ETV Bharat / business

ଅଗଷ୍ଟରେ ପାସେଞ୍ଜର ଯାନ ଖୁଚୁରା ବିକ୍ରି 7 ପ୍ରତିଶତ ହ୍ରାସ: ଫାଡା

author img

By

Published : Sep 9, 2020, 4:14 PM IST

ମୋଟ ଉପରେ ସମସ୍ତ ପ୍ରକାର ଯାନର ବିକ୍ରି 2020 ଅଗଷ୍ଟରେ ପୂର୍ବ ବର୍ଷ ସମାନ ମାସ ତୁଳନାରେ 26.81 ପ୍ରତିଶତ କମି 11.88,087 ୟୁନିଟ ରହିଛି । ଏକ ବର୍ଷ ପୂର୍ବେ ଅଗଷ୍ଟରେ 16,23,218 ଗାଡି ବିକ୍ରି ହୋଇଥିଲା । ଅଧିକ ପଢନ୍ତୁ..

ଅଗଷ୍ଟରେ ପାସେଞ୍ଜର ଯାନ ଖୁଚୁରା ବିକ୍ରି 7 ପ୍ରତିଶତ ହ୍ରାସ :  ଫାଡା

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ପାସେଞ୍ଜର ଯାନର ଖୁଚୁରା ବିକ୍ରି ହ୍ରାସ ହୋଇଛି । ଗତ ବର୍ଷ ଏହି ଅବଧି ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ପାସେଞ୍ଜର ଯାନ ବିକ୍ରି 7.12 ପ୍ରତିଶତ ହ୍ରାସ ହୋଇ 1,78,513 ୟୁନିଟ ରହିଛି । ବୁଧବାର ଅଟୋମୋବାଇଲ ଡିଲର ସଂଘର ମହାସଂଘ (ଫାଡା) ଏ ନେଇ ସୂଚନା ଦେଇଛି ।

ଫାଡା ମୁତାବକ 1 ବର୍ଷ ପୂର୍ବରୁ ଅଗଷ୍ଟରେ ଯାତ୍ରୀବାହୀ ଯାନର ଖୁଚୁରା ବିକ୍ରି 1,92,189 ୟୁନିଟ ରହିଥିଲା । ଫାଡା ଦେଶର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ମଧ୍ୟରୁ 1,242 ଆରଟିଓରୁ ଗାଡି ପଞ୍ଜିକରଣ ତଥ୍ୟ ଏକତ୍ର କରି ଏହି ରିପୋର୍ଟ ପ୍ରକାଶ କରିଛି । 2020 ଅଗଷ୍ଟରେ ଦୁଇ ଚକିଆ ଯାନ ବିକ୍ରି 28.71 ପ୍ରତିଶତ ହ୍ରାସ ପାଇ 8,98,775 ୟୁନିଟ ହୋଇଛି । ଅଗଷ୍ଟ 2019 ରେ, 12,60,722 ଦୁଇ ଚକିଆ ଯାନ ବିକ୍ରି ହୋଇଥିଲା ।

ଯଦି ଆମେ କମର୍ସିଆଲ ଯାନ ବିଷୟରେ କହିବା, ତେବେ ଅଗଷ୍ଟରେ ବିକ୍ରି 57.39 ପ୍ରତିଶତ ହ୍ରାସ ପାଇ 26,536 ରେ ପହଞ୍ଚିଥିଲା । 2019 ଅଗଷ୍ଟରେ 62,270 କମର୍ସିଆଲ ଯାନ ବିକ୍ରି କରାଯାଇଛି । ସେହିପରି ତିନି ଚକିଆ ଗାଡି ବିକ୍ରି ମଧ୍ୟ ଆଲୋଚ୍ୟ ମାସରେ 69.51 ପ୍ରତିଶତ ହ୍ରାସ ହୋଇ 16,857 ରେ ରହିଛି । ଯେତେବେଳେ କି 1 ବର୍ଷ ପୂର୍ବରୁ ଅଗଷ୍ଟରେ 55,293 ତିନିଚକିଆ ବିକ୍ରି ହୋଇଥିଲା ।

ମୋଟ ଉପରେ ସମସ୍ତ ପ୍ରକାର ଯାନର ବିକ୍ରି 2020 ଅଗଷ୍ଟରେ ପୂର୍ବ ବର୍ଷ ସମାନ ମାସ ତୁଳନାରେ 26.81 ପ୍ରତିଶତ କମି 11.88,087 ୟୁନିଟ ରହିଛି । ଏକ ବର୍ଷ ପୂର୍ବେ ଅଗଷ୍ଟରେ 16,23,218 ଗାଡି ବିକ୍ରି ହୋଇଥିଲା ।

ସରକାର ଅର୍ଥୱବ୍ୟବସ୍ଥାକୁ ଆଗକୁ ବଢାଇବା ପାଇଁ ଲକଡାଉନ ଖୋଲିବା ପ୍ରୟାସ ଜାରି ରଖିଛନ୍ତି । ଯାହା ଫଳରେ ବିକ୍ରି ହାର ପୂର୍ବ ମାସ ତୁଳନାରେ ସୁଧୁରୁଛି ବୋଲି ଫାଡାର ଅଧ୍ୟକ୍ଷ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.