ETV Bharat / business

ୟେସ ବ୍ୟାଙ୍କରେ 1,760 କୋଟି ନିବେଶ କରିବ SBI

author img

By

Published : Jul 9, 2020, 12:49 PM IST

ୟେସ ବ୍ୟାଙ୍କର ଫଲୋଅନ୍ ପବ୍ଲିକ ଅଫରିଙ୍ଗ (FPO) ରେ ସର୍ବାଧିକ 1,760 କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ଦେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ବୋର୍ଡ । ଅଧିକ ପଢନ୍ତୁ..

ୟେସ ବ୍ୟାଙ୍କରେ 1760 କୋଟି ନିବେଶ କରିବ ଏସବିଆଇ

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ବୋର୍ଡ ୟେସ ବ୍ୟାଙ୍କର ଫଲୋଅନ୍ ପବ୍ଲିକ ଅଫରିଂ (FPO) ରେ ସର୍ବାଧିକ 1,760 କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ଦେଇଛି । ବୁଧବାର ଏ ନେଇ ଏସବିଆଇ ସୂଚନା ଦେଇଛି ।

ଏହା ପୂର୍ବରୁ ମଙ୍ଗଳବାର ୟେସ ବ୍ୟାଙ୍କ କହିଥିଲା କି, ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡର ପୁଞ୍ଜି ଏକତ୍ର କମିଟି ଠାରୁ FPO ମାଧ୍ୟମରେ ପାଣ୍ଠି ଗ୍ରହଣ ପାଇଁ ତାକୁ ଅନୁମତି ମିଳିସାରିଛି ।

ଏସବିଆଇ ସେୟାର ମାର୍କେଟକୁ ଏକ ବିଜ୍ଞପ୍ତିରେ କହିଛି କି, ‘ୟେସ ବ୍ୟାଙ୍କ ଜୁଲାଇ 7ରେ ପୁଞ୍ଜି ସଂଗ୍ରହ ନେଇ ସୂଚନା ଦେଇଛି । ଏହା ଅନୁସାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସେଣ୍ଟ୍ରାଲ୍ ବୋର୍ଡର କାର୍ଯ୍ୟନିର୍ବାହୀ କମିଟି 2020 ଜୁଲାଇ 8ରେ ୟେସ ବ୍ୟାଙ୍କର ଫଲୋଅନ ପବ୍ଲିକ ଅଫରିଂରେ 1760 କୋଟି ନିବେଶ ପାଇଁ ଅନୁମୋଦନ ଦେଇଛି ।

ୟେସ ବ୍ୟାଙ୍କ କହିଛି କି, ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳର ସମିତି ବୈଠକ ଜୁଲାଇ 10 କିମ୍ବା ପରେ ହେବ । ଯେଉଁଥିରେ ମୂଲ୍ୟ ପରିସର ଓ ଅନ୍ୟାନ ବିଷୟବସ୍ତୁ ଉପରେ ବିଚାର ହେବ ଓ ମଞ୍ଜୁରୀ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.