ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଟିଡିଏସ ଫର୍ମକୁ ବ୍ୟାପକ କରିବା ପାଇଁ ସଂଶୋଧନ କରାଯାଇଛି । ଏଥିରେ ଟିକସ ରିହାତି ନକରିବାର କାରଣ ବିଷୟରେ ସୂଚନା ଦେବାକୁ ବାଧ୍ୟତାମୂଳକ କରାଯାଇଛି ।
ଏଥିସହ ସଂଶୋଧିତ ଫର୍ମ ଅନୁସାରେ 1 କୋଟି ଟଙ୍କାରୁ ଉର୍ଦ୍ଧ୍ବ ନଗଦ ଉଠାଣ ପାଇଁ ଉତ୍ସରୁ ଟିକସ କାଟ (ଟିଡିଏସ) ନେଇ ବ୍ୟାଙ୍କ ସୂଚନା ଦେବାକୁ ପଡିବ । ଇ-କମର୍ସ ଅପରେଟର , ମ୍ୟୁଚୁଆଲ ଫଣ୍ଡ ଓ ବ୍ୟବସାୟ ଟ୍ରଷ୍ଟ ଦ୍ବାରା ଲାଭାଂଶ ବଣ୍ଟନ , ନଗଦ ଉଠାଣ, ପେସାଦାର ଫି ଓ ସୁଧ ଉପରେ ଟିଡିଏସ ଲାଗୁ ଲକ୍ଷ୍ୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏକ ବିଜ୍ଞପ୍ତିରେ ଆୟକର ନିୟମକୁ ପରିବର୍ତ୍ତନ କରିଛି ।
ନାଙ୍ଗିଆ ଆଣ୍ଡ କୋ ର ପାର୍ଟନର ଶୈଳେଶ କୁମାର କହିଛନ୍ତି କି, ଏହି ବିଜ୍ଞପ୍ତି ଜରିଆରେ ସରକାର 26 କ୍ୟୁ ଓ 27 କ୍ୟୁ ଫର୍ମର ଫର୍ମାଟ ସଂଶୋଧନ କରିଛନ୍ତି । ଫର୍ମ 26 କ୍ୟୁର ବ୍ୟବହାର ଭାରତରେ ସରକାର କିମ୍ବା କମ୍ପାନୀ ଦ୍ବାରା କର୍ମଚାରୀଙ୍କ ଦରମା ବ୍ୟତୀତ ଅନ୍ୟ କୌଣସି ପେମେଣ୍ଟ ଉପରେ ଟିଡିଏସଟ ହ୍ରାସର ତ୍ରୟମାସିକ ରିପୋର୍ଟ ଦେବାକୁ ପଡିଥାଏ । ସେହିଭଳି ପ୍ରବାସୀଙ୍କ ଦରମା ବ୍ୟତିତ ଅନ୍ୟ ପେମେଣ୍ଟରେ ଟିଡିଏସ ହ୍ରାସ ଓ ତାହାକୁ ଜମା କରିବା ସୂଚନା ଦେବା ପାଇଁ ଫର୍ମ 27ର ବ୍ୟବହାର ହୁଏ ।