ETV Bharat / business

5 ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ପୂରଣ କରିବ ବଜେଟ - Budget reform measures will help India

ଆର୍ଥିକ ବର୍ଷ 2021-22 ବଜେଟ 5,000 ବିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ଦର୍ପଣ ସଦୃଶ୍ୟ । ବଜେଟ ସହ ଜଡିତ ସୁଧାର ଭାରତକୁ 5,000 ବିଲିୟନ ଡଲାର ଓ ତା ଠାରୁ ଅଧିକ ଅର୍ଥବ୍ୟବସ୍ଥା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅଧିକ ପଢନ୍ତୁ..

5 ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟକୁ ପୂରଣ କରିବ ବଜେଟ

author img

By

Published : Feb 13, 2021, 10:00 PM IST

ନୂଆଦିଲ୍ଲୀ: 2021-22 ବଜେଟରେ ଯେଉଁ ସବୁ ସୁଧାର ଘୋଷଣା କରାଯାଇଛି , ତାହା ଭାରତକୁ 5 ଟ୍ରିଲିୟନ ଡଲାର ଓ ତା’ ଠାରୁ ଅଧିକ ଅର୍ଥବ୍ୟବସ୍ଥା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଓ) କେ ଭି ସୁବ୍ରମଣ୍ୟମ ଏନେଇ ଶନିବାର କହିଛନ୍ତି ।

ସେ ଏହାର ମଧ୍ୟ କହିଛନ୍ତି କି ଦେଶର ଅଭିବୃଦ୍ଧି ହାର ବଜାର ମୂଲ୍ୟ ଉପରେ 2021-22ରେ 15.5 ପ୍ରତିଶତ ରହିପାରେ । ଡିଜିଟାଲ ଉପାୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଇଓ ନିଜ ଉଦବୋଧରେ ଜଣାଇଛନ୍ତି ଯେ, ‘ଆର୍ଥିକ ବର୍ଷ 2021-22 ବଜେଟ 5,000 ବିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ଦର୍ପଣ ସଦୃଶ୍ୟ । ବଜେଟ ସହ ଜଡିତ ସୁଧାର ଭାରତକୁ 5,000 ବିଲିୟନ ଡଲାର ଓ ତା ଠାରୁ ଅଧିକ ଅର୍ଥବ୍ୟବସ୍ଥା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ 2024-25 ସୁଦ୍ଧା 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଓ ବୈଶ୍ବିକ ଅର୍ଥନୈତିକ ମହାଶକ୍ତି କରିବା ପାଇଁ ଆହ୍ବାନ ଦେଇଥିଲେ । ଭାରତର ଜିଡିପି ସମ୍ଭାବନା 6.5 ରୁ 7.5 ପ୍ରତିଶତ ଅଛି । ଏଣୁ ଦେଶକୁ ନିଶ୍ଚିତ ଭାବେ ବୃଦ୍ଧି ଦିଗରେ ଗୁରୁତ୍ବ ଦେବା ଦରକାର । ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଦେଶର ଅଭିବୃଦ୍ଧି ହାର 11.5 ପ୍ରତିଶତ ରହିବା ନେଇ ଅନୁମାନ କରିଛି । ଏହା ଅର୍ଥନୈତିତ ସମୀକ୍ଷାରେ ଦର୍ଶାଯାଇଥିବା ଅନୁମାନ ଠାରୁ ବହୁତ ଅଧିକ ।

ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି କି ସାର୍ବଜନୀକ କ୍ଷେତ୍ରର ବୀମା କମ୍ପାନୀର ବିନିବେଶ ହେବାକୁ ଯାଉଛି । ଆଉ ଏହି କମ୍ପାନୀ ଘରୋଇ କ୍ଷେତ୍ରର ବୀମା କମ୍ପାନୀ ସହ ପ୍ରତିଯୋଗୀତା କରିବ । ସୁବ୍ରମଣ୍ୟମଙ୍କ ବିଶ୍ବାସ ରହିଛନ୍ତି କି ଆସନ୍ତା ଆର୍ଥିକ ବର୍ଷରେ ବିନିବେଶ ଲକ୍ଷ୍ୟ 6.8 ପ୍ରତିଶତ ହାସଲ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.