ନ୍ୟୁୟର୍କ: ବିଶ୍ବର ଶ୍ରେଷ୍ଠ ଧନୀ ତଥା ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଗୋଟିଏ ଦିନରେ ନିଜ ସମ୍ପତ୍ତିରେ 1300 କୋଟି ଡଲାର ଯୋଡିଛନ୍ତି । 2012ରେ ବ୍ଲୁମବର୍ଗ ବିଲିୟନେୟାର ସୂଚୀ ପ୍ରସ୍ତତ କରାଯିବ ପରଠୁ ବେଜୋସ ପ୍ରଥମ ବ୍ୟକ୍ତି , ଯିଏ ଦିନକରେ ଏତେ ପରିମାଣର ସମ୍ପତ୍ତି ଯୋଡିଛନ୍ତି ।
2018 ଡିସେମ୍ବରରୁ ଆମଜାନ ସେୟାର ମୂଲ୍ୟରେ 7.9 ପ୍ରତିଶତ ବୃଦ୍ଧି ହୋଇଛି । ବର୍ତ୍ତମାନ କୋରୋନା ସଙ୍କଟ କାଳରେ ସମସ୍ତେ ଘରେ ବନ୍ଦ ଅଛନ୍ତି । ଏଥିପାଇଁ ଅନଲାଇନ ସପିଂ ଚାହିଦା ବି ବଢିଚାଲିଛି । ଫଳରେ କମ୍ପାନୀ ସେୟାର ଦାମ ବଢୁଛି ।
ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ଭିତରେ କମ୍ପାନୀର ସେୟାର ମୂଲ୍ୟ 73 ପ୍ରତିଶତ ବଢିଛି । ଫଳରେ ବେଜୋସଙ୍କ ସମ୍ପତ୍ତିରେ ବଡ ପରିମାଣର ବୃଦ୍ଧି ହୋଇଛି । ସୋମବାର ବେଜୋସଙ୍କ ସମତ୍ତିରେ 1300 କୋଟି ଡଲାର ବଢିଛି । ଚଳିତ ବର୍ଷ ଏବେ ସୁଦ୍ଧା ବେଜୋସଙ୍କ ମୋଟ ସମ୍ପତ୍ତିରେ 7400 କୋଟି ଡଲାର ବୃଦ୍ଧି ହୋଇଛି । ଏଥିସହ ତାଙ୍କ ମୋଟ ସମ୍ପତ୍ତି 18930 କୋଟି ଡଲାରକୁ ଛୁଇଁଛି ।
କୋରୋନା ପ୍ରଭାବ ସମଗ୍ର ବିଶ୍ବରେ ପଡିଥିଲେ ସୁଦ୍ଧା ବେଜୋସ, ନାଇକ, ମ୍ୟାକଡୋନାନ୍ଡ ଭଳି କମ୍ପାନୀର ସେୟାର ବଢିଛି ।