ETV Bharat / business

Economic Relief Measures: EPF ଉପରେ ବଡ ଘୋଷଣା, କାହାକୁ ମିଳିବ ଲାଭ ?

author img

By

Published : Jun 28, 2021, 9:40 PM IST

ଗତବର୍ଷ ଅକ୍ଟୋବର ପହିଲାରେ ଲାଗୁହୋଇଥିଲା ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା । ଏବେ ଏହି ଯୋଜନାକୁ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଜାଣନ୍ତୁ କାହାକୁ ମିଳିବ ଲାଭ...

Economic Relief Measures: EPF ଉପରେ ବଡ ଘୋଷଣା, କାହାକୁ ମିଳିବ ଲାଭ ?
Economic Relief Measures: EPF ଉପରେ ବଡ ଘୋଷଣା, କାହାକୁ ମିଳିବ ଲାଭ ?

ନୂଆଦିଲ୍ଲୀ: କୋରୋନା ମାଡରେ ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ବିସ୍ତାର ମଧ୍ୟ ସାମିଲ ରହିଛି ।

ଗତବର୍ଷ ଅକ୍ଟୋବର ପହିଲାରେ ଲାଗୁ ହୋଇଥିଲା ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା । ଏବେ ଏହି ଯୋଜନାକୁ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଅନ୍ତର୍ଗତ 1000 କର୍ମଚାରୀ ଥିବା କମ୍ପାନୀଗୁଡିକରେ ଭବିଷ୍ୟନିଧି ପାଣ୍ଠି(ପିଏଫ)ର ଉଭୟ ନିଯୁକ୍ତକାରୀ ଓ କର୍ମଚାରୀଙ୍କ ଅଂଶ ଭରିବେ କେନ୍ଦ୍ର ସରକାର । ତେବେ ସରକାର କର୍ମଚାରୀ ଓ କମ୍ପାନୀ ଉଭୟର 12%-12% PF ଭରଣା କରିବେ ।

ଏହି ଯୋଜନା ଆଧାରରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂସ୍ଥା(ଇପିଏଫଓ) ପଞ୍ଜୀକୃତ ପ୍ରତିଷ୍ଠାନ ଯଦି ନୂଆ କର୍ମଚାରୀ ନିଯୁକ୍ତ କରନ୍ତି, ଯେଉଁମାନେ ଚାକିରୀ ହରାଇଛନ୍ତି କିମ୍ବା ପୂର୍ବରୁ ପଞ୍ଜୀକୃତ ନଥିଲେ, ସେମାନଙ୍କ ପାଇଁ ଏହା ଲାଭଦାୟକ ହେବ ।

ନୂଆ କର୍ମଚାରୀଙ୍କୁ ମିଳିବ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଲାଭ । 15 ହଜାରରୁ କମ ମାସିକ ଦରମା ଉପରେ ଇପିଏଫଓ ପଞ୍ଜୀକୃତ ପ୍ରତିଷ୍ଠାନରେ ରୋଜଗାର ପାଇଥିବା କୌଣସି ବି କର୍ମଚାରୀ ଏଥିରେ ଲାଭାନ୍ବିତ ହେବେ ।

ମାସିକ 15 ହଜାରରୁ କମ ଦରମା ପାଉଥିବା ଇପିଏଫ କାତାଧାରକ, ଯେଉଁମାନେ 01.03.2020ରୁ 30.09.2020 ପର୍ଯ୍ୟନ୍ତ କୋଭିଡ ମହାମାରୀ ସମୟରେ ଚାକିରୀ ହରାଇଛନ୍ତି ସେମାନଙ୍କୁ ଏହାର ଲାଭ ମିଳିବ ।

କୋଭିଡ-19 ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ ପ୍ରଭାବ ଜୀବନ ସହ ଜୀବିକା ଉପରେ ଗଭୀର ଭାବେ ଦେଖିବାକୁ ମିଳିଛି । କୋରୋନା ଲକ୍ଷାଧିତ ଚାକିରୀ ଗିଳିଥିବା ବେଳେ ରୋଜଗାର ହରାଇ ହଜାର ସଂଖ୍ୟକ ଲୋକ ବେକାର ହୋଇଛନ୍ତି । ଯାହାର ପ୍ରଭାବରେ ଚଳିତ ଆର୍ଥିକ ବର୍ଷର ପ୍ରଥମ 9 ମାସରେ 71 ଲକ୍ଷ ପିଏଫ ( ଭବିଷ୍ୟନିଧି ପାଣ୍ଠି) ଆକାଉଣ୍ଟ ବନ୍ଦ ହୋଇଛି । ଅନେକ ବିଜନେସ ବନ୍ଦ ହୋଇଥିଲା ବେଳେ ଲକଡାଉନ କାରଣରୁ ବହୁ କମ୍ପାନୀରେ ତାଲା ଝୁଲିଲା । ଉତ୍ପାଦନ ଓ ବ୍ୟବସାୟ ବନ୍ଦ କାରଣରୁ କମ୍ପାନୀ ମାନେ ଖର୍ଚ୍ଚ କାଟ ପାଇଁ କର୍ମଚାରୀଙ୍କୁ ଚାକିରୀରୁ ହଟାଇଲେ । ଏହାଫଳରେ ଇପିଏଫ ଖାତାଧାରକଙ୍କ ଉପରେ ପଡିଥିଲା ଏହାର ପ୍ରଭାବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.