ETV Bharat / business

ସଙ୍କଟରେ ଏୟାରଇଣ୍ଡିଆ, ଚାକିରି ଛାଡିଲେ 120 ପାଇଲଟ - air india in trouble

ଦରମା ବୃଦ୍ଧି ଓ ପଦୋନ୍ନତି ମିଳୁନି ନଥିବା ଅଭିଯୋଗରେ ଏୟାର ଇଣ୍ଡିଆର 120 ପାଇଲଟ ଇସ୍ତଫା ଦେଇଛନ୍ତି । ଫଳରେ ବିମାନ ଉଡାଣ ଏବେ ପ୍ରଭାବିତ ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 14, 2019, 1:55 PM IST

ନୂଆଦିଲ୍ଲୀ: ଦରମା ବଢୁନି, ପଦୋନ୍ନତି ମିଳୁନି । ସମସ୍ୟା ଶୁଣିବାକୁ କେହି ପ୍ରସ୍ତୁତ ନାହାଁନ୍ତି । ଏପରି ପରିସ୍ଥିତିରେ ଇସ୍ତାଫା ଦେଇଛନ୍ତି ଏୟାର ଇଣ୍ଡିଆର 120 ପାଇଲଟ । ଫଳରେ ବିମାନ ଉଡାଣ ଏବେ ପ୍ରଭାବିତ ହୋଇଛି। ଯେଉଁଥି ପାଇଁ କମ୍ପାନୀର କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ସରକାରଙ୍କ ଏହି ବିମାନ କମ୍ପାନୀ ଏକ ସାଙ୍ଗରେ ଏତେ ସଂଖ୍ୟାକ ପାଇଲଟଙ୍କୁ ହରାଇ ଦ୍ବନ୍ଦରେ ପଡିଯାଇଛି। ଦରମା ବୃଦ୍ଧି ଓ ପଦୋନ୍ନତି ନେଇ ପାଇଲଟ କମ୍ପାନୀ ମ୍ୟାନେଜମ୍ୟାଣ୍ଟ ନିକଟରେ ଦାବି କରିଥିଲେ । ହେଲେ ଏ ସମ୍ପର୍କରେ ଏବେ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଥିରେ କ୍ଷୁବ୍ଧ ହୋଇ 120 ଏୟାରବେସ ଏ-320 ପାଇଲଟ ଏକସଙ୍ଗରେ ଇସ୍ତଫା ଦେଇଛନ୍ତି।

ତେବେ ସ୍ଥିତି ଏତେ ବିଗିଡିବାରେ ଲାଗିଛି ଯେ, ଆଗକୁ ଆହୁରି ପାଇଲଟ ଏୟାର ଇଣ୍ଡିଆ ଛାଡିବାକୁ ଚେତାବନୀ ଦେଇଛନ୍ତି । ଜଣେ ପାଇଲଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଆମକୁ 5 ବର୍ଷ ଚୁକ୍ତି ଅଧିନରେ କମ ଦରମା ଦେଇ ନିଯୁକ୍ତି ଦିଆଯାଉଛି । ହେଲେ ପରବର୍ତ୍ତୀ ସ୍ଥିତିରେ ଦକ୍ଷତା ବୃଦ୍ଧି ସାଙ୍ଗକୁ ଆମର ଦରମା ବଢୁନି କି ପଦନ୍ନୋତି ମିଳୁନି। ଏନେଇ ମ୍ୟାନେଜମେଣ୍ଟ ମଧ୍ୟ ଧ୍ୟାନ ଦେଉନାହିଁ। ’

ଏୟାର ଇଣ୍ଡିଆ ଉପରେ ଏବେ 60 ହଜାର କୋଟିର ଋଣ ବକେୟା ରହିଛି । ଏପରିକି ଇନ୍ଧନ ଖର୍ଚ୍ଚ ତୁଲାଇବାକୁ ବି କମ୍ପାନୀ ଅସମର୍ଥ । ଏଥିପାଇଁ ସରକାର ଏଥିରୁ ପୁଞ୍ଜି ପ୍ରତ୍ୟାହାର ନେଇ ବିଚାର କରୁଛନ୍ତି । ହେଲେ ତା ପୂର୍ବରୁ ପାଇଲଟଙ୍କ ବିଦାୟ କମ୍ପାନୀକୁ ଅଡୁଆରେ ପକାଇ ଦେଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.