ନୂଆଦିଲ୍ଲୀ. ଲକଡାଉନରେ ଉଡାଣ ସେବା ବନ୍ଦ ଯୋଗୁଁ ହନ୍ତସନ୍ତ ପାଇଲଟ ଓ କର୍ମଚାରୀ । ଲୋ-କଷ୍ଟ ଏୟାରଲାଇନ ସ୍ପାଇସଜେଟ ନିଜ ପାଇଲଟଙ୍କୁ ଏପ୍ରିଲ ଓ ମେ ମାସର ଦେବ ନାହିଁ ବୋଲି ଘୋଷଣା କରିଛି । ତେବେ କାର୍ଗୋ ଫ୍ଲାଇଟ ଉଡାଉଥିବା ପାଇଲଟଙ୍କୁ ସେମାନଙ୍କ କାମ ଅବଧି ଅନୁଯାୟୀ ଦରମା ମିଳିବ ।
କମ୍ପାନୀର ମୁଖ୍ୟ ବିମାନ ପରିଚାଳନ ଅଧିକାରୀ ଗୁରୁଚରଣ ଆରୋରା ପାଇଲଟଙ୍କୁ ଇମେଲ ପଠାଇ ଏ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ବର୍ତ୍ତମାନ ସମୟରେ ଆମର 16 ପ୍ରତିଶତ ବିମାନ ଓ 20 ପ୍ରତିଶତ ପାଇଲେଟ ହିଁ କେବଳ କାର୍ଯ୍ୟରତ ।
ସେ କହିଛନ୍ତି ଯେ, ଆମେ ଆମର 5 ମାଲ ପରିବହନ ବିମାନ ଓ ଯାତ୍ରୀ ବିମାନରେ ମାଲ ପଠେଇ (କାର୍ଗୋ ଅନ ସିଟ) କରି ଏହି ଉଡାଣ ଭରାଯାଉଛି ।
ସ୍ପାଇସଜେଟ ବିମାନ ବନ୍ଦରରେ 116 ଯାତ୍ରୀବାହୀ ବିମାନ ଏବଂ ପାଞ୍ଚଟି କାର୍ଗୋ ବିମାନ ଅଛି । କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ମାର୍ଚ୍ଚ 25ରୁ ଲକଡାଉନ ଜାରି ରହିଛି । ଏହି କାରଣରୁ ସମସ୍ତ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।