ETV Bharat / business

କୋଟିଏରୁ ଅଧିକ କ୍ୟାସ ଉଠାଣରେ 2 ଲକ୍ଷ ଟିଡିଏସ

ଏଣିକି ବାର୍ଷିକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଉଠାଣ ଉପରେ ଗଣିବାକୁ ପଡିବ 2 ଲକ୍ଷ ଟିଡିଏସ । ତେବେ ଜାଣନ୍ତୁ କେଉଁ ସବୁ ସଂସ୍ଥା ଏହି ନିୟମରୁ ବାଦ ପଡିବେ ।

ପ୍ରତିକାତ୍ମକ ଫଟୋ
author img

By

Published : Aug 31, 2019, 1:55 PM IST

ନୂଆଦିଲ୍ଲୀ: ବ୍ୟାଙ୍କରୁ ବାରମ୍ବାର ନଗଦ ଟଙ୍କା ଉଠାଉଛନ୍ତି କି ? ପ୍ରସ୍ତୁତ ରହନ୍ତୁ, ଏଣିକି ଏଣିକି ବାର୍ଷିକ କୋଟିଏରୁ ଅଧିକ ଟଙ୍କା ଉଠାଇଲେ କଟିବ ୨ ପ୍ରତିଶତ ଟିଡିଏସ । ଆସନ୍ତା କାଲି ଅର୍ଥାତ ସେପ୍ଟମ୍ବର ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଆୟକର ନିୟମରେ ପରିବର୍ତ୍ତନ କରି ନଗଦ ଟଙ୍କା ଉଠାଣ ଉପରେ ଟିଡିଏସ ଲାଗୁ ନେଇ ଘୋଷଣା କରିଥିଲେ । ବ୍ୟାଙ୍କ ଏହି ଟିଡିଏସକୁ ଆୟକର ବିଭାଗକୁ ପଠାଇବ ।

ଦେଶରେ ଡିଜିଟାଲ ବା କ୍ୟାସଲ୍ୟାସ ଟ୍ରାଞ୍ଜାକ୍ସନକୁ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏଣୁ ସବୁ କ୍ଷେତ୍ରରେ ନଗଦ କାରବାରକୁ ନିରୁତ୍ସାହିତ କରିବା ଉଦ୍ଦେଶ୍ୟରେ ଏ ନେଇ ନିୟମ ଲାଗୁ ହୋଇଛି।

ତେବେ ଏହି ନିୟମକୁ ସରକା , ବ୍ୟାଙ୍କିଂ କମ୍ପାନୀ, ବ୍ୟାଙ୍କ ସହ ଜଡିତ ସରକାରୀ କମ୍ପାନୀ, ଡାକଘର, ବ୍ୟାଙ୍କିଂ ପ୍ରତିନିଧି ଓ ହ୍ବାଇଟ ଲେବଲ ଏଟିଏମ ପରିଚାଳନା କରୁଥିବା ସଂସ୍ଥା ଉପରେ ଏହି ନିୟମ ଲାଗୁ ହେବ ନାହିଁ । କାରଣ ଏହି ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କୁ ଭାରୀ ମାତ୍ରାରରେ ନଗଦର ବ୍ୟବହାର କରିବାକୁ ପଡିଥାଏ ।

ଅଧିକାରୀଙ୍କ ହିସାବ ଅନୁଯାୟୀ 2017-18ରେ ପ୍ରାୟ 2 ଲକ୍ଷ ଲୋକ ଓ ସଂସ୍ଥା ବ୍ୟାଙ୍କ ଖାତାରୁ 1 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଉଠାଇଥିଲେ। ଟିଡିଏସ ହେଉଛି ଟ୍ୟାକ୍ସ ଡିଡକ୍ସନ ଆଟ ସୋର୍ସ । ବିଭିନ୍ନ କାରବାର ପାଇଁ ଭିନ୍ନ ଟିଡିଏସ ଆୟକର ବିଭାଗକୁ ଦେବାକୁ ପଡିଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.