ETV Bharat / business

44 ବର୍ଷର ସର୍ବନିମ୍ନରେ ଚୀନ ଅର୍ଥନୀତି, ଜିଡିପି 6.8 ପ୍ରତିଶତକୁ ହ୍ରାସ - ନେଗେଟିଭ ଜୋନରେ ଚୀନ ଅର୍ଥନୀତି

44 ବର୍ଷରେ ଯାହା ନ ହେଲା ତାହା ଏ ବର୍ଷ ହୋଇଛି । କୋରୋନା ଝଡରେ ଥମିଯାଇଛି ଚୀନ ଅର୍ଥନୀତି । ଯାହାକି ସର୍ବନିମ୍ନ ସ୍ତରକୁ ଛଇଁଛି ।

China's economy contracts 6.8% in first quarter of 2020
44 ବର୍ଷର ସର୍ବନିମ୍ନରେ ଚୀନ ଅର୍ଥନୀତି, ଜିଡିପି 6.8 ପ୍ରତିଶତକୁ ହ୍ରାସ
author img

By

Published : Apr 17, 2020, 6:53 PM IST

ବେଜିଂ: ନେଗେଟିଭ ଜୋନରେ ଚୀନ ଅର୍ଥବ୍ୟବସ୍ଥା । 2020ର ପ୍ରଥମ ତ୍ରୈୟମାସରେ ମୋଟ ଘରୋଇ ଉତ୍ପାଦ(ଜିଡିପି) 6.8 ପ୍ରତିଶତ ହ୍ରାସ ପାଇଛି । ଯାହାକି 1976 ବିନାଶକାରୀ ସାଂସ୍କୃତିକ ବିପ୍ଳବ ପରର ସବୁଠୁ ବଡ ହ୍ରାସ ।

କୋରୋନା ଭାଇରସ ମହାମାରୀର ମୁକାବିଲା କରୁ କରୁ ବିଶ୍ବର ଦ୍ବିତୀୟ ବୃହତ୍ତ ଅର୍ଥବ୍ୟବସ୍ଥା ଥମିଯାଇଛି । ଚୀନର ଜାତୀୟ ପରିସଂଖ୍ୟାନ ବ୍ୟୁରୋ(ଏନବିଏସ) ଶୁକ୍ରବାର କହିଛି ଯେ,

2020 ର ପ୍ରଥମ ତ୍ରୈୟମାସ (ଜାନୁଆରୀରୁ ମାର୍ଚ୍ଚ)ରେ ଚୀନର ଜିଡିପି 20,650 ଅରବ ୟୁଆନ (ପ୍ରାୟ 2910 ଅରବ ଡଲାର) ରହିଛି । ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ପ୍ରାୟ 6.8 ପ୍ରତିଶତ ହ୍ରାସ ଦର୍ଶାଉଛି ।

ଏନବିଏସର ତଥ୍ୟ ମୁତାବିକ , ଆଲୋଚ୍ୟ ତ୍ରୈୟମାସର ପ୍ରଥମ 2 ମାସରେ ଅଭିବୃଦ୍ଧି 20.5 ପ୍ରତିଶତ ଖସିଥିଲା । ଏଭଳି ଭାବେ ତୃତୀୟ ମାସରେ ଅପେକ୍ଷାକୃତ ସାମାନ୍ୟ ସୁଧାର ଆସିଛିଲା ।

2019 ରେ ଚୀନ ଅର୍ଥନୀତି 6.1 ପ୍ରତିଶତ ବୃଦ୍ଧି ହୋଇଥିଲା। ଆମେରିକା ସହ ବାଣିଜ୍ୟ ଯୁଦ୍ଧ ଯୋଗୁଁ ଗତ 29 ବର୍ଷ ମଧ୍ୟରେ ଏହି ଅଭିବୃଦ୍ଧି ହାର ସର୍ବନିମ୍ନ ଥିଲା, କିନ୍ତୁ 6 ପ୍ରତିଶତରୁ ଅଧିକ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.