ETV Bharat / business

ପାସେଞ୍ଜର ଗାଡି ବିକ୍ରି ଖସିଲା 38 ପ୍ରତିଶତ: ଫାଡା

author img

By

Published : Jul 21, 2020, 7:06 PM IST

2020 ଜୁନ ମାସରେ ଗାଡି ବିକ୍ରି ରିପୋର୍ଟ ପ୍ରକାଶ କରିଛି ଅଟୋମୋବାଇଲ୍‌ ଡିଲର୍‌ ସଂଘର ମହାସଂଘ (ଫାଡା) । ବିଭିନ୍ନ ବର୍ଗରେ ଯାନଗୁଡିକର ମୋଟ ବିକ୍ରି 42 ପ୍ରତିଶତ ହ୍ରାସ ହୋଇ ଜୁନ ମାସରେ 9,84,395 ୟୁନିଟ ରହିଛି । ଯାହା 2019 ଜୁନ ରେ 16,97,166 ୟୁନିଟ ଥିଲା । ଅଧିକ ପଢନ୍ତୁ..

Passenger vehicle
Passenger vehicle

ନୂଆଦିଲ୍ଲୀ: ଦେଶରେ ପାସେଞ୍ଜର ଗାଡିର ଖୁଚୁରା ବିକ୍ରି ଜୁନ ମାସରେ 38.34 ପ୍ରତିଶତ ହ୍ରାସ ହୋଇ 1,26,417 ୟୁନିଟ ରହିଛି । ଅଟୋମୋବାଇଲ୍‌ ଡିଲର୍‌ ସଂଘର ମହାସଂଘ (ଫାଡା) ଏ ନେଇ ମଙ୍ଗଳବାର ତଥ୍ୟ ଜାରି କରିଛି ।

କୋରୋନା ଭାଇରସ ସଙ୍କଟ ପ୍ରତିହିତ ପାଇଁ ଏପ୍ରିଲ ଓ ମେ ମାସରେ ଦେଶବ୍ୟାପି ଲକଡାଉନ ଜାରି କରାଯାଇଥିଲା । ଯେଉଁଥିପାଇଁ ଗାଡି ବିକ୍ରି ଗଭୀର ଭାବେ ପ୍ରଭାବିତ ସହ ଅଟୋ ଉଦ୍ୟୋଗ ଆର୍ଥିକ ସଙ୍କଟରେ ଗତି କରୁଛି ।

ଜୁନ 8 ରେ ଲକଡାଉନ ନିୟମ କୋହଳ ହେବା ସହ ଗାଡି ବିକ୍ରିରେ ସୁଧାର ଆସିଛି । କିନ୍ତୁ ଗତ ବର୍ଷ ସମାନ ଅବଧି ତୁଳନାରେ ଏଥର କମ ରହିଛି ବିକ୍ରି । ସେହିପରି କୋଭିଡ-19 ପ୍ରକୋପ ଏବେ ବି ଜାରି ରହିଥିବାକୁ ଗ୍ରାହକଙ୍କ ଧାରଣା ଓ କ୍ରୟ କ୍ଷମତା ଗଭୀର ଭାବେ ପ୍ରଭାବିତ ହେଉଛି ।

ଫାଡା ଦେଶର 1440 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ 1230ର ତଥ୍ୟ ଏକତ୍ର କରିଛି । ଗତ ବର୍ଷ ଜୁନ ମାସରେ ମୋଟ 2,05,011 ପାସେଞ୍ଜର ଯାନ ବିକ୍ରି ହୋଇଥିଲା ।

ଜୁନ ମାସରେ ଦୁଇ-ଚକିଆ ଗାଡି ବିକ୍ରି 40.92 ପ୍ରତିଶତ ହ୍ରାସ ହୋଇ 7,90,118 ୟୁନିଚ ରହିଛି । ଯେତେବେଳେ କି ଗତ ବର୍ଷ 2019 ଜୁନରେ ଏହା 13,37,462 ୟୁନିଟ ବିକ୍ରି ହୋଇଥିଲା ।

ସେହିପରି ବାଣିଜ୍ୟିକ ଯାନ ବିକ୍ରି 83.83 ପ୍ରତିଶତ ହ୍ରାସ ପାଇ 10,509 ୟୁନିଟ୍ ଏବଂ ତିନି ଚକିଆ ଯାନ ବିକ୍ରି 75.43 ପ୍ରତିଶତ ଖସି 11,993 ୟୁନିଟରେ ପହଞ୍ଚିଛି । ଜୁନ୍ 2019 ରେ, ଏହା ଯଥାକ୍ରମେ 64,976 ଏବଂ 48,804 ୟୁନିଟ ଥିଲା ।

ବିଭିନ୍ନ ବର୍ଗରେ ଯାନଗୁଡିକର ମୋଟ ବିକ୍ରି 42 ପ୍ରତିଶତ ହ୍ରାସ ହୋଇ ଜୁନ ମାସରେ 9,84,395 ୟୁନିଟ ରହିଛି । ଯାହା 2019 ଜୁନ ରେ 16,97,166 ୟୁନିଟ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.