ETV Bharat / business

14 ପ୍ରତିଶତ ବଢିଲା ପାସେଞ୍ଜର ଯାନର ବିକ୍ରି: SIAM

author img

By

Published : Jan 14, 2021, 10:34 PM IST

କୋଭିଡ କଟକଣା କୋହଳ ସହ ଅଟୋ ସେକ୍ଟରରେ ସୁଧାର ଦେଖାଦେଇଛି । ଉତ୍ପାଦନ ବଢିବା ସହ ଗାଡି ବିକ୍ରି ବଢୁଛି । ଡିସେମ୍ବର ମାସରେ ପାସେଞ୍ଜର ଗାଡି ବିକ୍ରି ବଢିଥିବା ରେକର୍ଡ ହୋଇଛି । ଅଧିକ ପଢନ୍ତୁ..

14 ପ୍ରତିଶତ ବଢିଲା ପାସେଞ୍ଜର ଯାନର ବିକ୍ରି : ସିଆମ

ନୂଆଦିଲ୍ଲୀ: ଦେଶରେ ଯାତ୍ରୀବାହୀ ବା ପାସେଞ୍ଜର ଗାଡିର ବିକ୍ରି 2020 ଡିସେମ୍ବର ମାସରେ 13.59 ପ୍ରତିଶତ ବୃଦ୍ଧି ପାଇ 2,52,998 ୟୁନିଟରେ ପହଞ୍ଚିଛି । ଗାଡି ନିର୍ମାତା କମ୍ପାନୀର ସଙ୍ଗଠନ ସିଆମ ଏନେଇ ଗୁରୁବାର ସୂଚନା ଦେଇଛି ।

2019 ଡିସେମ୍ବର ମାସରେ ଦେଶରେ ପାସେଞ୍ଜର ଗାଡିର ବିକ୍ରି 2,22,728 ୟୁନିଟରେ ରହିଥିଲା । ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକଚର୍ସ(ସିଆମ) କହିଛି କି , ଏହି ଅବଧିରେ ଦୁଇ ଚକିଆ ଯାନର ବିକ୍ରି 2019 ଡିସେମ୍ବର ମାସ ତୁଳନାରେ 10,50,38 ୟୁନିଟରୁ 7.42 ପ୍ରତିଶତ ବୃଦ୍ଧି ହୋଇ 11,27,917 ୟୁନିଟରେ ପହଞ୍ଚିଛି ।

ଏହି ସମୟରେ ମୋଟରସାଇକେଲ ବିକ୍ରି ଗତ ବର୍ଷ ତୁଳନାରେ 6,97,819 ୟୁନିଟରୁ 6.65 ପ୍ରତିଶତ ବଢି 7,44,237 ୟୁନିଟରେ ପହଞ୍ଚିଯାଇଛି । ସ୍କୁଟରର ବିକ୍ରି ମଧ୍ୟ ଗତ ବର୍ଷ ତୁଳନାରେ 3,06,550 ୟୁନିଟରେ 5.59 ପ୍ରତିଶତ ବଢି 3,23,696 ୟୁନିଟରେ ପହଞ୍ଚିଛି ।

ସିଆମ ମହାନିର୍ଦ୍ଦେଶକ ରାଜେଶ ମେନନ ଡିସେମ୍ବରର ବିକ୍ରି ନେଇ କହିଛନ୍ତି କି 2019 ଡିସେମ୍ବର ଆଧାରରେ କମ ହେବା ଯୋଗୁଁ ଯାତ୍ରୀ ବାହାନ ଓ ଦୁଇଚକିଆ ୟୁନିଟରେ ବିକ୍ରି ରେକର୍ଡ ହୋଇଛି । ଚଳିତ ଆର୍ଥିକ ବର୍ଷ ସମୟରେ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ପାସେଞ୍ଜର ଗାଡି ବିକ୍ରି ପୂର୍ବ ବର୍ଷ ତୁଳନାରେ 7,84,616 ୟୁନିଟ ତୁଳନାରେ 14.44 ପ୍ରତିଶତ ବଢି 8,97,908 ୟୁନିଟରେ ପହଞ୍ଚିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.