ETV Bharat / business

ରିଲାଏନ୍ସ ଓ ଆରମକୋ ଚୁକ୍ତିରେ ବିଳମ୍ବ କାହିଁକି?

ଆରମକୋ ଦ୍ବାରା ରିଲାଏନ୍ସର ତେଲରୁ କେମିକାଲ ୟୁନିଟ (o2c) ରେ ଅଂଶଧନ କ୍ରୟ କରାଯିବ । ହେଲେ ଏହି ଚୁକ୍ତି ପୂରା ହୋଇପାରି ନାହିଁ । ଏ ନେଇ ଆକଳନ କରିଛି ଅନୁସନ୍ଧାନ କମ୍ପାନୀ ଜେଫ୍ରିଜ । ଅଧିକ ପଢନ୍ତୁ..

ରିଲାଏନ୍ସ ଓ ଆରମକୋ ଚୁକ୍ତିରେ ବିଳମ୍ବ କାହିଁକି?
ରିଲାଏନ୍ସ ଓ ଆରମକୋ ଚୁକ୍ତିରେ ବିଳମ୍ବ କାହିଁକି?
author img

By

Published : Mar 26, 2021, 9:46 PM IST

ନୂଆଦିଲ୍ଲୀ: ଅଶୋଧିତ ତୈଳ ଦାମରେ ହ୍ରାସ ତଥା ଆରମକୋ ବାର୍ଷିକ 75 ଅରବ ଡଲାର ଲାଭାଂଶ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଆଉ ଏଥିଯୋଗୁଁ ସାଉଦି ଆରବ କମ୍ପାନୀର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହ ଚୁକ୍ତିରେ ବିଳମ୍ବ ହୋଇଛି । ଆରମକୋ ଦ୍ବାରା ରିଲାଏନ୍ସର ତେଲରୁ କେମିକାଲ ୟୁନିଟ (o2c) ରେ ଅଂଶଧନ କ୍ରୟ କରାଯିବ । ହେଲେ ଏହି ଚୁକ୍ତି ପୂରା ହୋଇପାରି ନାହିଁ ।

ଅନୁସନ୍ଧାନ କମ୍ପାନୀ ଜେଫ୍ରିଜ ରିପୋର୍ଟରେ ଏ ନେଇ କୁହାଯାଇଛି । ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ 2019 ଅଗଷ୍ଟରେ ଘୋଷଣା କରିଥିଲେ କି o2c କାରବାରରେ 20 ପ୍ରତିଶତ ଅଂଶଧନ ବିକ୍ରି ପାଇଁ କଥାବାର୍ତ୍ତା ଚାଲିଛି । ଏଥିରେ ଗୁଜୁରାଟର ଜାମନଗରର 2 ତେଲ ରିଫାଇନାରୀ ଓ ପେଟ୍ରୋରସାୟନ ସମ୍ପତ୍ତି ସାମିଲ ରହିଛି ।

ଏହି ଚୁକ୍ତି 2020 ମାର୍ଚ୍ଚ ସୁଦ୍ଧା ପୂରଣ ହେବାକୁ ଥିଲା । ହେଲେ ଏଥିରେ ବିଳମ୍ବ ହୋଇଛି । ଯଦିଓ ଉଭୟ କମ୍ପାନୀ ବିଳମ୍ବ ନେଇ କୌଣସି କାରଣ ସୂଚାଇନାହାନ୍ତି । ଜେଫ୍ରିଜ ରିପୋର୍ଟରେ କୁହାଯାଇଛି କି ଅଶୋଧିତ ତୈଳର ଦିଗ୍ଗଜୟ ସାଉଦି ଅରାମକୋ ନିକଟରେ ଭାରତ ଓ ଚୀନରେ ମୂଲ୍ୟଯୋଗର କ୍ରମାଗତ ଏପିସୋଡରେ ବିନିଯୋଗ ଉପରେ ଧ୍ୟାନ ଦେଉଛି । ରିଲାଏନ୍ସର O2C ବ୍ୟବସାୟରେ ନିବେଶ ମାଧ୍ୟମରେ ଏହା ଚୀନରେ ଏହି ମଡେଲକୁ ଦୋହରାଇବାକୁ ଚାହୁଁଛି ।

ଅଶୋଧିତ ତୈଳ ଦାମରେ ହ୍ରାସ ତଥା ଆରମକୋ ବାର୍ଷିକ 75 ଅରବ ଡଲାର ଲାଭାଂଶ ଦେବା ପ୍ରତିବଦ୍ଧତା ଯୋଗୁଁ ଏହି ଚୁକ୍ତି ବିଳମ୍ବ ହୋଇଛି । ‘‘ ଆମ ବିଚାରରେ ଅଶୋଧିତ ତୈଳ ଦାମ 65 ଡଲାର ପ୍ରତି ବ୍ୟାରେଲ ହେଲେ ଏହି ଚୁକ୍ତି ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.