ETV Bharat / business

ଲକଡାଉନ ପ୍ରଭାବ, ମାର୍ଚ୍ଚରେ 16.7 ପ୍ରତିଶତ ଖସିଲା ଶିଳ୍ପ ଉତ୍ପାଦନ

author img

By

Published : May 12, 2020, 10:33 PM IST

ମାର୍ଚ୍ଚ ମାସରେ ଶିଳ୍ପ ଉତ୍ପାଦନ 16.7 ପ୍ରତିଶତ ହ୍ରାସ ପାଇଥି । ମୁଖ୍ୟଃତ ଖଣି, ମ୍ୟାନୁଫେକ୍ଚରିଙ୍ଗ ଓ ବିଦ୍ୟୁତ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ହାର ଖସିଛି । ଅଧିକ ପଢ଼ନ୍ତୁ...

industrial production
ଲକଡାଉନ ପ୍ରଭାବ, ମାର୍ଚ୍ଚରେ 16.7 ପ୍ରତିଶତ ଖସିଲା ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ: ଶିଳ୍ପ ଉପରେ ଲକଡାଉନ ମାଡ । ମାର୍ଚ୍ଚ ମାସରେ ଶିଳ୍ପ ଉତ୍ପାଦନ 16.7 ପ୍ରତିଶତ ହ୍ରାସ ପାଇଛି । ମୁଖ୍ୟଃତ ଖଣି, ମ୍ୟାନୁଫେକ୍ଚରିଙ୍ଗ ଓ ବିଦ୍ୟୁତ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ହାର ଖସିଛି ।

ମଙ୍ଗଳବାର ଜାରି ସରକାରୀ ରିପୋର୍ଟ ଅନୁସାରେ ଗତ ବର୍ଷ ମାର୍ଚ୍ଚ ମାସରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି)ରେ 2.7 ପ୍ରତିଶତ ବୃଦ୍ଧି ହୋଇଥିଲା ।

ସରକାର କୋରୋନା ଭାଇରସ ମହାମାରୀ ରୋକିବାକୁ 2020 ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି କରିଛନ୍ତି ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ତଥ୍ୟ ଅନୁସାରେ 2020 ମାର୍ଚ୍ଚରେ ମ୍ୟାନୁଫେକ୍ଚରିଙ୍ଗ କ୍ଷେତ୍ରର ଉତ୍ପାଦନ 20.6 ପ୍ରତିଶତ ହ୍ରାସ ପାଇଛି । ଯେତେବେଳେ କି 1 ବର୍ଷ ପୂର୍ବରୁ ଏହି ମାସରେ ଏଥିରେ 3.1 ପ୍ରତିଶତ ବୃଦ୍ଧି ହୋଇଥିଲା ।

ଆଲୋଚ୍ୟ ମାସରେ ବିଦ୍ୟୁତ ଉତ୍ପାଦନରେ ମଧ୍ୟ 6.8 ପ୍ରତିଶତ ହ୍ରାସ ଦେଖାଦେଇଛି । ଯେତେବେଳେ କି 2019 ମାର୍ଚ୍ଚରେ ଏଥିରେ 2.2 ପ୍ରତିଳତ ବୃଦ୍ଧି ରେକର୍ଡ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.