ନୂଆଦିଲ୍ଲୀ: ଭିସ୍ତାରା ଏୟାରଲାଇନ୍ସ ନିଜର ପ୍ରାୟ 40 ପ୍ରତିଶତ କର୍ମଚାରୀଙ୍କ ଦରମା ହ୍ରାସ ନେଇ ଘୋଷଣା କରିଛି । ଡିସେମ୍ବର ଯାଏଁ କର୍ମଚାରୀଙ୍କ ଦରମାରୁ 5ରୁ 20 ପ୍ରତିଶତ କାଟିବା ନେଇ କମ୍ପାନୀ କହିଛି ।
କୋରୋନା ଭାଇରସ ମହାମାରୀ ଯୋଗୁଁ ଜାରି ଲକଡାଉନ ମଧ୍ୟରେ ବିମାନ ସେବା ଠପ ଥିଲା । ପରେ ପୁଣି ବିଭିନ୍ନ କଟକଣା ଯୋଗୁଁ କମ୍ପାନୀର ଆୟ ଗୁରୁତର ପ୍ରଭାବିତ ହୋଇଛି । ଭିସ୍ତାରାର ଜଣେ ମୁଖପାତ୍ର କହିଛନ୍ତି କି, ଆମର ପାଖାପାଖୀ 60 ପ୍ରତିଶତ କର୍ମଚାରୀଙ୍କ ଦରମା ହ୍ରାସ ହେବନି ।
ଭିସ୍ତାରାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲେସଲୀ ଥେଙ୍ଗ କର୍ମଚାରୀଙ୍କୁ ପଠାଇଥିବା ଇମେଲରେ କହିଛନ୍ତି କି, 2020 ଜୁଲାଇ 1ରୁ ଡିସେମ୍ବର 31 ପର୍ଯ୍ୟନ୍ତ ଦରମା ହ୍ରାସ କରାଯିବ । ତେବେ କର୍ମଚାରୀଙ୍କ ଦରମା ହ୍ରାସ ଯୋଜନାରୁ ପାଇଲଟ ବାଦ ପଡିବେ ।