୍ରମୁଖ ଉଦ୍ୟୋଗ (କୋର ସେକ୍ଚର) ଉତ୍ପାଦନ 23.4 ପ୍ରତିଶତ ହ୍ରାସ ପାଇଛି । ମଙ୍ଗଳବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ତଥ୍ୟ ପ୍ରକାଶ ପାଇଛି ।

ଗତ ବର୍ଷ କୋର ସେକ୍ଟର ଉତ୍ପାଦନ 3.8 ପ୍ରତିଶତ ବୃଦ୍ଧି ହୋଇଥିଲା । ହେଲେ ଏ ବର୍ଷ ଲକଡାଉନ ମାଡରେ ଆର୍ଥିକ ଗତିବିଧି ଠପ ରହିଛି ।

କୋର ସେକ୍ଟର ଇଣ୍ଡଷ୍ଟ୍ରିଜରେ କୋଇଲା, ଅଶୋଧିତ ତୈଳ , ପ୍ରାକୃତିକ ଗ୍ୟାସ, ରିଫାଇନେରୀ ପ୍ରଡକ୍ଟ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ ସାମିଲ ରହିଛି । ତେବେ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ସାରକୁ ବାଦ ଦେଲେ ବଳକା 7 ପ୍ରମୁଖ କ୍ଷେତ୍ରରେ ଉତ୍ପାଦନ ମେ ମାସରେ ଖସିଛି ।

2020-21 ଆର୍ଥିକ ବର୍ଷ ପ୍ରଥମ 2 ମାସର ଏପ୍ରିଲ ଓ ମେ ମାସରେ କୋର ସେକ୍ଟର ଉତ୍ପାଦନ ଗତ ବର୍ଷ ତୁଳନାରେ 30 ପ୍ରତିଶତ କମ ରହିଥିଲା । ଗତ ବର୍ଷ ଏହି ଅବଧିରେ ଏହା 4.5 ପ୍ରତିଶତ ବଢିଥିଲା ।

ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି, ଏ ବର୍ଷ ଏପ୍ରିଲ ଓ ମେ ମାସରେ ଦେଶବ୍ଯାପି ଲକଡାଉନ ଜାରି ରହିଥିଲା । ଏଥିଯୋଗୁଁ କୋଇଲା , ସିମେଣ୍ଟ , ଇସ୍ପାତ , ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ଆଶୋଧିତ ତୈଳ ଉତ୍ପାଦନ ବହୁତ କମ ରହିଛି ।

ଔଦୌଗିକ ଉତ୍ପାଦନ ସୂଚକାଙ୍କ (IIP) ରେ ଏହି କ୍ଷେତ୍ରଗୁଡିକର ଅଂଶ 40.27 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.