ETV Bharat / business

ଆଉ 6 ମାସ, ବନ୍ଦ ହେବ ଏୟାରଇଣ୍ଡିଆ! - Air India shut down in six month

ଅଣାୟତ୍ତ ସ୍ଥିତିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାରଇଣ୍ଡିଆ। ସମୟ ଏପରି ଯେ, ବିକ୍ରି ପାଇଁ କ୍ରେତା ନ ମିଳିଲେ ଏଥିରେ ଝୁଲିବ ତାଲା। ଏ ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Without buyer, Air India might be forced to shut down in six months: Airline official
ଆଉ 6 ମାସ, ବନ୍ଦ ହେବ ଏୟାରଇଣ୍ଡିଆ !
author img

By

Published : Dec 31, 2019, 7:30 PM IST

ନୂଆଦିଲ୍ଲୀ: ଅଣାୟତ ସ୍ଥିତିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାରଇଣ୍ଡିଆ। ସମୟ ଏପରି ଯେ, ବିକ୍ରି ପାଇଁ କ୍ରେତା ନ ମିଳିଲେ ଏଥିରେ ଝୁଲିବ ତାଲା। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଲଗାତାର କ୍ଷତି ଓ ଆର୍ଥିକ ସମସ୍ୟା ଭିତରେ କମ୍ପାନୀକୁ ଚଲାଇବା କଷ୍ଟକର। ଏଥିପାଇଁ ଏହାର 100 ପ୍ରତିଶତ ଅଂଶଧନକୁ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଏହାର ଋଣ ଭାରକୁ କେହି ମୁଣ୍ଡେଇବାକୁ ନାରାଜ। ଏହି ରାଷ୍ଟ୍ରାୟତ୍ତ କମ୍ପାନୀକୁ କିଣିବାକୁ କ୍ରେତା ମିଳୁନାହାଁନ୍ତି। ଫଳରେ ବିମାନ ସେବାରେ 1 ନମ୍ବର ଥିବା ଏୟାରଇଣ୍ଡିଆ ସ୍ଥିତି ଏବେ ଜେଟ ଏୟାରୱେଜ ଭଳି।

କମ୍ପାନୀ ଉପରେ 60 ହଜାର କୋଟି ଟଙ୍କାର ଋଣବୋଝ ପଡିରହିଛି। ଏଥିପାଇଁ ଏହାକୁ ଚଲାଇବାକୁ ପୁଞ୍ଜି ମଧ୍ୟ ଯୋଗାଡ ହୋଇ ପାରୁନାହିଁ । ଏପରିକି ଏହାକୁ ଆର୍ଥିକ ସହାୟତା ଯୋଗାଇବାକୁ ମଧ୍ୟ ସରକାର ନାରାଜ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କେହି ରିସ୍କ ନେବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି । ଏବେ କମ୍ପାନୀର କର୍ମଚାରୀ ଓ ସ୍ଥାୟୀତ୍ବ ଅନ୍ଧାରକୁ ଠେଲି ହୋଇଯାଇଛି।

ପ୍ରକାଶ ଯେ, 2011-12ରୁ 2019 ଡିସେମ୍ବର ସୁଦ୍ଧା ସରକାର ଏୟାର ଇଣ୍ଡିଆକୁ 30,520.21 କୋଟି ଟଙ୍କା ଦେଇଛନ୍ତି।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.