ETV Bharat / business

ଭାରତ ଫେରିବାକୁ ଅମଙ୍ଗ ପଳାତକ ବିଜୟ ମାଲ୍ୟା

ଭାରତ ପ୍ରତ୍ୟାପଣ ଉପରେ ବ୍ରିଟେନ ଗୃହମନ୍ତ୍ରୀ ଦେଇଥିବା ମଞ୍ଜୁରୀକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ମଦସମ୍ରାଟ ବିଜୟ ମାଲ୍ୟା । ଭାରତ ଫେରିବାର ଜମା ନାମ ଧରୁନି ପଳାତକ ।

author img

By

Published : Feb 16, 2019, 9:39 PM IST

ଡିଜାଇନ ଫଟୋ

ଲଣ୍ଡନ: ଭାରତ ଫେରିବାକୁ ଅମଙ୍ଗ ମଦସମ୍ରାଟ ବିଜୟ ମାଲ୍ୟା । ଏଥିଲାଗି କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ପ୍ଲାନିଂ-ପ୍ଲଟିଙ୍ଗ । ଏପରିକି ବ୍ରିଟେଶ ସରକାରଙ୍କ ବିରୋଧରେ ମଧ୍ୟ ଯିବାକୁ ପଛାଇନାହାଁନ୍ତି ମାଲ୍ୟା । ଭାରତ ପ୍ରତ୍ୟାପଣ ଉପରେ ବ୍ରିଟେନ ଗୃହମନ୍ତ୍ରୀ ଦେଇଥିବା ମଞ୍ଜୁରୀକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ମାଲ୍ୟା ।

ଶୁକ୍ରବାର ବ୍ରିଟେନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ମାଲ୍ୟା ବ୍ରିଟେନ ହାଇକୋର୍ଟର ପ୍ରଶାସନିକ ବିଭାଗରେ ଆବେଦନ କରିଛନ୍ତି । ଏ ନେଇ ଉଚ୍ଚନ୍ୟାୟାଳୟର ଜଣେ ପ୍ରବକ୍ତା କହିଛନ୍ତି ଯେ, ମାଲ୍ୟାଙ୍କ ଆବେଦନ ପତ୍ରକୁ ନ୍ୟାୟମୂର୍ତ୍ତୀଙ୍କ ପାଖକୁ ପଠାଯାଇଛି । ଯାହାର ଶୁଣାଣି 2ରୁ 4ସପ୍ତାହ ମଧ୍ୟରେ ଆସିବା ନେଇ ଆଶା କରାଯାଉଛି ।

ପ୍ରକାଶ ଥାଉ ଯେ, ଗତ 4ତାରିଖରେ ଗୃହମନ୍ତ୍ରୀ ମାଲ୍ୟାଙ୍କ ଦେଶ ପ୍ରତ୍ୟାପଣ ଉପରେ ମଞ୍ଜୁରୀ ଦେଇଥିଲେ । ହେଲେ 14 ଦିନ ମଧ୍ୟରେ ଏହା ବିରୋଧରେ ଅପିଲ କରିପାରିବା ନେଇ ନିୟମ ରହିଛି । ତେବେ ମାଲ୍ୟା କିନ୍ତୁ 4ଦିନ ପୂର୍ବରୁ ଅର୍ଥାତ 15ତାରିଖରେ ଏ ନେଇ କୋର୍ଟରେ ଆବେଦନ କରିଛନ୍ତି ।

ଭାରତୀୟ ବ୍ୟାଙ୍କରୁ ମାଲ୍ୟା ପ୍ରାୟ 9 ହଜାର କୋଟି ଟଙ୍କା ଠକେଇ କରି ଗତ 2016ରେ ଲଣ୍ଡନ ପଳାଇଥିଲେ । ତାଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ତଦନ୍ତ ସଂସ୍ଥାକୁ ଦୀର୍ଘଦିନ ଧରି ଲଢେଇ କରିବାକୁ ପଡିଥିଲା । ଲଣ୍ଡନ କୋର୍ଟ 2018ରେ ମାଲ୍ୟାଙ୍କୁ ଭାରତ ପଠାଇବା ନେଇ ରାୟ ପ୍ରକାଶ କରିବା ପରେ ଭାରତ ସରକାରଙ୍କୁ ମିଳିଥିଲା ଆଶ୍ବସ୍ତି ।

undefined

Intro:Body:

one two three four fice six seven 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.