ନୂଆଦିଲ୍ଲୀ: ଭାରତ ଅର୍ଥବ୍ୟବସ୍ଥାକୁ ନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ଜାରି କରିଥିବା ରିପୋର୍ଟରେ ପ୍ରଶ୍ନ ଉଠାଇ ମତ ରଖିଛନ୍ତି ପୂର୍ବତନ ଆର୍ଥିକ ପରମାର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ । ଶନିବାର ଟ୍ବିଟ କରି ସୁବ୍ରମଣ୍ୟମ କହିଛନ୍ତି କି ସାମଗ୍ରିକ ଆର୍ଥିକ ପରିଦୃଶ୍ୟକୁ ଦେଖିବାକୁ ଗଲେ ବାଂଲାଦେଶ ଏବେ ବି ଭାରତ ଠାରୁ ଆଗକୁ ଯାଇନି , ନିକଟ ଭବିଷ୍ୟତରେ ବି ଆଗକୁ ବଢିବା ସମ୍ଭାବନା ନାହିଁ ।
ସେ କହିଛନ୍ତି ଯେ, କୌଣସି ଦେଶର ଲୋକଙ୍କ କଲ୍ୟାଣର ସାଧାରଣ ସ୍ତରର ଆକଳନ କରିବା ପାଇଁ ମୁଣ୍ଡପିଛା ଆୟ କେବଳ ଏକ ସୂଚକର ଅନୁମାନ ଅଟେ । ଆଇଏମଏଫସର ରିପୋର୍ଟ ପ୍ରକାଶ ପରେ ଏହି ବିଷୟ ଆଗକୁ ଆସିଛି । ଆଇଏମଏଫ ରିପୋର୍ଟରେ ଆକଳନ କରାଯାଇଛି କି କୋଭିଡ-19 ପ୍ରଭାବରେ ଚଳିତ ଆର୍ଥିକ ବର୍ଷର ପ୍ରତି ବ୍ୟକ୍ତି ପିଛା ଜିଡିପି ମାମଲାରେ ବାଂଲାଦେଶ ଭାରତକୁ ପଛରେ ପକାଇପାରେ ।
ଏହି ରିପୋର୍ଟକୁ ଆଧାର କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ କଟାକ୍ଷ କରିଥିଲେ । ‘ ଭାରଜା ସରକାରଙ୍କ 6 ବର୍ଷର ଏହା ବଡ ଉପଲବ୍ଧି କରି ସେ ସମାଲୋଚନା କରିଥିଲେ ।
ତେବେ ସରକାରୀ ତଥ୍ୟ ଅନୁସାରେ 2019ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି ) କ୍ରୟ ଶକ୍ତି ସମାନତା (ପିପିପି) ହିସାବରେ ବାଂଲାଦେଶର 11 ଗୁଣା ଥିଲା ।
ସୁବ୍ରମଣ୍ୟମ ଟ୍ବିଟରରେ ଗୋଟିଏ ପରେ ଗୋଟିଏ , ଏଭଳି 8ଟି ମନ୍ତବ୍ୟରେ କହିଛନ୍ତି କି ( ମୁଦ୍ରାକୋଷର ବୈଶ୍ବିକ ଆର୍ଥିକ ପରିଦୃଶ୍ୟ ରିପୋର୍ଟ ଆସିବା ପରେ ) ପ୍ରତି ବ୍ୟକ୍ତି ପିଛା ଜିଡିପି ଆଧାରରେ ଭାରତ ଓ ବାଂଗଲାଦେଶ ମଧ୍ୟରେ ତୁଳନା କରି ଚିନ୍ତା ଓ ନାଟକବାଜ ଆରମ୍ଭ ହୋଇଯାଇଛି ।
"ବିଲକୁଲ ନୁହେଁ, ଭାରତ ଅଧିକ ଉପଯୁକ୍ତ ମାନଦଣ୍ଡରେ ପଛରେ ନାହିଁ ଏବଂ ମୁଦ୍ରାକୋଷ ଅନୁଯାୟୀ ନିକଟ ଭବିଷ୍ୟତରେ ଏହା ହେବା ସମ୍ଭବ ନୁହେଁ ।’’ ସେ କହିଛନ୍ତି କି ଏହି ତର୍କବିତର୍କରେ କେବଳ ବର୍ତ୍ତମାନ ବିନିମୟ ଦରରେ ପ୍ରତି ବ୍ୟକ୍ତି ଆୟର ତୁଳନା କରି ନିଷ୍କର୍ଷ ବାହାର କରାଯାଉଛି । ବାଂଲାଦେଶ ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। କିନ୍ତୁ ବଜାରର ବିନିମୟ ମୂଲ୍ୟ ପ୍ରତ୍ୟେକ ଦେଶରେ ହାରାହାରୀ କଲ୍ୟାଣ ସ୍ତରର ମାପର ସଠିକ୍ ମାପ ନୁହେଁ |
ସେ କହିଛନ୍ତି କି କୌଣସି ଦେଶରେ ଲୋକଙ୍କ କଲ୍ୟାଣର ସାଧାରଣ ସ୍ତର ଅନୁମାନ ପାଇଁ ତମାମ ସୂଚକାଙ୍କରେ ପ୍ରତି ବ୍ୟକ୍ତି ପିଛା ଆୟ ଏକ ମାନଦଣ୍ଡ ଅନୁମାନ । ସେ କହିଛନ୍ତି କି ଆବଶ୍ୟକ କି ସ୍ଥାନୀୟ ମୁଦ୍ରାରେ ଜିଡିପିର ଆକଳନ କରାଯାଇଛି । ଆଉ ସେଥିରେ ମୁଦ୍ରାସ୍ପୀତି ପ୍ରଭାବ ଉପରେ ଫୋକସ କରିବା ଆବଶ୍ୟକ । ସ୍ଥାନୀୟ ମୁଦ୍ରା ଆଧାରରେ ଆନୁମାନିକ ବାସ୍ତବିକ ଜିଡିପି ଗଣନା ତୁଳନା ଯୋଗ୍ୟ ଡଲାର ହିସାବରେ କରାଯାଉ ।
ଏଣୁ ଜିଡିପି ତୁଳନା କରିବା ପାଇଁ ସ୍ଥିର ମୂଲ୍ୟ ଉପରେ କ୍ରୟଶକ୍ତି ସମନତା ଆଧାରିତ ବିନିମୟ ଦରର ପ୍ରୟୋଗ କରିବା ଅଧିକ ଉଚିତ ହେବ । ଭାରତ ପାଇଁ ବିଶ୍ରାମର କୌଣସି ଅବସର ନାହିଁ । ଦେଶରେ ଏଭେ କୋଭିଡ-19 ର ପୂର୍ବ ସ୍ତର 2022ରେ ପହଞ୍ଚିପାରିବ ।
ଆଇଏମଏଫର ୱାର୍ଲ୍ଡ ଇକୋନୋମିକ ରିପୋର୍ଟ ଅନୁସାରେ 2021 ମାର୍ଚ୍ଚରେ ସମାପ୍ତ ହେବାକୁ ଥିବା ଆର୍ଥିକ ବର୍ଷରେ ଭାରତର ପ୍ରତି ବ୍ୟକ୍ତି ପିଛା ଜିଡିପିରେ 10.5 ପ୍ରତିଶତ ହ୍ରାସ ଆସିବ । ଏଥିସହ ଆଗାମୀ ବର୍ଷରେ ଭାରତ ଦକ୍ଷିଣ ଏସିଆର ତୃତୀୟ ସବୁଠୁ ଗରିବ ଦେଶ ହୋଇପାରେ । ତେବେ ପାକିସ୍ଥାନ ଓ ନେପାଳ, ଭାରତ ଠାରୁ ପଛରେ ରହିବ ।