ନୂଆଦିଲ୍ଲୀ: ବିଦେଶୀ ଇ-କମର୍ସ କମ୍ପାନୀର ଭାରତ ଶାଖା ଜରିଆରେ ବିକ୍ରି କରାଯାଇଥିବା ଦ୍ରବ୍ୟ ଓ ସେବା ଉପରେ 2 ପ୍ରତିଶତ ଡିଜିଟାଲ କର ଲାଗିବ ନାହିଁ । ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ବାରା ସେମାନଙ୍କୁ ସମାନ ସୁଯୋଗ ସୁବିଧା ମିଳିପାରିବ ।
ଅର୍ଥ ବିଧେୟକ 2021ରେ ସଂଶୋଧନ କରି ସ୍ପଷ୍ଟ କରାଯାଇଛି କି ବିଦେଶୀ ଇ-କମର୍ସ ପ୍ଲାର୍ଟଫର୍ମକୁ 2 ପ୍ରତିଶତ ଡିଜିଟାଲ କର ପେମେଣ୍ଟ କରିବାକୁ ପଡିବ ନାହିଁ । ହେଲେ ଏଥିପାଇଁ ସର୍ତ୍ତ ବି ରହିଛି । ଯଦି ବିଦେଶୀ ଇ-କମର୍ସ ପ୍ଲାର୍ଟଫର୍ମ ସ୍ଥାୟୀ ଭାବେ ଏଠାରେ ଅଛନ୍ତି କିମ୍ବା ସେମାନେ ଆୟକର ଦେଉଛନ୍ତି , ତେବେ ତାଙ୍କୁ ଦେବାକୁ ପଡିବନି 2 ପ୍ରତିଶତ ଡିଜିଟାଲ ଟିକସ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକସଭାରେ ଅର୍ଥ ବିଧେୟକ 2021 ରେ ହୋଇଥିବା ତର୍କ ବିତର୍କରେ ଜବାବ ଦେଇ କହିଛନ୍ତି କି, ‘‘ ସରକାରୀ ସଂଶୋଧନ ମାଧ୍ୟମରେ ସ୍ପଷ୍ଟ କରିବାକୁ ଚାହେଁ କି ଏହି ଉପକର ସେହି ବସ୍ତୁ ଉପରେ ଲାଗୁ ହୋଇ ନଥାଏ , ଯେଉଁମାନେ ଭାରତର ବାସିନ୍ଦା ହୋଇନଥାନ୍ତି ।