ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଓ ଏହାକୁ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ଗଭୀର କ୍ଷତିର ସାମ୍ନା କରିବାକୁ ପଡୁଛି । ବିଭିନ୍ନ ସେକ୍ଟର କ୍ଷତିଗ୍ରସ୍ଥ ହୋଇଥିଲା ବେଳେ ରାଜସ୍ବ ହ୍ରାସ ହୋଇଛି । ତେବେ ଏହି ସମୟରେ ସାର୍ବଜନୀକ ବ୍ୟୟ (ପବ୍ଲିକ ସ୍ପେଣ୍ଡିଂ )କୁ ବଢାଇବା ଆବଶ୍ୟକ ରହିଛି । ଆଉ ତାହା ବି କେନ୍ଦ୍ରରୁ , କାରଣ ରାଜ୍ୟର ଆର୍ଥିକ ସ୍ଥିତି ଠିକ ନାହିଁ । ପିଏଚଡି ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ସଭାପତି ସଞ୍ଜୟ ଅଗ୍ରୱାଲ ଏ ନେଇ ମତ ରଖିଛନ୍ତି ।
ସେ କହିଛନ୍ତି କି ଭାରତୀୟ ଅର୍ଥବ୍ୟବସ୍ଥା ମଜବୁତ । ଏଣୁ ଧୀମା ସ୍ଥିତିକୁ ସୁଧାରିବା ପାଇଁ ଲକଡାଉନ ଓ ଅନଲକ ମାମଲାରେ ସରକାରୀ ନୀତିକୁ ସ୍ପଷ୍ଟ କରିବାକୁ ହେବ ।
ସେ କହିଛନ୍ତି ଯେ ଏପ୍ରିଲ-ଜୁନ ତ୍ରୟମାସରେ ଭାରତୀୟ ଅର୍ଥନୀତିରେ 23.9 ପ୍ରତିଶତ ହ୍ରାସ ଏକ ବଡ କ୍ଷତି । କିନ୍ତୁ ସେପ୍ଟେମ୍ବରରେ ଯେଉଁ ସୁଧାର ସଙ୍କେତ ମିଳିଛି , ବିଶେଷକରି ଜିଏସଟି ସଂଗ୍ରହ, ଯାନ ବିକ୍ରୟ ଏବଂ ରପ୍ତାନିରେ ବୃଦ୍ଧି ଅର୍ଥନୀତିକୁ ଏକ ଆଶାବାଦୀ ଦୃଷ୍ଟିକୋଣ ଦେଖାଇଛି ।
ସେପ୍ଟେମ୍ବର ଶେଷ ସୁଦ୍ଧା ନିଯୁକ୍ତିରେ ହ୍ରାସ ହୋଇଛି । ଡିଜିଟାଲ ପେମେଣ୍ଟରେ ଓ ଗାଡି ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିଛି । ତେବେ ଭାରତୀୟ ଅର୍ଥବ୍ୟବସ୍ଥା ଅଧିକ ନମନୀୟତା ରହିଛି । କିନ୍ତୁ ବଡ କଥା କି କ୍ଷତି ବହୁତ ବଡ , ଏଣୁ ମହାମାରୀ କାରଣରୁ ଯେଉଁ କ୍ଷତ ହୋଇଛି ,ତାହା ପୂରଣ ପାଇଁ ବହୁତ ସମୟ ଲାଗିବ ।
ସରକାର ଦ୍ବାରା ଗତ ବର୍ଷ ଘୋଷିତ ନ୍ୟାସନାଲ ଇନଫ୍ରାଷ୍ଟକ୍ଚର ପାଇପଲାଇନ (ଏନଆଇପି)କୁ ପ୍ରଂଶସା କରି ସେ କହିଛନ୍ତି କି , ଏବେ ଏହା ମାଧ୍ୟମରେ ନିବେଶ କରିବା ସମୟ ଆସିଯାଇଛି । ଏନଆଇପି ଏଭଳି ଏକ ଜିନିଷ ଯାହାକୁ ଏବେ ଗମ୍ଭୀରତାର ସହ ନେବା ଆବଶ୍ୟକ ରହିଛି । ଆଉ ଖର୍ଚ୍ଚ ବଢାଇବାକୁ ପଡିବ । ସେ ଅପିଲ କରିଛନ୍ତି କି କେନ୍ଦ୍ର ସରକାର ନିବେଶକୁ ବଢାନ୍ତୁ, କାରଣ ଘରୋଇ କ୍ଷେତ୍ରରେ ଏବେ ଏଭଳି ହେବ ନାହିଁ ।
ଅଧିକ ଖର୍ଚ୍ଚ ଦ୍ବାରା ଆର୍ଥିକ ନିଅଣ୍ଟ ବଢିପାରେ । କିନ୍ତୁ ବର୍ତ୍ତମାନ ସମୟରେ ଆର୍ଥିକ ଗଣନାର ନୁହେଁ ବରଂ ଅର୍ଥନୀତି ସୁଧାରର ରହିଛି ।