ETV Bharat / business

ଜୁନରେ 4ଜି ଡାଉନଲୋଡ ସ୍ପିଡରେ ଜିଓ, ଅପଲୋଡରେ ଭୋଡା-ଆଇଡିଆ ଆଗୁଆ - download speed in June

ଟେଲିକମ କମ୍ପାନୀଗୁଡିକର ଡାଟା ସ୍ପିଡ ମାର୍ଚ୍ଚ-ଏପ୍ରିଲରେ ନିମ୍ନ ସ୍ତରକୁ ଖସିଯିବା ପରେ ଜୁନ୍ ମାସରେ ସୁଧୁରିଛି । ଜୁନରେ 4ଜି ଡାଉନଲୋଡ ସ୍ପିଡରେ ପୁଣି ଜିଓ ପ୍ରଥମ ସ୍ଥାନ ବାଜି ମାରିଛି । ଅଧିକ ପଢନ୍ତୁ...

Jio tops in 4G download speed in June
Jio tops in 4G download speed in June
author img

By

Published : Jul 24, 2020, 12:59 PM IST

ନୂଆଦିଲ୍ଲୀ: 4ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ ରେସରେ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ । ଏ ବର୍ଷ ଜୁନ ମାସରେ ଜିଓ ଡାଉନଲୋଡ ସ୍ପିଡ ଚାର୍ଟରେ ସେକେଣ୍ଡ ପ୍ରତି ହାରାହାରି 16.5ମେଗାଵିଟ ସହିତ ପୁଣିଥରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଅପଲୋଡ କ୍ଷେତ୍ରରେ ଭୋଡାଫୋନ ଓ ଆଇଡିଆ ଶୀର୍ଷରେ ଅଛନ୍ତି । ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ)ର ସଦ୍ୟ ରିପୋର୍ଟରେ ଏ ନେଇ ଜଣାପଡିଛି ।

ଟ୍ରାଇର MySpeed ​​ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ ମାସରେ ଡାଉନଲୋଡ ସ୍ପିଡ ଦୃଷ୍ଟିରୁ ଜିଓ ପଛକୁ 8 ଏମବିପିଏସ ସହିତ ଆଇଡିଆ ଅଛି । ଏହା ପରେ ଭୋଡାଫୋନ ଏବଂ ଏୟାରଟେଲ ଯଥାକ୍ରମେ 7.5 ଏମବିପିଏସ ଏବଂ 7.2 ଏମବିପିଏସ ସହିତ ରହିଛି ।

ଅପଲୋଡ ସ୍ପିଡ ଚାର୍ଟରେ ଉଭୟ ଭୋଡାଫୋନ ଏବଂ ଆଇଡିଆ ମିଳିତ ଭାବରେ 6.2 ଏମବିପିଏସ ସହ ଶୀର୍ଷରେ ରହିଛନ୍ତି । ସେପଟେ ଜିଓ ଏବଂ ଏୟାରଟେଲର ଅପଲୋଡ ସ୍ପିଡ 3.4 ଏମବିପିଏସ ରହିଛି । ଡାଉନଲୋଡ ସ୍ପିଡ, ଅନ୍ୟମାନଙ୍କ ଦ୍ୱାରା ପଠାଯାଇଥିବା ମେସେଜ , ଚିତ୍ର, ଭିଡିଓ ଇତ୍ୟାଦି ଦେଖିବାରେ ସାହାଯ୍ୟ କରିଥାଏ । ଯେତେବେଳେ କି ଅପଲୋଡ ସ୍ପିଡ ମେସେଜ , ଚିତ୍ର ଇତ୍ୟାଦି ପଠାଇବାରେ ସାହାଯ୍ୟ କରେ ।

ଭୋଡାଫୋନ ଏବଂ ଆଇଡିଆ ସେମାନଙ୍କର ମୋବାଇଲ ବ୍ୟବସାୟକୁ ମିଶ୍ରଣ କରିଛି, କିନ୍ତୁ ବ୍ୟବସାୟର ସଂପୂର୍ଣ୍ଣ ଏକୀକରଣର ଅଭାବ ହେତୁ ଉଭୟ ଭିନ୍ନ ଭିନ୍ନ 4G ସ୍ପିଡ ବିବରଣୀ ପ୍ରଦାନ କରନ୍ତି । ଟେଲିକମ କମ୍ପାନୀଗୁଡିକର ଡାଟା ସ୍ପିଡ ମାର୍ଚ୍ଚ-ଏପ୍ରିଲରେ ନିମ୍ନ ସ୍ତରକୁ ଖସିଯିବା ପରେ ଜୁନ୍ ମାସରେ ସୁଧୁରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.