ନୂଆଦିଲ୍ଲୀ: ପାର୍ବଣ ଆରମ୍ଭ ପୂର୍ବରୁ ଏସବିଆଇ କାର୍ଡ ଆଣିଛି ଅନେକ ପ୍ରକାର ଅଫର । କୋଭିଡ-19 ପରେ ଗ୍ରାହକଙ୍କ କ୍ରୟ କରିବା ପ୍ରକ୍ରିୟାର ପରିବର୍ତ୍ତନର ଏହା ଅନୁରୂପ ଅଟେ । କମ୍ପାନୀ ବିଭିନ୍ନ ବ୍ରାଣ୍ଡ ସହ ମିଶି କ୍ୟାସବ୍ୟାକ ଓ ରିହାତି ଇତ୍ୟାତି ଅଫର ଆଣୁଛି ।
ଏସବିଆଇ କାର୍ଡ ମଙ୍ଗଳବାର ଏକ ବିଜ୍ଞପ୍ତିରେ କହିଛି କି ,ଏହା 2000ରୁ ଅଧିକ ସହରରେ 1,000ରୁ ଅଧିକ ପ୍ରକାର ଅଫର ଦେଉଛି । ତେବେ ଏହି ଅଫର ଅକ୍ଟୋବର ପହିଲାରୁ ଆରମ୍ଭ ହୋଇ ନଭେମ୍ବର 15 ଯାଏଁ ଚାଲିବ ।
କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଶ୍ବିନୀ କୁମାର ତିୱାରୀ କହିଛନ୍ତି କି, ‘‘ ଏ ବର୍ଷ ଆମେ ଜାତୀୟ ଓ ଖୁଚୁରା ଦୋକାନୀଙ୍କ ସହ ମିଶି 1000ରୁ ଅଧିକ ପ୍ରକାର ଅଫର ପ୍ରସ୍ତୁତ କରିଛୁ । ଏହି ଅଫର 2,000ରୁ ଅଧିକ ସହରରେ ଖୁଚୁରା ଦୋକାରୀଙ୍କ ଠାରୁ ନେଇ ଅନଲାଇନ କ୍ରେତାଙ୍କ ପାଖରେ ଉପଲବ୍ଧ ହବ । ସେ କହିଛନ୍ତି କି, ଏହା ଦ୍ବାରା ପ୍ରତ୍ୟେକ ଶ୍ରେଣୀର ଗ୍ରାହକଙ୍କୁ କାର୍ଡ ବ୍ୟବସ୍ଥା ଉପରେ ଲାଭ ମିଳିବ । କାର୍ଡର ବ୍ୟବହାରର ଗ୍ରାହକ ସମଗ୍ର ଦେଶରେ 1.3 ଲକ୍ଷରୁ ଅଧିକ ଦୋକାନରେ ସହଜରେ କିସ୍ତି ଜରିଆରେ କ୍ରୟ କରିପାରିବେ ।