ETV Bharat / business

10 ପ୍ରତିଶତ ବଢିଲା ପାସେଞ୍ଜର ଯାନର ଖୁଚୁରା ବିକ୍ରି: ଫାଡା

author img

By

Published : Oct 8, 2020, 10:46 PM IST

ଫାଡା କହିଛି କି ଉପଭୋକ୍ତା ଏବେ ସାର୍ବଜନୀକ ପରିବହନ ବଦଳରେ ନିଜ ଗାଡିକୁ ପ୍ରାଥମିକତା ଦେଉଛନ୍ତି । ଉପଭୋକ୍ତାଙ୍କ ବ୍ୟବହାରରେ ଦେଖାଦେଉଥିବା ପରିବର୍ତ୍ତନ ହିଁ ପାସେଞ୍ଜର ଯାନ ବିକ୍ରି ବୃଦ୍ଧିର ମୁଖ୍ୟ କାରଣ ଅଟେ । ଅଧିକ ପଢନ୍ତୁ..

10 ପ୍ରତିଶତ ବଢିଲା  ପାସେଞ୍ଜର ଯାନର ଖୁଚୁରା ବିକ୍ରି : ଫାଡା

ନୂଆଦିଲ୍ଲୀ: ଅନଲକ ପର୍ଯ୍ୟାୟ ବଢିବା ସହ ସୁଧୁରୁଛି ଅର୍ଥନୀତି । ସେପ୍ଟେମ୍ବର ମାସରେ ପାସେଞ୍ଜର ଯାନର ଖୁଚୁରା ବିକ୍ରି ବଢିଛି । ଏହି ମାସରେ ପାସେଞ୍ଜର ଯାନର ଖୁଚୁରା ବିକ୍ରି ବାର୍ଷିକ ଆଧାରରେ 9.81 ପ୍ରତିଶତ ବଢି 1,95,665 ୟୁନିଟରେ ପହଞ୍ଚିଛି । ଫେଡେରେଶନ ଅଫ ଅଟୋ​ମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ପକ୍ଷରୁ ଏ ନେଇ ଗୁରୁବାର ସୂଚନା ଦିଆଯାଇଛି ।

ଫାଡା କହିଛି କି ଉପଭୋକ୍ତା ଏବେ ସାର୍ବଜନୀକ ପରିବହନ ବଦଳରେ ନିଜ ଗାଡିକୁ ପ୍ରାଥମିକତା ଦେଉଛନ୍ତି । ଉପଭୋକ୍ତାଙ୍କ ବ୍ୟବହାରରେ ଦେଖାଦେଉଥିବା ପରିବର୍ତ୍ତନ ହିଁ ପାସେଞ୍ଜର ଯାନ ବିକ୍ରି ବୃଦ୍ଧିର ମୁଖ୍ୟ କାରଣ ଅଟେ ।

ସଙ୍ଗଠନ କହିଛି କି ଗତ ବର୍ଷ ସେପ୍ଟେମ୍ବରରେ 1,78,189 ପାସେଞ୍ଜର ଯାନର ଖୁଚୁରା ବିକ୍ରି ହୋଇଥିଲା । 1,461 ଆରଟିଓ ଅଫିସରୁ 1,254 ତଥ୍ୟ ଏକତ୍ର କରିଛନ୍ତି ।

ଫାଡା କହିଛି କି ଏହି ସମୟରେ ଦୁଇଚକିଆ ଯାନ ବିକ୍ରି 2019 ସେପ୍ଟେମ୍ବରର 11,63,918 ୟୁନିଟ ତୁଳନାରେ 12.62 ପ୍ରତିଶତ କମ ହୋଇ 2020 ସେପ୍ଟେମ୍ବରରେ10,16,977 ୟୁନିଟକୁ ଖସିଛି । ଏହି ଅବଧିରେ କମର୍ସିଆଲ ଗାଡି ବିକ୍ରିରେ ମଧ୍ୟ ହ୍ରାସ ଦେଖାଦେଇଛି ।

ଏହି ସମୟ ମଧ୍ୟରେ ମୋଟ ଯାନ ବିକ୍ରି 10.24 ପ୍ରତିଶତ ହ୍ରାସ ପାଇ 13,44,866 ୟୁନିଟ୍ ରେ ପହଞ୍ଚିଛି । ଏକ ବର୍ଷ ପୂର୍ବେ, ସମସ୍ତ ବର୍ଗର 14,98,283 ଯାନ ସମାନ ମାସରେ ବିକ୍ରି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.