ETV Bharat / business

ଭାରତରେ କେବଳ 5 ପ୍ରତିଶତ କମ୍ପାନୀ ନିଯୁକ୍ତି ଦେବାକୁ ଇଚ୍ଛୁକ: ସର୍ଭେ - job

ଆସନ୍ତା ତ୍ରୟମାସ(ଜୁଲାଇ-ସେପ୍ଟେମ୍ବର)ରେ ମାତ୍ର 5 ପ୍ରତିଶତ କମ୍ପାନୀ ନିଯୁକ୍ତି ପାଇଁ ଯୋଜନା କରୁଛନ୍ତି । ତେବେ ଜାଣନ୍ତୁ କେଉଁ ସେକ୍ଟରରେ ରହିଛି ରୋଜଗାର ସୁଯୋଗ । ଅଧିକ ପଢନ୍ତୁ..

ନୂଆ ନିଯୁକ୍ତି
job outlook
author img

By

Published : Jun 10, 2020, 3:20 PM IST

ନୂଆଦିଲ୍ଲୀ: କୋଭିଡ-19 ସଙ୍କଟ ଓ ଏହାକୁ ପ୍ରତିହିତ ପାଇଁ ଲାଗୁ ଲକଡାଉନ ପ୍ରଭାବରେ ଦେଶର ଲୋକ, ଅର୍ଥବ୍ୟବସ୍ଥା , ରୋଜଗାର ଓ କମ୍ପାନୀଗୁଡିକ ଗଭୀର କ୍ଷତିଗ୍ରସ୍ଥ । ଏବେ ପୁଣି ଆର୍ଥିକ ଗତିବିଧି ପୁନଃଆରମ୍ଭ ହୋଇଥିଲା ବେଳେ ନିଯୁକ୍ତି ଆଶାରେ ଆଶାୟୀ । ହେଲେ ରୋଜଗାର ସୃଷ୍ଟି ପାଇଁ କମ୍ପାନୀ ଅକ୍ଷମ ।

ଆସନ୍ତା ତ୍ରୟମାସ(ଜୁଲାଇ-ସେପ୍ଟେମ୍ବର)ପାଇଁ ମାତ୍ର 5 ପ୍ରତିଶତ କମ୍ପାନୀ ଏବେ ନୂଆ ନିଯୁକ୍ତି ପାଇଁ ଯୋଜନା କରୁଛନ୍ତି । ମେନପାୱର ଗ୍ରୁପର ରୋଜାଗାର ଆଉଲୁକ ସର୍ଭେ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି ।

ରିପୋର୍ଟ ମୁତାବକ ଦେଶରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଖଣି, ନିର୍ମାଣ, ଅର୍ଥ, ବୀମା ଏବଂ ରିୟଲଇଷ୍ଟେଟ ଭଳି କ୍ଷେତ୍ରଗୁଡିକ ରୋଜଗାର ସୃଷ୍ଟିର ଆଶା ରହିଛି । ଦେଶର 695 ନିଯୁକ୍ତିଦାତାଙ୍କ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ଏଭଳି ଦୃଶ୍ୟପଟ୍ଟ ସାମ୍ନାକୁ ଆସିଛି ।

ସର୍ଭେ ଅନୁଯାୟୀ ମାତ୍ର 5 ପ୍ରତିଶତ କମ୍ପାନୀ ରୋଜଗାର ସୁଯୋଗ ଦେବାକୁ ବିଚାର କରୁଛନ୍ତି । ଯାହାକି ଗତ 15 ବର୍ଷରେ ସବୁଠୁ ଖରାପ ସ୍ଥିତି । ତେବେ ଭଲ ଖବର କି ବିଶ୍ବର 44 ପ୍ରମୁଖ ଦେଶ ମଧ୍ୟରେ ଭାରତ ଶ୍ରେଷ୍ଠ ଚାରିଟି ଦେଶ ମଧ୍ୟରେ ଅଛି ଯେଉଁଠାରେ ନିଯୁକ୍ତି ପ୍ରତି ସକରାତ୍ମକ ମନୋଭାବ ଜାରି ରହିଛି ।

ଭାରତ ବ୍ୟତିତ କେବଳ ଜାପାନ, ଚୀନ ଓ ତାଇୱାନରେ ହିଁ ରୋଜଗାର ପରିଦୃଶ୍ୟ ସକରାତ୍ମକ ରହିଛି । ଏହିସବୁ ଦେଶରେ ଜୁଲାଇ-ସେପ୍ଚେମ୍ବର ରୋଜଗାର ସ୍ଥିତି କ୍ରମଶଃ 11,3, 3 ପ୍ରତିଶତ ରହିଛି ।

ନୌକରୀ ଡକ କମର ମାସିକ ରୋଜଗାର ସୂଚକାଙ୍କରେ ମେ ମାସରେ ଦେଶରେ ରୋଜଗାର ଗତିବିଧି 61 ପ୍ରତିଶତ ହ୍ରାସ ପାଇଛି । ଏହାକୁ ମିଶାଇ ଲଗାତାର ଦ୍ବିତୀୟ ମାସ ଧରି ରୋଜଗାର ସୁଯୋଗ 60 ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.