ETV Bharat / business

2020 ରେ ସାମାନ୍ୟ ବଢିଛି ବ୍ୟାଙ୍କ ଋଣ ହାର, ହେଲେ .. - GDP

ଭାରତର ବ୍ୟାଙ୍କ ଋଣ 2020 ରେ ସାମାନ୍ୟ ବଢି ଜିଡିପିର 56 ପ୍ରତିଶତ ସହ ସମାନ ରହିଛି । କିନ୍ତୁ ସମକକ୍ଷ ଦେଶ ତୁଳନାରେ କମ ଅଛି । ଅଧିକ ପଢନ୍ତୁ..

2020 ରେ ସାମାନ୍ୟ ବଢିଛି ବ୍ୟାଙ୍କ ଋଣ ହାର, ହେଲେ ..

author img

By

Published : Jun 24, 2021, 10:55 PM IST

ମୁମ୍ବାଇ: ଯଦିଓ ଦେଶରେ ବ୍ୟାଙ୍କ ଋଣ ବୃଦ୍ଧି ହାର 2020-21 ରେ 59 ବର୍ଷର ସର୍ବନିମ୍ନ ସ୍ତରରେ 5.56 ପ୍ରତିଶତ ରହିଛି । କିନ୍ତୁ 2020 ରେ ବ୍ୟାଙ୍କ ଋଣ ସ୍ତର ମୋଟ ଘରୋଇ ଉତ୍ପାଦ ( ଜିଡିପି)ର 56 ପ୍ରତିଶତରେ ପହଞ୍ଚିଛି । ଯାହାକି 5 ବର୍ଷର ସର୍ବୋଚ୍ଚ ବ୍ୟାଙ୍କ ଋଣ ଅନୁପାତ ।

ତେବେ ଏହି ବୃଦ୍ଧି ପରେ ବି ସମକକ୍ଷ ଦେଶର ଅନୁପାତ ଠାରୁ ବହୁତ କମ ରହିଛି । ଜି-20 ଦେଶର ମୋଟ ହାରାହାରୀ ତୁଳନାରେ ଏହି ଅନୁପାତ ଅଧା ଅଟେ । ବ୍ୟାଙ୍କ ଅଫ ଇଣ୍ଟରନ୍ୟାସନାଲ ସେଟେଣ୍ଟଲମେଣ୍ଟସ (ବିଆଇଏସ)ର ସଦ୍ୟ ତଥ୍ୟରେ ଏହି ସୂଚନା ସାମ୍ନାକୁ ଆସିଛି । ବିଆଇଏସର ତଥ୍ୟ ଅନୁସାରେ, ଦେଶରେ 2020 ଶେଷରେ ମୋଟ ବକେୟା ବ୍ୟାଙ୍କ ଋଣ ।

1,52,000 କୋଟି ଡଲାରସହ ଜିଡିପିର 56.075 ପ୍ରତିଶତ ସହ ସମାନ ରହିଛି । ହେଲେ ଏହି ତଥ୍ୟ ଏସିଆର ସମକକ୍ଷ ଦେଶ ମଧ୍ୟରେ ଦ୍ବିତୀୟ ସବୁଠୁ କମ ସ୍ତର । ଉଦୀୟମାନ ବଜାର ଥିବା ଦେଶରେ ବ୍ୟାଙ୍କ ଋଣ ଜିଡିପିର 135.5 ପ୍ରତିଶତ ଓ ବିକଶିତ ଦେଶରେ 88.7 ପ୍ରତିଶତ ରହିଛି ।

କୋରୋନା ମହାମାରୀ ପ୍ରଭାବରୁ ମୁକୁଳିବା ପାଇଁ 2020ରେ ସରକାରଙ୍କ ପକ୍ଷରୁ ଋଣ କେନ୍ଦ୍ରିତ ପ୍ରୋତ୍ସାହନ ପ୍ୟାକେଜ ପରେ ବର୍ଷାନୁକ୍ରମିକ ଋଣ ହାରରେ ମାତ୍ର 5.56 ପ୍ରତିଶତ ବୃଦ୍ଧି ହୋଇଛି । ଗତ 59 ବର୍ଷରେ ଏହା ସବୁଠୁ କମ ବୃଦ୍ଧି । ଏହା ପୂର୍ବରୁ ଆର୍ଥିକ ବର୍ଷ 1961- 62 ରେ ଏହା 5.38 ପ୍ରତିଶତ ରହିଥିଲା । ଏପରିକି ଏହା ପୂର୍ବ ଆର୍ଥିକ ବର୍ଷ 2019-20 ରେ ଋଣ ବୃଦ୍ଧି 58 ବର୍ଷର ସର୍ବନିମ୍ନ ସ୍ତର 6.14 ପ୍ରତିଶତ ରହିଥିଲା । ଷ୍ଟେଟ ବ୍ୟାଙ୍କ ନିକଟରେ ଜାରି କରିଥିବା ଏକ ବିଶ୍ଲେଷକ ରିସର୍ଚ୍ଚରେ ଏହା ଦର୍ଶାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.