ETV Bharat / business

ଜୁନରେ ପାସେଞ୍ଜର ଗାଡି ବିକ୍ରି କମିଛି 50 ପ୍ରତିଶତ - Passenger vehicle sale

ଜୁନ ମାସରେ ଅଧା ହେଲା ଗାଡି ବିକ୍ରି । ଗତ ବର୍ଷ ତୁଳନାରେ ଏ ବର୍ଷ ଜୁନରେ ଦେଶରେ ପାସେଞ୍ଜର ଯାନ ବିକ୍ରି 49.59 ପ୍ରତିଶତ ହ୍ରାସ ହୋଇ 1,05,617 ୟୁନିଟ ରହିଛି । ଅଧିକ ପଢନ୍ତୁ..

Passenger vehicle sales in India decline 49.59% in June

author img

By

Published : Jul 14, 2020, 3:05 PM IST

ନୂଆଦିଲ୍ଲୀ: ସଙ୍କଟଗ୍ରସ୍ତ ଅଟୋ ସେକ୍ଟର ଉପରେ କୋରୋନା ମାଡ । ଜୁନ ମାସରେ ଅଧା ହେଲା କାର ବିକ୍ରି । ଗତ ବର୍ଷ ତୁଳନାରେ ଏ ବର୍ଷ ଜୁନରେ ଦେଶରେ ପାସେଞ୍ଜର ଗାଡି ବିକ୍ରି 49.59 ପ୍ରତିଶତ ହ୍ରାସ ହୋଇ 1,05,617 ୟୁନିଟ ରହିଛି । ଗତ ବର୍ଷ ଏହି ସମୟରେ 2,09,522 ଗାଡି ବିକ୍ରି ହୋଇଥିଲା ।

କୋରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲାଗୁ ଲକଡାଉନ ପ୍ରଭାବରୁ ଧୀରେ ଧୀରେ ଅଟୋ ସେକ୍ଟର ମୁକୁଳିବାକୁ ପ୍ରୟାସ କରୁଛି । ଗାଡି ନିର୍ମାତା ସଙ୍ଗଠନ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫେଚକର (ସିଆମ) ଏ ନେଇ ମଙ୍ଗଳବାର ସୂଚନା ଦେଇଛି ।

ସିଆମ ଜାରି କରିଥିବା ସଦ୍ୟ ରିପୋର୍ଟ ମୁତାବକ ଏହି ଅବଧିରେ ଦୁଇଚକିଆ ଗାଡି ବିକ୍ରି 38.56 ପ୍ରତିଶତ ହ୍ରାସ ହୋଇ 10,13,431 ୟୁନିଟ ରହିଛି । ଯାହାକି 1 ବର୍ଷ ପୂର୍ବରୁ ଏହି ମାସରେ 16,49,475 ରହିଥିଲା ।

ଦୁଇଚକିଆ ଯାନରେ ମୋଟରସାଇକେଲ ବିକ୍ରି 2020 ଜୁନରେ 7,02,970 ୟୁନିଟ ରହିଛି । ଯେତେବେଳେ କି 1 ବର୍ଷ ପୂର୍ବରୁ ଏହି ମାସରେ 10,84,596 ମୋଟରସାଇକେଲ ବିକ୍ରି ହୋଇଥିଲା । ଏହା 35.19 ପ୍ରତିଶତ ହ୍ରାସ ପାଇଛି ।

ସ୍କୁଟର ବିକ୍ରି ଏହି ଅବଧିରେ 5,12,626ରୁ ହ୍ରାସ ପାଇ 2,69,811 ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.