ନୂଆଦିଲ୍ଲୀ: ସୁଧୁରୁଛି ଲେବର ମାର୍କେଟ ସ୍ଥିତି । ମେ ମାସରେ 2.1 କେଟି ଲୋକ କାମକୁ ଫେରିଛନ୍ତି । ତେବେ ବେକାରୀ ଦର 23.5 ପ୍ରତିଶତ ସ୍ତରରେ ଅପରିବର୍ତ୍ତିତ ରହିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ଏନେଇ ରିପୋର୍ଟ ପ୍ରକାଶ କରିଛି ।
ରିପୋର୍ଟ ଅନୁସାରେ ମେ ମାସରେ ଶ୍ରମ ଭାଗିଦାରୀ ଦର 35.6 ପ୍ରତିଶତରୁ ସୁଧୁରି 38.2 ପ୍ରତିଶତ ଓ ରୋଜଗାର ହାର 27.2 ପ୍ରତିଶତରୁ ବଢି 29.2 ପ୍ରତିଶତରେ ପହଞ୍ଚିଛି । ସେହିପରି କାମ କରୁଥିବା ଲୋକଙ୍କ ସଂଖ୍ୟା ମେ ମାସରେ 2.1 କୋଟି ବୃଦ୍ଧି ହୋଇଛି । ଯାହାକି ଏପ୍ରକିଲ ତୁଳନାରେ 7.5 ପ୍ରତିଶତ ଅଧିକ ।
CMIE ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି ଯେ, ଅନେକ ଲୋକ ଏପ୍ରିଲରେ ସକ୍ରିୟ ଶ୍ରମ ବଜାର ଛାଡି ଚାଲିଯାଇଥିଲେ । କିନ୍ତୁ ପୁଣି ମେ ମାସରେ ସେମାନେ ଫେରିଛନ୍ତି । ମେ ମାସରେ ଏପରି ଅନେକ ଲୋକ ଫେରି ଆସିଛନ୍ତି ଏବଂ ସକ୍ରିୟ ଭାବରେ କାମ ଖୋଜୁଛନ୍ତି ।
CMIE ଅନୁଯାୟୀ, ଦରମା ପାଉଥିବା କର୍ମଚାରୀଙ୍କ ସେଗେମେଣ୍ଟରେ ହିଁ ମେ ମାସରେ ନିଯୁକ୍ତିରେ କୌଣସି ବୃଦ୍ଧି ଘଟିବ ନାହିଁ । 2020 ମେରେ ବେତନଭୋଗୀ ସଂଖ୍ୟା 6.83 କୋଟିକୁ ଖସି ଆସିଛି । CMIE ଅନୁଯାୟୀ, 2019-20 ରେ ପ୍ରାୟ 8.6 କୋଟି ବେତନଭୋଗୀ କର୍ମଚାରୀ ଥିଲେ।