ETV Bharat / business

ଗାଡି ଉପରେ ଜିଏସଟି ହ୍ରାସ ନେଇ ଏବେ ଠିକ ସମୟ ନୁହେଁ: ମାରୁତି

author img

By

Published : May 14, 2020, 12:02 AM IST

ଆସନ୍ତା 1ରୁ 2 ମାସ ପର୍ଯ୍ୟନ୍ତ ସମସ୍ତ ଗାଡି କମ୍ପାନୀଙ୍କ ଉତ୍ପାଦନ ରେକର୍ଡ ନିମ୍ନ ସ୍ତରରେ ଅଛି । ଏଭଳି ପରିସ୍ଥିତିରେ ଜିଏସଟି ଟିକସ ହ୍ରାସର କୌଣସି ଯଥାର୍ଥତା ନାହିଁ । ଅଧିକ ପଢନ୍ତୁ...

GST rate cut on automobiles
ଗାଡି ଉପରେ ଜିଏସଟି ହ୍ରାସ ନେଇ ଏବେ ଠିକ ସମୟ ନୁହେଁ : ମାରୁତି

ନୂଆଦିଲ୍ଲୀ: ଗାଡି ଉପରେ ଦ୍ରବ୍ୟ ଓ ସେବା କର(ଜିଏସଟି) କମ କରିବା ନେଇ ଏବେ ଠିକ ସମୟ ନୁହେଁ । ଏହା ଦ୍ବାରା କୌଣସି ଲାଭ ହେବ ନାହିଁ । କାରଣ ଅଟୋ ଶିଳ୍ପର ଉତ୍ପାଦନ ଏହି ସମୟରେ ସର୍ବନିମ୍ନ ସ୍ତରରେ ରହିଛି । ବୁଧବାର ଦେଶର ସର୍ବବୃହତ୍ତ କାର କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଏନେଇ ଯୁକ୍ତି ବାଢିଛି ।

ଘରୋଇ ଯାତ୍ରୀ ଗାଡି ବଜାରରେ ପାଖାପାଖି 54 ପ୍ରତିଶତ ଭାଗିଦାରୀ ରଖୁଥିବା ମାରୁତି କହିଛି ଯେ, ଯଦି କର ହାରରେ କୌଣସି ପ୍ରକାର ହ୍ରାସ ନେଇ ପ୍ରସ୍ତାବ ରହିଛି, ତେବେ ତାହାକୁ ଠିକ ସମୟରେ ଲାଗୁ କରିବା ଦରକାର ।

ମାରୁତି ସୁଜୁକିର ଅଧ୍ୟକ୍ଷ ଆର.ସି ଭାର୍ଗବ ଏକ ଭିଡିଓ କନଫରେନ୍ସିଂରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି, ‘‘ଏବେ ଆମେ ଯେଉଁ ସ୍ଥିତିରେ ରହିଛୁ, ତାକୁ ଦେଖିବାକୁ ଗଲେ ଆସନ୍ତା 1ରୁ 2 ମାସ ପର୍ଯ୍ୟନ୍ତ ସମସ୍ତ ଗାଡି କମ୍ପାନୀଙ୍କ ଉତ୍ପାଦନ ରେକର୍ଡ ନିମ୍ନ ସ୍ତରରେ ଅଛି । ଏଭଳି ପରିସ୍ଥିତିରେ ଜିଏସଟି ଟିକସ ହ୍ରାସର କୌଣସି ଯଥାର୍ଥତା ନାହିଁ ।

ଯେବେ ଗାଡି ଯୋଗାଣ ଚାହିଦା ତୁଳନାରେ ଅଧିକ ହେବ ସେତେବଳେ ଉତ୍ପାଦନକୁ ବଢାଯାଇପାରିବ । ଆଉ ସେହି ସମୟରେ ଜିଏସଟି ହ୍ରାସ ଦ୍ବାରା ଲାଭ ମିଳିପାରିବ ବୋଲି ଭାର୍ଗବ ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.