ETV Bharat / business

ଅଗଷ୍ଟରେ ନିଯୁକ୍ତି ହରାଇଛନ୍ତି ୧୬ ଲକ୍ଷ ଭାରତୀୟ ! - ବେରୋଜଗାର

ଅଗଷ୍ଟରେ GST ସଂଗ୍ରହରେ ଦମଦାର୍ ଅଭିବୃଦ୍ଧି ସତ୍ତ୍ବେ ବଢିଛି ବେରୋଜଗାର । ଗତ ମାସରେ ପ୍ରାୟ ୧୬ ଲକ୍ଷ ଭାରତୀୟ ଚାକିରୀ ହରାଇଛନ୍ତି । ଫଳରେ ଜାତୀୟ ବେରୋଜଗାର ହାର ୮.୩୨ ପ୍ରତିଶତ ବୃଦ୍ଧି ପାଇଛି । CMIE ତଥ୍ୟରୁ ସୂଚନା । ଅଧିକ ପଢନ୍ତୁ...

ଅଗଷ୍ଟରେ ନିଯୁକ୍ତି ହରାଇଛନ୍ତି ୧୬ ଲକ୍ଷ ଭାରତୀୟ !

author img

By

Published : Sep 2, 2021, 9:14 PM IST

ନୂଆଦିଲ୍ଲୀ: ଦେଶର ଉତ୍କଟ ବ୍ୟାଧି ସାଜିଛି ବେକାରୀ ସମସ୍ୟା । ଭାରତର GDP ଏବଂ GST ସଂଗ୍ରହର ରେକର୍ଡ ଅଭିବୃଦ୍ଧି ସତ୍ତ୍ବେ ବଢୁଛି ବେରୋଜଗାର । ଅଗଷ୍ଟରେ ଉଚ୍ଚ GST ରାଜସ୍ବ ସହ ଉଚ୍ଚରେ ରହିଛି ବେରୋଜଗାରୀ ହାର । ଗତ ମାସରେ ପ୍ରାୟ ୧୬ ଲକ୍ଷ ଭାରତୀୟ ଚାକିରୀ ହରାଇଛନ୍ତି । CMIE (Centre for Monitoring Indian Economy)ର ତଥ୍ୟରୁ ଏହା ଜଣାଯାଇଛି ।

CMIE ଡାଟା ଅନୁଯାୟୀ, ଅଗଷ୍ଟ ମାସରେ ଜାତୀୟ ବେରୋଜଗାର ହାର ୮.୩୨ ପ୍ରତିଶତ ବୃଦ୍ଧି ହୋଇଛି । ଯାହା ଜୁଲାଇରେ ୬.୯୫ ପ୍ରତିଶତ ଥିଲା । ଜୁଲାଇରେ ସହରାଞ୍ଚଳ ବେକାରୀ ହାର ୮.୩ ପ୍ରତିଶତ ଥିବାବେଳେ ଅଗଷ୍ଟରେ ସହରାଞ୍ଚଳ ବେକାରୀ ହାର ପାଖାପାଖି ୧.୫ ପ୍ରତିଶତ ବୃଦ୍ଧି ସହ ୯. ୭୮ ପ୍ରତିଶତରେ ପହଞ୍ଚଛି । ଏଥିସହ ଗତ ମାର୍ଚ୍ଚରେ କୋଭିଡ ଦ୍ବିତୀୟ ଲହର ଭାରତ ଛୁଇଁବାର ଠିକ୍ କିଛି ଦିନ ପୂର୍ବରୁ ସହରୀ ବେକାରୀ ହାର ୭.୨୭ ପ୍ରତିଶତ ରହିଥିଲା । ସେହିପରି ଗତ ମାସରେ ୧.୩ ପ୍ରତିଶତ ବଢିଛି ଗ୍ରାମୀଣ ବେରୋଜଗାର । ଏହି ବୃଦ୍ଧି ସହ ଜୁଲାଇରେ ୬.୩ ପ୍ରତିଶତ ଥିବା ଗ୍ରାମାଞ୍ଚଳ ବେକାରୀ ହାର ଅଗଷ୍ଟରେ ୭. ୬୪ ପ୍ରତିଶତ ହୋଇଛି ।

କହି ରଖୁଛି କି, ଜୁଲାଇରେ ୩୯.୯୩ କୋଟି ଲୋକେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିଲେ । ହେଲେ ଅଗଷ୍ଟରେ ଏହି ସଂଖ୍ୟା କମି ୩୯.୭୭ କୋଟି ହୋଇଯାଇଛି । ଏହି ସମୟରେ ଗ୍ରାମୀଣ କ୍ଷେତ୍ରରେ ପ୍ରାୟ ୧୩ ଲକ୍ଷ ନିଯୁକ୍ତି ନଷ୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ଅପ୍ରିଲ-ଜୁନ ମାସର GDP ରିପୋର୍ଟ ଜାରି କରିଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି GDP । ୨୦.୧ ପ୍ରତିଶତ GDPର ରେକର୍ଡ ଅଭିବୃଦ୍ଧି ଭାରତୀୟ ଅର୍ଥ ବ୍ୟବସ୍ଥା ପୁଣି ଟ୍ରାକକୁ ଫେରୁଥିବାର ସଙ୍କେତ ଦେଇଛି । ହେଲେ ଅର୍ଥ ବ୍ୟବସ୍ଥାରେ ତୀବ୍ର ଅଭିବୃଦ୍ଧି ସତ୍ତ୍ବେ ଅଗଷ୍ଟ ମାସରେ ବେରୋଜଗାର ବୃଦ୍ଧି ଚିନ୍ତାଜନକ ହୋଇଛି ।

ଗତ କିଛି ବର୍ଷ ଧରି ଭାରତ ନିଯୁକ୍ତି କ୍ଷେତ୍ରରେ କଠିନ ସମୟ ଦେଇ ଗତି କରୁଛି । କୋରୋନା ପ୍ରକୋପ ପରେ ଏହି ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି । କୋରୋନା ଭାଇରସ ଲୋକଙ୍କ ଜୀବନ ସହିତ ଛଡାଇ ନେଇଥିଲା ରୋଜଗାର । ଯଦିଓ ଏବେ ରାଷ୍ଟ୍ରର ଆର୍ଥିକ ଗତିବିଧି କ୍ରମଶଃ ସ୍ବାଭାବିକ ହେଉଛି, ତଥାପି ପୂର୍ବପରି ସଂଘର୍ଷ କରୁଛି ନିଯୁକ୍ତି ବଜାର । ହରିୟାଣା ଏବଂ ରାଜସ୍ଥାନ ସମେତ ଦେଶର ପ୍ରାୟ ୮ଟି ରାଜ୍ୟରେ ବେରୋଜଗାର ହାର ଦୁଇ ଅଙ୍କରେ ମଜବୁତ ରହିଛି । ଯାହା ରାଷ୍ଟ୍ର ପାଇଁ ଚିନ୍ତାଜନକ ବିଷୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.